Breaking News: ଆଫଗାନିସ୍ତାନର ହେଲମାଣ୍ଡରେ ଦୁଇଟି ସାମରିକ ବିମାନ ମୁହାଁମୁହିଁ ଧକ୍କା; ୧୫ ଜଣଙ୍କର ମୃତ୍ୟୁ

ଆଫଗାନିସ୍ତାନର (Afghanistan) ଦକ୍ଷିଣ ହେଲମାଣ୍ଡର (Southern Helmand) ନାଭା ଜିଲ୍ଲାରେ ଦୁଇଟି ବାୟୁସେନା ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛି ।

Breaking News: ଆଫଗାନିସ୍ତାନର ହେଲମାଣ୍ଡରେ ଦୁଇଟି ସାମରିକ ବିମାନ ମୁହାଁମୁହିଁ ଧକ୍କା; ୧୫ ଜଣଙ୍କର ମୃତ୍ୟୁ
(ଫଟୋ-ଟୋଲୋ ନ୍ୟୁଜ୍)
  • News18 Odia
  • Last Updated: October 14, 2020, 11:23 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କାବୁଲ: ଆଫଗାନିସ୍ତାନର (Afghanistan) ଦକ୍ଷିଣ ହେଲମାଣ୍ଡର (Southern Helmand) ନାଭା ଜିଲ୍ଲାରେ ଆଫଗାନିସ୍ତାନ ବାୟୁସେନାର ଦୁଇଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛି । ଟୋଲୋ ନ୍ୟୁଜ୍ ଅନୁଯାୟୀ ଏହି ଦୁର୍ଘଟଣାରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ।

ଟୋଲୋ ନ୍ୟୁଜ୍ ଅନୁଯାୟୀ କମାଣ୍ଡୋ ଫେରାଇ ଆଣିବା ଓ ଆହତ ସୁରକ୍ଷା ବାହିନୀକୁ ହେଲିକପ୍ଟର ଆଣିବା ସମୟରେ ଏହି ଘଟଣା ଘଟିଥିବା ସୂତ୍ରରୁ ପ୍ରକାଶ । ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଏହି ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୌଣସି ମନ୍ତବ୍ୟ ଦେଇନାହିଁ ।

ପ୍ରାଦେଶିକ ରାଜ୍ୟପାଳଙ୍କ ମୁଖପାତ୍ର ଓମାର ଜାୱକ ନିଶ୍ଚିତ କରିଛନ୍ତି ଯେ ନାୱା ଜିଲ୍ଲାରେ ଏକ ଘଟଣା ଘଟିଛି । କିନ୍ତୁ ସେ କୌଣସି ସୂଚନା ଦେଇନାହାଁନ୍ତି ।

ଏହି ଖବର ବର୍ତ୍ତମାନ ପହଞ୍ଚିଛି ଓ ଆପଣ ଏହାକୁ ପ୍ରଥମେ News18 Odia ରେ ପଢୁଛନ୍ତି । ଯେହେତୁ ସୂଚନା ଗ୍ରହଣ କରାଯାଉଛି, ଆମେ ଏହାକୁ ଅପଡେଟ୍ କରୁଛୁ । ଏକ ଉତ୍ତମ ଅଭିଜ୍ଞତା ପାଇଁ, ଏହି ଖବରକୁ ପଢିବା ଜାରି ରଖନ୍ତୁ ଯାହା ଦ୍ୱାରା ଆପଣ ତୁରନ୍ତ ସମସ୍ତ ଅଦ୍ୟତନ ଖବର ପାଇପାରିବେ ।  ଆମ ସହିତ ଯୋଡ଼ି ରୁହନ୍ତୁ ଓ ପ୍ରତ୍ୟେକ ସଠିକ୍ ଖବର ପ୍ରାପ୍ତ କରନ୍ତୁ, ସର୍ବପ୍ରଥମେ କେବଳ ଓଡ଼ିଆ.ନ୍ୟୁଜ୍ 18.com ...
Published by: Jagdish Barik
First published: October 14, 2020, 11:23 AM IST
corona virus btn
corona virus btn
Loading