Breaking News: ଅର୍ଣ୍ଣବ ଗୋସ୍ୱାମୀ ଗିରଫ ହେଲେ; ଇଣ୍ଟେରିୟର ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ
ନ୍ୟୁଜ୍ ଚ୍ୟାନେଲ ରିପବ୍ଲିକ୍ ଟିଭିର (Republic TV) ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ (Arnab Goswami) ମୁମ୍ବାଇ ପୋଲିସ ଉପରେ ଏକ ସମ୍ବେଦନଶୀଳ ଅଭିଯୋଗ ଆଣି କହିଛନ୍ତି ଯେ ପୋଲିସ ତାଙ୍କ ଶାଶୁ, ପୁଅ ଓ ସ୍ତ୍ରୀଙ୍କୁ ମାଡ଼ ମାରିଛି । ତାଙ୍କୁ ପରିବାର ସହ କଥା ହେବାକୁ ଦିଆ ଯାଇନାହିଁ ।

ଅର୍ଣ୍ଣବ ଗୋସ୍ୱାମୀ ଗିରଫ ହେଲେ
- News18 Odia
- Last Updated: November 4, 2020, 10:15 AM IST
ମୁମ୍ବାଇ: ନକଲି ଟିଆରପି ମାମଲାରେ ମୁମ୍ବାଇ ପୋଲିସ ନ୍ୟୁଜ ଚ୍ୟାନେଲ ରିପବ୍ଲିକର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି । ପୋଲିସ ଅର୍ଣ୍ଣବଙ୍କୁ ତାଙ୍କ ଘରୁ ଗିରଫ କରିଛି । ପୋଲିସ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଗୋସ୍ୱାମୀ । ରିପବ୍ଲିକ୍ ଟିଭିରେ ଅର୍ଣ୍ଣବଙ୍କ ଘରର ଲାଇଭ୍ ଫୁଟେଜ୍ ମଧ୍ୟ ଦେଖାଯାଇଥିଲା ଯେଉଁଥିରେ ପୋଲିସ ଓ ଅର୍ଣ୍ଣବଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଦେଖିବାକୁ ମିଳିଥିଲା |
କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅର୍ଣ୍ଣବ ଗୋସ୍ବାମୀ ଓ ଅନ୍ୟ ଦୁଇଜଣ ଲୋକ କଥିତ ଭାବରେ ୫୩ ବର୍ଷୀୟ ଇଣ୍ଟେରିୟର ଡିଜାଇନର୍ଙ୍କୁ ଦେୟ ପ୍ରଦାନ କରିନାହାଁନ୍ତି । ଇଣ୍ଟେରିୟର ଡିଜାଇନର୍ ଅନଭାଇ ନାଏକଙ୍କ ଝିଅ ଆଝା ନାୟକ ଦାବି କରିଛନ୍ତି ଯେ ରାୟଗଡ ଜିଲ୍ଲାର ଆଲିବାଗ ପୋଲିସ ଦେୟ ପ୍ରଦାନ ନକରିବା ଘଟଣାର ତଦନ୍ତ କରି ନାହିଁ । ତେଣୁ ଅନଭାଇ ଏବଂ ତାଙ୍କ ମାଙ୍କୁ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେବାକୁ ପଡିଲା । ଅନଭାଇ ନାୟକଙ୍କ ଦ୍ୱାରା ଲିଖିତ ଆତ୍ମହତ୍ୟା ନୋଟରେ ଦର୍ଶାଯାଇଛି ଯେ ଅଭିଯୁକ୍ତ ତାଙ୍କୁ ୫.୪୦ କୋଟି ଟଙ୍କା ଦେଇ ନାହାଁନ୍ତି ତେଣୁ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡୁଛି । ଏହି ଅଭିଯୋଗକୁ ରିପବ୍ଲିକ୍ ଟିଭି ପ୍ରତ୍ୟାଖ୍ୟାନ କରିଛି । ଏହି ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି ।
Screenshots of Republic TV channel showing Mumbai police entering Arnab Goswami’s residence and what appears to be a scuffle inside https://t.co/wUlFrNX108 pic.twitter.com/3kmnUy81BP
— ANI (@ANI) November 4, 2020
ଅର୍ଣ୍ଣବ ଗୋସ୍ୱାମୀ ମୁମ୍ବାଇ ପୋଲିସ ଉପରେ ସମ୍ବେଦନଶୀଳ ଅଭିଯୋଗ ଆଣି କହିଛନ୍ତି ଯେ ପୋଲିସ ତାଙ୍କ ଶାଶୁ, ପୁଅ ଓ ସ୍ତ୍ରୀଙ୍କୁ ମାଡ଼ ମାରିଛି । ଅର୍ଣ୍ଣବ ମୁମ୍ବାଇ ପୋଲିସକୁ ହୋଲିଗାନ ବୋଲି ଅଭିହିତ କରିବା ସହ ତାଙ୍କୁ ପରିବାର କଥା ହେବାକୁ ବାରଣ କରଯାଇଥିଲା ବୋଲି କହିଥିଲେ । ଔଷଧ ଦେବାକୁ ମଧ୍ୟ ବାରଣ କରାଯାଇଥିଲା । ଏହା ପରେ ମୁମ୍ବାଇ ପୋଲିସ ନିଜ ସହ ଅର୍ଣ୍ଣବ ଗୋସ୍ୱାମୀକୁ ଏକ ଭ୍ୟାନରେ ନେଇଯାଇଥିଲା ।