ମୋଦୀ କ୍ୟାବିନେଟ୍ ଚାଷୀଙ୍କୁ ଦେଲେ ବଡ଼ ଉପହାର! ଗହମ, ଚଣା ପରି ସବୁ ରବି ଫସଲର ବୃଦ୍ଧି କଲେ MSP

ମୋଦୀ ସରକାର ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି ।

ମୋଦୀ କ୍ୟାବିନେଟ୍ ଚାଷୀଙ୍କୁ ଦେଲେ ବଡ଼ ଉପହାର! ଗହମ, ଚଣା ପରି ସବୁ ରବି ଫସଲର ବୃଦ୍ଧି କଲେ MSP
ମୋଦୀ କ୍ୟାବିନେଟ୍ ଚାଷୀଙ୍କୁ ଦେଲେ ବଡ଼ ଉପହାର!
  • News18 Odia
  • Last Updated: September 21, 2020, 6:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କୃଷି ମୂଲ୍ୟ ଓ ଦର ଆୟୋଗର (Commission for Agricultural Costs and Prices) ସୁପାରିଶ କ୍ରମେ ମୋଦୀ ସରକାର (Modi Government) ରବି ଫସଲର ସର୍ବନିମ୍ନ ସହାୟତା ଦର (MSP) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖବର ଅନୁସାରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏମଏସପି ପୂର୍ବ ପରି ଚାଲିବାକୁ ଯାଉଛି । କୃଷକଙ୍କ ଆୟକୁ ୨୦୨୨ ସୁଦ୍ଧା ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖି ମୋଦୀ ସରକାର କୃଷିଜାତ ଦ୍ରବ୍ୟ ବିକ୍ରୟ ପାଇଁ ରାଜ୍ୟଗୁଡିକର କୃଷି ଉତ୍ପାଦନ ମାର୍କେଟିଂ କମିଟି (MSP) ଅଧିନିୟମ ଅନୁଯାୟୀ ପରିଚାଳିତ ମାଣ୍ଡି ବ୍ୟତୀତ ଏକ ବିକଳ୍ପ ଚ୍ୟାନେଲ ଯୋଗାଇବା ପାଇଁ ଏକ ନୂତନ ନିୟମ ପ୍ରଣୟନ କରାଯାଇଛି । ନୂତନ ନିୟମ ଅନୁଯାୟୀ ଗହମ, ଚାଉଳ କିମ୍ବା ଅନ୍ୟାନ୍ୟ କଠିନ ଶସ୍ୟ, ଡାଲି, ତେଲ ବିହନ, ଖାଇବା ତେଲ, ପନିପରିବା, ଫଳ, ବାଦାମ, ମସଲା, ଆଖୁ ଏବଂ କୁକୁଡ଼ା, ଘୁଷୁରି, ଛେଳି, ମାଛ ଏବଂ ଦୁଗ୍ଧଜାତ ଦ୍ରବ୍ୟ, ଯାହାର ପ୍ରାକୃତିକ କିମ୍ବା ପ୍ରକ୍ରିୟାକୃତ ରୂପ ମାନବ ବ୍ୟବହାର କରେ ଏହାକୁ କୃଷିଜାତ ଦ୍ରବ୍ୟ ବୋଲି କୁହାଯାଇଛି ।





ସହାୟତା ମୂଲ୍ୟ ଦିଆଯାଏ କାହିଁକି?
କେନ୍ଦ୍ର ସରକାର କୃଷି ମୂଲ୍ୟ ଓ ଦର ଆୟୋଗର (CACP-Commission for Agricultural Costs and Prices) ସୁପାରିଶ କ୍ରମେ କେନ୍ଦ୍ର ସରକାର କିଛି ଫସଲ ବୁଣିବା ପୂର୍ବରୁ ସର୍ବନିମ୍ନ ସହାୟତା ମୂଲ୍ୟ ଘୋଷଣା କରିଛନ୍ତି । ଏହା କୃଷକମାନଙ୍କୁ ସୁନିଶ୍ଚିତ କରେ ଯେ ବଜାରରେ ସେମାନଙ୍କ ଫସଲର ମୂଲ୍ୟ ହ୍ରାସ ହେଲେ ମଧ୍ୟ ସରକାର ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଦେବେ । ଏହା ମାଧ୍ୟମରେ ସରକାର ସେମାନଙ୍କର କ୍ଷତି ହ୍ରାସ କରିବାକୁ ଚେଷ୍ଟା କରିଥାନ୍ତି ।

ଏହା ବି ପଢ଼ନ୍ତୁ | CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

ଏହା ବି ପଢ଼ନ୍ତୁ ଚିଟ୍ ଫଣ୍ଡ୍ ସ୍କାମ୍: ଖୋଲିଲା ସି-ସୋର ଫାଇଲ; BJD MLA ଦେବୀ ପ୍ରସାଦ ମିଶ୍ରଙ୍କ ଘରେ CBI ରେଡ଼ କଲା

କାହିଁକି ଗୁରୁତ୍ୱପୂର୍ଣ୍ଣ MSP ?
ବାସ୍ତବରେ ସମସ୍ତ ସରକାର ଚାଷୀଙ୍କୁ ଲାଭ ଦିଅନ୍ତି ନାହିଁ । ବର୍ତ୍ତମାନ ବିହାର ଓ ମଧ୍ୟପ୍ରଦେଶରେ ସବୁଠାରୁ ଖରାପ ସ୍ଥିତି ରହିଛି ଯେଉଁଠାରେ କୃଷକମାନେ ଏମଏସପି ପାଇ ନାହାଁନ୍ତି । ଶାନ୍ତ କୁମାର କମିଟି ତାଙ୍କ ରିପୋର୍ଟରେ କହିଛି ଯେ କେବଳ ୬ ପ୍ରତିଶତ ଚାଷୀଙ୍କୁ ଏମଏସପି ରେ ଲାଭ ମିଳିଥାଏ । ଅର୍ଥାତ୍ ୯୪ ପ୍ରତିଶତ କୃଷକ ବଜାର ଉପରେ ନିର୍ଭରଶୀଳ ।



MSP ନିଷ୍ପତ୍ତି ଆଧାର
କୃଷି ମୂଲ୍ୟ ଓ ଦର ଆୟୋଗ ସର୍ବନିମ୍ନ ସହାୟତା ମୂଲ୍ୟ ସୁପାରିଶ କରିଥାଏ । କିଛି କଥାକୁ ଧ୍ୟାନରେ ରଖି ମୂଲ୍ୟ ସ୍ଥିର କରାଯାଇ ଥାଏ ।
- ଉତ୍ପାଦର ମୂଲ୍ୟ କେତେ ?
- ଫସଲରେ ବ୍ୟବହୃତ ଜିନିଷଗୁଡ଼ିକର ଦର କେତେ ପରିବର୍ତ୍ତନ ହୋଇଛି
- ବଜାରରେ ବର୍ତ୍ତମାନର ମୂଲ୍ୟ କଣ
- ଚାହିଦା ଓ ଯୋଗାଣର ପରିସ୍ଥିତି
- ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିସ୍ଥିତି କିପରି ଅଛି
Published by: Jagdish Barik
First published: September 21, 2020, 6:26 PM IST
corona virus btn
corona virus btn
Loading