ବାଟରେ କନ୍ୟା କହିଲା ‘ପାଣି ପିଇବି, ଆଣ’; ବର ଆଣିଲା ବେଳକୁ ଟଙ୍କା ଓ ସୁନା ନେଇ ସେ ଫେରାର୍

Bride escapes with gold and jewellery after asking groom to get water | ରାଜୁଙ୍କ ବିବାହ ଚାଲିଥିବା ବେଳେ ଯୁବତୀ ନିଜ ପୂରା ଯୋଜନା ବିଷୟରେ କାହାକୁ ସାମାନ୍ୟ ସନ୍ଦେହ ବି କରିବାକୁ ଦେଇ ନ ଥିଲା । ବିବାହ ସମୟରେ ରାଜୁଙ୍କ ପିତା ଓ ତାଙ୍କ ପରିବାର ସବୁ ରୀତିନୀତି ପାଳନ କରିଥିଲେ ।

‘‘ମୋତେ ଶୋଷ ଲାଗୁଛି । ଯାଅ, ଟିକେ ପାଣି ଆଣିଦିଅ,’’ ବାଟରେ କହିଥିଲା ଏହି କନିଆ ।

‘‘ମୋତେ ଶୋଷ ଲାଗୁଛି । ଯାଅ, ଟିକେ ପାଣି ଆଣିଦିଅ,’’ ବାଟରେ କହିଥିଲା ଏହି କନିଆ ।

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ବିବାହ ଏକ ପବିତ୍ର ବନ୍ଧନ, ଆଉ ଏହାର ଆରମ୍ଭ ସେହି ଦୃଢ଼ ବିଶ୍ୱାସରୁ ହୋଇଥାଏଯାହା ଶେଷ ପର୍ଯ୍ୟନ୍ତ ଚାଲିଥାଏ । କିନ୍ତୁ ଏବେ ଏମିତି ଏକ ମାମଲା ସାମନାକୁ ଆସିଛି ଯେଉଁଠି ଆରମ୍ଭରୁ ହିଁ ଏକ ବିବାହରେ ଜବରଦସ୍ତ ଠକେଇ ଦେଖିବାକୁ ମିଳିଛି । ତାହା ବି କନ୍ୟା ଦ୍ୱାରା । ଏହି ମାମଲାରେ ଝିଅଟି ବାପଘରୁ ବିଦା ତ ହେଲା, କିନ୍ତୁ ସେ ଶାଶୁ ଘରେ ପହଞ୍ଚିଲା ନାହିଁ । ଅଧା ବାଟରେ ନିଜ ସ୍ୱାମୀକୁ ବୋକା ବନେଇ ଖସି ପଳେଇଲା ।

ଏହି ଆଶ୍ଚର୍ଯ୍ୟ କରିଦେବା ପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲାରେ । ବରକୁ ବୋକା ବନେଇ ଖସିଯାଇଥିବା ଯୁବତୀ ନିଜ ସହିତ ସୁନା ଓ ରୂପାର ଅନେକ ଅଳଙ୍କାର ସହିତ ନଗଦ ଟଙ୍କା ବି ନେଇଯାଇଛନ୍ତି । ସେ ଚାଲିଯିବା ପରେ ବର ତାଙ୍କୁ ଖୋଜିହେଉଥିଲେ, ହେଲେ କେଉଁଠି ପାଉ ନ ଥିଲେ । ବରକୁ ଖୁବ୍‌ ଚାଲାକିରେ ଠକିଥିଲା ସେହି ଯୁବତୀ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଗିରଫ ହେଲେ ଆଉ ଦୁଇ ୱେବ୍ ଚ୍ଯାନେଲ୍‌ ‘ସାମ୍ବାଦିକ’; ନବରଙ୍ଗପୁରରେ ଶିକ୍ଷକଙ୍କୁ ଧମକାଇ ବଟି ନେଇଥିଲେ

ମୈନପୁରୀ ଜିଲ୍ଲାର ବେୱାର୍‌ ଥାନା ଅଞ୍ଚଳର ପାରଳାଖେଳା ଗ୍ରାମରେ ଏହି ଘଟଣା ଘଟିଛି। 'ଆଜ୍‌ ତକ୍‌'ର ଏକ ରିପୋର୍ଟ ଅନୁସାରେ ଯୁବତୀ ରାସ୍ତାରେ ଗାଡ଼ି ଅଟକାଇ ବରକୁ କହିଲା, ‘‘ମୋତେ ଶୋଷ ଲାଗୁଛି । ଯାଅ, ଟିକେ ପାଣି ଆଣିଦିଅ ।’’ ବର ପାଣି ଆଣିବାକୁ କାରରୁ ଓହ୍ଲାଇ ଗଲେ, ହେଲେ ସେ ଫେରିବା ବେଳକୁ ଆଉ କନ୍ୟାଙ୍କୁ ଦେଖିବାକୁ ପାଇ ନ ଥିଲେ । ବର ତା’ପରେ ବୁଝିଯାଇଥିଲେ ଯେ ସେ ଏକ ବିଶାଳ ଠକେଇରେ ପଡ଼ିଯାଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କୁ ଲାଗିଲା ଝଟକା! ତାଙ୍କ ଆବେଦନ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ

ରାଜୁ ନାମକ ଯୁବକଙ୍କର ବିବାହ ଜଣେ ମଧ୍ୟସ୍ଥି ମାଧ୍ୟମରେ ସ୍ଥିର ହୋଇଥିଲା । ମଧ୍ୟସ୍ତି କହିଥିଲେ ଯେ ଏହି ବିବାହ ପାଇଁ ସେ ରାଜୁଙ୍କ ଠାରୁ ୮୦ ହଜାର ଟଙ୍କା ନେବେ। ରାଜୁଙ୍କ ପିତା ମଧ୍ୟ ଏହି ସର୍ତ୍ତରେ ପୁଅର ବିବାହ ପାଇଁ ରାଜି ହୋଇଥିଲେ। ତା’ ପରେ ବିବାହ ତାରିଖ ସ୍ଥିର ହୋଇଥିଲା ଓ କାର୍ଯ୍ୟସୂଚୀ ଅନୁଯାୟୀ ରାଜୁଙ୍କ ବିବାହ ରୀତିନୀତି ଅନୁସାରେ ଆରମ୍ଭ ହୋଇଥିଲା ।

ଏହା ବି ପଢ଼ନ୍ତୁ | ବରଗଡ଼: ବିଜେପୁର BDO .୫୧ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଗିରଫ ହେଲେ

ମିଳିଥିବା ସୂଚନା ଅନୁସାରେ ବିବାହ କରିଥିବା ଯୁବତୀଙ୍କର ରାଜୁ ବିବାହର ମଧ୍ୟସ୍ଥି ସାଜିଥିବା ବ୍ୟକ୍ତିଙ୍କ ସହ ସିଧାସଳଖ ସମ୍ପର୍କ ଥିଲା । ଯେତେବେଳେ ଅଗଷ୍ଟ ୧୭ ତାରିଖରେ ରାଜୁଙ୍କ ବିବାହ ଏକ ମନ୍ଦିରରେ ହୋଇଥିଲା, ସେହି ସମୟରେ ଯୁବତୀ ନିଜ ପୂରା ଯୋଜନା ବିଷୟରେ କାହାକୁ ସାମାନ୍ୟ ସନ୍ଦେହ ବି କରିବାକୁ ଦେଇ ନ ଥିଲା । ବିବାହ ସମୟରେ ରାଜୁଙ୍କ ପିତା ଓ ତାଙ୍କ ପରିବାର ସବୁ ରୀତିନୀତି ପାଳନ କରିଥିଲେ ଓ ଘରେ ରଖାଯାଇଥିବା ସବୁ ସୁନା ଅଳଙ୍କାର ରାଜୁଙ୍କ କନିଆକୁ ଦେଇଦେଇଥିଲେ।

ଏହା ବି ପଢ଼ନ୍ତୁ | ଗୁରୁଜୀ ନା ଗୁଣ୍ଡା? ଖୋଲୁଛି ଖୋର୍ଦ୍ଧାର ମାନବବାଦ ସଙ୍ଗଠନର ମୁଖା; ବର୍ଷ ଧରି ବାସନ୍ଦ ୬ଟି ପରିବାର ଜଙ୍ଗଲରେ ରହୁଛନ୍ତି

ସେହି ବିବାହରେ କୌଣସି କାରଣ ଦର୍ଶାଇ କନ୍ୟାପକ୍ଷରୁ କେବଳ ଜଣେ କି ଦୁଇ ଜଣ ଲୋକ ଉପସ୍ଥିତ ଥିଲେ । ବିବାହ ସରିବା ପରେ ସେହି ମନ୍ଦିରରୁ କନିଆକୁ ବର ସହ ବିଦା କରାଗଲା । ତା’ ପରେ କାରରେ ଯାଉଥିବା ବେଳେ ରାସ୍ତାରେ ଏକ ବସ୍ ଷ୍ଟାଣ୍ଡରେ କନିଆ ରାଜୁଙ୍କୁ କହିଲା ଯେ ତାକୁ ଶୋଷ ଲାଗୁଛି । ତାଙ୍କୁ ଗୋଟେ ବୋତଲ ପାଣି କିମି ଆଣିବାକୁ ସେ କହିଲା । ରାଜୁ ପାଣି ବୋତଲ କିଣି ଫେରିବା ବେଳକୁ କାରରେ କନିଆ ନ ଥିଲା!

ଏହା ବି ପଢ଼ନ୍ତୁ | ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଲା; ମାହାଙ୍ଗା ଡବଲ ମର୍ଡ଼ରର ସାନି ତଦନ୍ତ ଆଦେଶ ଆସିଲା

ଏହା ଜାଣି ରାଜୁଙ୍କ ବୁଦ୍ଧି ହଜିଯାଇଥିଲା । ତା’ ପରେ ସେ ଏକା ଘରକୁ ଫେରିଥିଲେ । ତାଙ୍କ ପରିବାର ପୋଲିସ ଷ୍ଟେସନରେ ଏହି ଲୁଟ୍‌ ବିଷୟରେ ଜଣାଇଥିଲେ ଓ ସେହି ଯବତୀ ବିରୁଦ୍ଧରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା ।
Published by:Anand S.T. Das
First published: