Breaking- ଡ୍ରଗ୍ସ ମାମଲାରେ ନାମ ଆସିବାପରେ ଦିୟା ମିର୍ଜା ଦେଲେ ସ୍ପଷ୍ଟୀକରଣ; କହିଲେ- 'ମୁଁ ଡ୍ରଗ୍ସ ନା କେବେ କିଣିଛି ନା କେବେ ଖାଇଛି'

ଡ୍ରଗ୍ସ ମାମଲାର ଚାଲିଥିବା ଯାଞ୍ଚ ମଧ୍ୟରେ ଗଣମାଧ୍ୟମ ରିପୋର୍ଟରେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜାଙ୍କ ନାମ ସାମ୍ନାକୁ ଆସିଥିବା ଦର୍ଶାଯାଇଛି । ଏଥି ସହିତ ଖବର ଆସିଛି ଯେ ଏନସିବି ତାଙ୍କୁ ଖୁବ ଶୀଘ୍ର ସମନ ପଠାଇବ ।

Breaking- ଡ୍ରଗ୍ସ ମାମଲାରେ ନାମ ଆସିବାପରେ ଦିୟା ମିର୍ଜା ଦେଲେ ସ୍ପଷ୍ଟୀକରଣ; କହିଲେ- 'ମୁଁ ଡ୍ରଗ୍ସ ନା କେବେ କିଣିଛି ନା କେବେ ଖାଇଛି'
ଦିୟା ମିର୍ଜା (ଫଟୋ କ୍ରେଡିଟ- @diamirzaofficial/Instagram)
  • News18 Odia
  • Last Updated: September 22, 2020, 7:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ଡ୍ରଗ୍ସ ମାମଲାରେ ଏନସିବିର ଯାଞ୍ଚ ଚାଲିଥିବା କିଛି ଦିନ ହେବ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଉଛି । ଅନ୍ୟପକ୍ଷରେ ଆଜି ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ଏହି ଘଟଣାରେ ଜଣାଶୁଣା ଅଭିନେତ୍ରୀ ଦିୟା ମିର୍ଜାଙ୍କ (Dia Mirza) ନାମ ମଧ୍ୟ ଆସିଛି । ଏଥି ମଧ୍ୟ ଖବର  ଆସିଛି ଯେ ଦିୟା ମିର୍ଜାଙ୍କୁ ମଧ୍ୟ ଏହି ମାମଲାର ତଦନ୍ତ ପାଇଁ ସମନ ପଠାଯିବ । ଏହି ସବୁ ଖବର ମଧ୍ୟରେ ନିଜେ ଦିୟା ମିର୍ଜାଙ୍କ ଦ୍ୱାରା ସ୍ପଷ୍ଟୀକରଣ ଆସି ସାରିଛି । ସେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ପକ୍ଷ ରଖିଛନ୍ତି । ଡ୍ରଗ୍ସ ମାମଲାରେ ସ୍ପଷ୍ଟୀକରଣ ଦେଇ ସେ ଏହି ସମସ୍ତ ଖବରକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି ।

ଦିୟା ମିର୍ଜା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି- 'ମୁଁ ଏଭଳି ଖବରକୁ ସଂପୂର୍ଣ୍ଣ ଭୁଲ, ଭିତ୍ତିହୀନ, ଖରାପ ଉଦ୍ଦେଶ୍ୟ କହିବାକୁ ଚାହେଁ । ଏହିପରି ଖରାପ ରିପୋର୍ଟ ମୋ ପ୍ରତିଷ୍ଠା ଉପରେ ସିଧାସଳଖ ପ୍ରଭାବ ପକାଇବ । ଏହା ମୋ କ୍ୟାରିଅରକୁ କାଦୁଅ କରି ଏହାକୁ ନଷ୍ଟ କରିବାକୁ କାମ କରିବ । ଯାହା ମୁଁ ବହୁତ କଠିନ ଓ ବର୍ଷ ବର୍ଷର ପରିଶ୍ରମ ସହିତ କରିଛି । ମୁଁ ମୋ ଜୀବନରେ ନା କେବେ ଡ୍ରଗ୍ସ କିଣିବାର କାମ କରିଛି ଏବଂ ନାଁ କେବେ ଏହାକୁ ଖାଇଛି ।

ସେ ଆହୁରି ଲେଖିଛନ୍ତି, 'ଏହି ପ୍ରସଙ୍ଗରେ ଭାରତର ନାଗରିକ ଭାବରେ ମୁଁ ସମ୍ପୂର୍ଣ୍ଣ ଆଇନଗତ ସହାୟତା ନେବି । ମୋ ପାଇଁ ଠିଆ ହୋଇଥିବାରୁ ମୋର ସମର୍ଥକମାନଙ୍କୁ ଧନ୍ୟବାଦ ’। ଦିୟା ମିର୍ଜା ମଧ୍ୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଅନେକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ କେବଳ ଏହି ଅଭିଯୋଗକୁ ଅସ୍ୱୀକାର କରିନାହାଁନ୍ତି, ଯେଉଁମାନେ ଏଭଳି ଖବର ପ୍ରସାରଣକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଦିୟାଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକ ମାନଙ୍କର ସମର୍ଥନ ପାଇଛନ୍ତି । ଏହା ସହିତ ତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କ ସହିତ ଛିଡ଼ା ହେବା ବିଷୟରେ କହିଛନ୍ତି । ତେବେ ଏପର୍ଯ୍ୟନ୍ତ ଏ ବାବଦରେ ଏନସିବି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଦିୟାଙ୍କ ବ୍ୟତୀତ ଏହି ଘଟଣାରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ନାମ ଦାବି କରାଯାଇଛି ।
Published by: Jagdish Barik
First published: September 22, 2020, 7:48 PM IST
corona virus btn
corona virus btn
Loading