Viral Video: ଦେଖନ୍ତୁ ମଣିଷ ପରି ନିଶ୍ବାସ ପ୍ରଶ୍ୱାସ ନେଉଥିବା ଗଛର ଭିଡିଓ

କାନାଡା ସହରର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି। ଭାଇରାଲ୍ ହଗ୍ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଏକ ଭିଡିଓ ସେୟାର୍ କରିଛି, ଯେଉଁଠାରେ ଏକ ଗଛର ମଝି ଫାଟି ଯାଇଛି ଏବଂ ସେ ପ୍ରବଳ ଜୋରରେ ନିଶ୍ୱାସ ନେଉଛି।

ନିଶ୍ବାସ ପ୍ରଶ୍ୱାସ ନେଉଥିବା "ବୃକ୍ଷ"

ନିଶ୍ବାସ ପ୍ରଶ୍ୱାସ ନେଉଥିବା "ବୃକ୍ଷ"

  • Share this:
News18 Odia Digital

କାନାଡା: ଆମେମାନେ କେବେ କେବେ କିଛି ଏମିତି ଜିନିଷ ନିଜ ଆଖିରେ ଦେଖୁ ଯାହା ବିଶ୍ଵାସ କରିବା କଷ୍ଟକର ହୋଇଥାଏ। ନିକଟରେ ଏମିତି ଏକ ଘଟଣା ଘଟିଛି, କାନାଡା ସହରର ଏକ ଭିଡିଓ ଇଣ୍ଟରନେଟରେ ଖୁବ୍ ଭାଇରାଲ ହୋଇଛି। ଭାଇରାଲ ହଗ୍ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଏକ ଭିଡିଓ ସେୟାର୍ କରିଛି, ଯେଉଁଠାରେ ଏକ ଗଛର ମଝି ଫାଟି ଯାଇଛି ଓ ସେ ପ୍ରବଳ ଜୋରରେ ନିଶ୍ୱାସ ନେଉଛି। ଏହି ଘଟଣା କ୍ୟାମେରାରେ ଜଣେ ବ୍ୟକ୍ତି କଏଦ ମଧ୍ୟ କରିଥିଲେ।

ଏହି ଗଛର ନାମ ହେଉଛି କ୍ରିପି ଟ୍ରି। ଭିଡିଓଟି ଭାଇରାଲ ହେଲା ପରେ ଅନେକ ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଦୃଶ୍ୟଟି ଜୁନ୍ ମାସରେ, ପ୍ରବଳ ବର୍ଷା ଓ ପ୍ରବଳ ପବନ ପରେ କଲଗରୀରେ ଦେଖା ଯାଇଥିଲା। ତେବେ ଏହାକୁ ଦେଖି ବ୍ୟକ୍ତି ଜଣକ କହିଥିଲେ ଯେ ସେମାନେ ଯାଉଥିବା ସମୟରେ ଜୋରରେ ନିଶ୍ବାସ ନେବାର  ଶବ୍ଦ ଶୁଣିଥିଲେ ଯାହାପରେ ସେମାନେ ଗଛରୁ ଭିତରୁ ଏମିତି ଶବ୍ଦ ଆସୁଛି ବୋଲି ଜାଣିବାକୁ ପାଇଥିଲେ।

୫.୫ ମିଲିୟନରୁ ବି ଅଧିକ ଲୋକ ଏହି ଭିଡିଓକୁ ଦେଖିଛନ୍ତି ଓ ଅନଲାଇନରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କିଛି ଲୋକ କହିଥିଲେ ଯେ ସେମାନେ ନିଜ ଜୀବନରେ ଏହିପରି କିଛି ଦେଖିନଥିଲେ ଓ ଦୃଶ୍ୟଟି ଫିଲ୍ମ ପରି ଦେଖାଯାଉଥିଲା।
Published by:Soumyashree Mishra
First published: