Breaking: ଅଟକି ଯାଇଛି SBI ର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା; କିନ୍ତୁ କାମ କରୁଛି ଏଟିଏମ୍

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ସ୍ଥଗିତ ହୋଇଯାଇଛି । ବ୍ୟାଙ୍କ ଏକ ଟ୍ୱିଟ୍‌ରେ ଏହି ବିଷୟରେ ସୂଚନା ଦେଇଛି । ଯଦିଓ ଏଟିଏମ୍ ଓ POS ମେସିନ୍ ଏହା ଦ୍ୱାରା ପ୍ରଭାବିତ ହୋଇ ନାହିଁ ।

SBI, HDFC, ICICI ଗ୍ରାହକଙ୍କ ପାଇଁ ଜରୁରୀ ଖବର!

SBI, HDFC, ICICI ଗ୍ରାହକଙ୍କ ପାଇଁ ଜରୁରୀ ଖବର!

  • Share this:
News18 Odia Digital
ନୂଆ ଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର (SBI) ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ସ୍ଥଗିତ ହୋଇଯାଇଛି । ବ୍ୟାଙ୍କ ଏକ ଟ୍ୱିଟ୍‌ରେ ଏହି ବିଷୟରେ ସୂଚନା ଦେଇଛି । ଯଦିଓ ଏଟିଏମ୍ ଓ POS ମେସିନ୍ ପ୍ରଭାବିତ ହୋଇ ନାହିଁ । ବ୍ୟାଙ୍କ ଟ୍ୱିଟରେ ଲେଖିଛି ଯେ ଆମେ ଆମର ଗ୍ରାହକଙ୍କୁ ଆମ ସହିତ ରହିବାକୁ ଅନୁରୋଧ କରୁଛୁ ସେମାନେ ଆମ ସହିତ ଯୋଡ଼ି ରୁହନ୍ତୁ । ଶୀଘ୍ର ସାଧାରଣ ସେବା ପୁନର୍ବାର ଆରମ୍ଭ ହୋଇଯିବ ।





ବ୍ୟାଙ୍କ କହିଛି ଯେ କନେକ୍ଟିଭିଟି ସମସ୍ୟା ହେତୁ ଗ୍ରାହକମାନେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଆପଣ ଏଟିଏମରୁ ଟଙ୍କା ଉଠାଇ ପାରିବେ ଓ କାର୍ଡ ସହିତ ସପିଂ କରିପାରିବେ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କୁ ଟ୍ୱିଟ୍ କରି କହିଛି ଯେ ଅସୁବିଧା ପାଇଁ ଆମେ ଦୁଃଖିତ ଓ ଗ୍ରାହକମାନେ ଟିକେ ସହଯୋଗ କରନ୍ତୁ ।

ମଧ୍ୟାହ୍ନ ପୂର୍ବରୁ ସେବାଗୁଡିକ ପୁନଃ ସ୍ଥାପିତ ହେବ ବୋଲି ଏସବିଆଇ କହିଛି । ଅନେକ ଏସବିଆଇ ଗ୍ରାହକ ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟରରେ ଗ୍ଲିଚ୍ ବିଷୟରେ ସୂଚନା ଦେଇଛନ୍ତି । SBI ର YONO ଆପ୍ ବ୍ୟବହାରକାରୀ ମାନେ ମଧ୍ୟ ଆପ୍ ମାଧ୍ୟମରେ ସେମାନଙ୍କର ଆକାଉଣ୍ଟ୍ ବ୍ୟବହାର କରିବାରେ ଅସମର୍ଥ ହେଉଛନ୍ତି ।

ଜଣେ ଉପଭୋକ୍ତା ଟ୍ୱିଟରରେ ଲେଖିଛନ୍ତି ଯେ ଟ୍ୱିଟରରେ ବ୍ୟାଙ୍କକୁ ପୋଷ୍ଟ କରିବା ପରିବର୍ତ୍ତେ ଏହି ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ସମସ୍ତ ଗ୍ରାହକଙ୍କୁ ଏସଏମଏସ ମାଧ୍ୟମରେ ପଠାଯିବା ଉଚିତ ।

YONOକୁ ଏକ ଅଲଗା କମ୍ପାନୀ କରିବାକୁ ବିଚାର - ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ଡିଜିଟାଲ୍ ପ୍ଲାଟଫର୍ମ ୟୋନୋକୁ ଏକ ଅଲଗା ସଂସ୍ଥା କରିବାକୁ ସକ୍ରିୟ ଭାବରେ ବିଚାର କରୁଛି । ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ରଜନୀଶ କୁମାର ଅବସର ନେବା ପୂର୍ବରୁ ଏହା କହିଛନ୍ତି । ୟୋନୋ ଅର୍ଥ ହେଉଛି 'ଆପଣଙ୍କୁ କେବଳ ଗୋଟିଏ ଆପ୍ ଦରକାର' ହେଉଛି ଷ୍ଟେଟ୍ ବ୍ୟାଙ୍କର ଏକୀକୃତ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ ।
Published by:Jagdish Barik
First published: