Breaking News: ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଡ୍ରଗ୍ସ ମାମଲାରେ ଜାମିନ ମିଳିଲା
ଭାରତୀ ସିଂ (Bharti Singh) ଓ ହର୍ଷ ଲିମ୍ବାଚିୟାଙ୍କୁ (Haarsh Limbachiyaa) ଏକ ସ୍ପେଶାଲ ଏନଡିପିଏସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଟିଭିର ଜଣେ ବଡ଼ କମେଡିଆନ ଭାବେ ଜଣାଶୁଣା ଭାରତୀ ସିଂଙ୍କ ଘରୁ NCB ଗଞ୍ଜେଇ ଜବତ କରିବାପରେ ତାଙ୍କୁ ଗିରଫ କରିଥିଲା ।

ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଡ୍ରଗ୍ସ ମାମଲାରେ ଜାମିନ ମିଳିଲା
- News18 Odia
- Last Updated: November 23, 2020, 4:28 PM IST
ମୁମ୍ବାଇ: ଭାରତ ସିଂ ଓ ହର୍ଷ ଲିମ୍ବାଚିୟାଙ୍କୁ ଏକ ସ୍ପେଶାଲ ଏନଡିପିଏସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଟିଭିର ଜଣେ ବଡ କମେଡିଆନ ଭାବେ ଜଣାଶୁଣା ଭାରତୀ ସିଂଙ୍କ ଘରୁ NCB ଗଞ୍ଜେଇ ଜବତ କରିବାପରେ ତାଙ୍କୁ ଗିରଫ କରିଥିଲା । ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଗିରଫ ହେବା ପରେ ଭାରତୀୟ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ରବିବାର ଦିନ ଦୁର୍ଗ କୋର୍ଟରେ ହାଜର କରାଯାଇଥିଲା ।
Maharashtra: Comedian Bharti Singh and her husband Haarsh Limbachiyaa granted bail by a Special NDPS court in Mumbai.
— ANI (@ANI) November 23, 2020
ଭାରତୀ ଓ ହର୍ଷ ଗିରଫ ହେବା ଦିନଠାରୁ କମେଡି ଜଗତର ଅନେକ ଲୋକ ଏହି ପ୍ରସଙ୍ଗରେ ନିଜର ମତ ଦେବା ଆରମ୍ଭ କରି ଦେଇଛନ୍ତି । ନିକଟରେ ଭାରତୀ ଓ ହର୍ଷଙ୍କ ଗିରଫଦାରୀ ଉପରେ ରାଜୁ ଶ୍ରୀବାସ୍ତବ କମେଣ୍ଟ ଦେଇଛନ୍ତି ଓ ବର୍ତ୍ତମାନ ଜନି ଲିଭର (Johny Lever) ମଧ୍ୟ ଏହି ପ୍ରସଙ୍ଗରେ କହିଛନ୍ତି । ଜନି ଲିଭର ସଞ୍ଜୟ ଦତ୍ତଙ୍କ ଏକ ଉଦାହରଣ ଦେଇଛନ୍ତି ଓ ଉଭୟଙ୍କୁ ସେମାନଙ୍କର ଭୁଲ ସ୍ୱୀକାର କରିବାକୁ ପରାମର୍ଶ ଦେଇଛନ୍ତି । ଜନି ଲିଭର କହିଛନ୍ତି - 'ଜେଲରୁ ବାହାରିବା ପରେ ଦୁହେଁ ନିଜ ସାଙ୍ଗମାନଙ୍କ ସହ କଥା ହେବା ଉଚିତ ଓ ସମସ୍ତଙ୍କୁ ଡ୍ରଗ୍ସ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯିବା ଉଚିତ୍ । ସଞ୍ଜୟ ଦତ୍ତଙ୍କୁ ଦେଖ ସେ ବିଶ୍ୱରେ ନିଜର ଭୁଲ ସ୍ୱୀକାର କରିଛନ୍ତି । କେବଳ ତୁମର ଭୁଲକୁ ଗ୍ରହଣ କର ଓ ଡ୍ରଗ୍ସ ଛାଡିବାକୁ ପ୍ରତିଶୃତି ନିଅ । କେହି ଏଥିପାଇଁ ଆପଣଙ୍କୁ ପୁଷ୍ପଗୁଚ୍ଛ ଦେବେ ନାହିଁ ।
View this post on Instagram
ଶନିବାର ଦିନ (ନଭେମ୍ବର ୨୧) ଏନସିବି ଡ୍ରଗ୍ସ ପ୍ୟାଡଲରଙ୍କ ସୂଚନାକୁ ନେଇ ଭାରତୀ ସିଂଙ୍କ କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ଭାରତୀ ସିଂଙ୍କୁ ଶନିବାର ଦିନ ଉପାନ୍ତ ଅଞ୍ଚଳର ଆନ୍ଧେରିସ୍ଥିତ ଘରୁ ଗଞ୍ଜେଇ ଜବତ କରାଯିବା ପରେ ଗିରଫ କରାଯାଇଥିଲା । ପଚରାଉଚୁରାରେ ଭାରତୀ ସିଂ ଡ୍ରଗ୍ସ ସେବନ କରୁଥିବା ସ୍ୱୀକାର କରିଛନ୍ତି । ପ୍ରାୟ ଛଅ ଘଣ୍ଟା ପଚରାଉଚରା ପରେ ଏଜେନ୍ସି ତାଙ୍କୁ ଗିରଫ କରିଥିଲା ।