୨ ସାଙ୍ଗ ସହ ମିଶି ଚତୁର୍ଥୀ ରାତିରେ ପତ୍ନୀଙ୍କ ସହ ଦୁଷ୍କର୍ମ କଲେ ସ୍ବାମୀ
News18 Odia Digital
ତ୍ତରପ୍ର ଦେଶର ଇଟାୱାଠାରେ ନବ ବିବାହିତା ମହିଳା ନିଜ ସ୍ବାମୀଙ୍କ ଉପରେ ଦୁଷ୍କର୍ମ କରିବା ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା । ସ୍ବାମୀ ଓ ତାଙ୍କ ଦୁଇ ବନ୍ଧ ମହିଳାଙ୍କ ସହ ଦୁଷ୍କର୍ମ କରିବା କଥା ବର୍ତ୍ତମାନ କେହି ବିଶ୍ବାସ କରିପାରୁନାହାଁନ୍ତି । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଇଟାୱା ଜିଲ୍ଲାର ଚୌବିୟା ଅଞ୍ଚଳର ପାରୋଲି ରମଣ ଗାଁର ।
ବୁଧବାର ସନ୍ଧ୍ୟାରେ ପୀଡିତା କନ୍ୟାଙ୍କୁ ଡାକ୍ତର ଭୀମରାଓ ଆମ୍ବେଦକର ରାଜ୍ୟ ମିଳିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୀଡିତାଙ୍କ ପିତା ବର ଓ ତାଙ୍କ ଦୁଇ ବନ୍ଧୁଙ୍କ ବିରୋଧରେ ଗଣ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଅଧୀକ୍ଷକ ଗ୍ରାମୀଣ ଓମବୀର ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଇଟାୱା ପୋଲିସ୍ ଅଧୀକ୍ଷକ ଗ୍ରାମୀଣ ଓମବୀର ସିଂ କହିଛନ୍ତି ଯେ ବୁଧ ବିଳମ୍ବିତ ରାତିରେ ପୋଲିସ ସୂଚନା ପାଇଛି ଯେ ଜଣେ ନବ ବିବାହିତା ମହିଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଦିଆଯାଇଛି ଯେ ତାଙ୍କ ସହ ତାଙ୍କ ସ୍ୱାମୀ ଓ ତାଙ୍କର ଦୁଇ ବନ୍ଧୁ ମଦ୍ୟପାନ କରି ଗଣ ଦୁଷ୍କର୍ମ କରିଛନ୍ତି। ଯାହା ଆଧାରରେ ମହିଳା ପୋଲିସ କର୍ମଚାରୀ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ପୀଡିତା ଓ ତାଙ୍କ ମା’ଙ୍କଠାରୁ ଭିନ୍ନ ବିବୃତ୍ତି ନେଇଥିଲେ।
ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ତାଙ୍କର ଦୁଇ ଜଣ ଅଜ୍ଞାତ ବନ୍ଧୁ ଗଣ ଦୁଷ୍କର୍ମ କରିଛନ୍ତି। ଡାକ୍ତରଖାନାରେ ପହଞ୍ଚିବା ପରେ ପୋଲିସ କର୍ମଚାରୀମାନେ ମହିଳାଙ୍କଠାରୁ ଭିନ୍ନ ବିବୃତ୍ତି ରେକର୍ଡ କରିଛନ୍ତି।
ଉକ୍ତ ବିବୃତ୍ତି ରେକର୍ଡିଂ କରିବା ପରେ ମହିଳାଙ୍କ ପିତା ଦେଇଥିବା ଆବେଦନ ଆଧାରରେ ପୋଲିସ ଷ୍ଟେସନରେ ବର ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୀଡିତା ମହିଳା ନ୍ୟାୟ ପାଇଁ ନିବେଦନ କରୁଥିବାବେଳେ ପୀଡିତାଙ୍କ ମା' ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।
ଘରୋଇ ଡାକ୍ତରଖାନାରେ ନବ ବିବାହିତ ମହିଳା ଭର୍ତ୍ତି ହୋଇଥିଲେ
ବିବାହିତା ମହିଳାଙ୍କ ମା' ଅଭିଯୋଗ କରିଛନ୍ତି ଯେ କନ୍ୟା ବିଦାୟ ଦିନ ତାଙ୍କ ଜ୍ବାଇଁ ତାଙ୍କ ଦୁଇ ସାଙ୍ଗଙ୍କ ସହ ନିଶା ଦ୍ରବ୍ୟ ଦେଇ ଝିଅ ସହ ଦୁଷ୍କର୍ମ କରିଥିଲେ । ଏହି କାରଣରୁ ତାଙ୍କ ଝିଅଙ୍କର ଅବସ୍ଥା ବିଗିଡି ଯାଇଥିଲା ଯାହା ପରେ ତାଙ୍କୁ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ ଫୋନ୍ କରି କହିଥିଲେ ଯେ ଝିଅଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।