ଜାମ୍ମୁ କାଶ୍ମୀର ଉଦ୍ଧମପୁରରେ ବଡ ଦୁର୍ଘଟଣା; ଓଭରଲୋଡ୍ ବସ୍ ଓଲଟି ଜଣେ ମୃତ.. ୬୭ ଜଣ ଯାତ୍ରୀ ଆହତ

ଜାମ୍ମୁ କାଶ୍ମୀରରୁ ବଡ ଖବର ସାମ୍ନାକୁ ଆସିଛି । କେନ୍ଦ୍ରଶାସିତ ଅଞ୍ଚଳର ଉଦ୍ଧମ ପୁର ଜିଲ୍ଲାରେ ଏକ ବଡ ବସ୍ ଦୁର୍ଘଟଣା ଘଟିଛି । ବସ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ୬୭ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଜାମ୍ମୁ କାଶ୍ମୀର ଉଦ୍ଧମପୁରରେ ବଡ ଦୁର୍ଘଟଣା; ଓଭରଲୋଡ୍ ବସ୍ ଓଲଟି ଜଣେ ମୃତ.. ୬୭ ଜଣ ଯାତ୍ରୀ ଆହତ

ଜାମ୍ମୁ କାଶ୍ମୀର ଉଦ୍ଧମପୁରରେ ବଡ ଦୁର୍ଘଟଣା; ଓଭରଲୋଡ୍ ବସ୍ ଓଲଟି ଜଣେ ମୃତ.. ୬୭ ଜଣ ଯାତ୍ରୀ ଆହତ

  • News18 Odia
  • Last Updated :
  • Jammu and Kashmir, India
  • Share this:
News 18 Odia Digital

ଉଦ୍ଧମପୁର : ଜାମ୍ମୁ କାଶ୍ମୀରରୁ ବଡ ଖବର ସାମ୍ନାକୁ ଆସିଛି । କେନ୍ଦ୍ରଶାସିତ ଅଞ୍ଚଳର ଉଦ୍ଧମ ପୁର ଜିଲ୍ଲାରେ ଏକ ବଡ ବସ୍ ଦୁର୍ଘଟଣା ଘଟିଛି । ବସ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ୬୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଧିକାରୀ କହିଛନ୍ତି, ବସ୍‌ରେ ଏହାର କ୍ଷମତା ଅପେକ୍ଷା ଅଧିକ ଯାତ୍ରୀ ଥିଲେ । ଏହି କାରଣରୁ ବସର ଗୋଟିଏ ପାର୍ଶ୍ୱ ଅଣେଇ ହୋଇ ଯାଇଥିଲା। ଏହା ସତ୍ତ୍ବେ ବସ୍ ଡ୍ରାଇଭର କିମ୍ବା ବସ୍ କଣ୍ଡକ୍ଟର ଏଥିପ୍ରତି ଧ୍ୟାନ ଦେଇନଥିଲେ । ରାସ୍ତାରେ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବସ୍ ଓଲଟି ପଡ଼ିବା ମାତ୍ରେ ଘଟଣାସ୍ଥଳରେ ଚିତ୍କାର ଶୁଣିବାକୁ ମିଳିଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଏବଂ ୫ ଡଜନରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ବସ୍ ଦୁର୍ଘଟଣାରେ ଆହତଙ୍କ ମଧ୍ୟରେ ଛାତ୍ରମାନେ ମଧ୍ୟ ଅଛନ୍ତି ବୋଲି କୁହାଯାଉଛି । ସୂଚନା ଅନୁଯାୟୀ ଘରୋଇ ବସ୍‌ରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ । ଏଭଳି ପରିସ୍ଥିତିରେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସଟି ଖାଲରେ ପଡ଼ିଯାଇଥିଲା । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ବସ ଦୁର୍ଘଟଣା ଉଦ୍ଧମପୁର ଜିଲ୍ଲାର ମାନସ ମୋର୍ ନିକଟରେ ଘଟିଛି । ବସ୍ ଦୁର୍ଘଟଣାରେ ଆହତମାନଙ୍କୁ ଉଦ୍ଧମପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ରାସ୍ତାରୁ ଓଲଟି ପଡି ବସ୍ ୪୦ ଫୁଟ ତଳକୁ ଖସିପଡିଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଓ ଅଫିସ୍ ଯାଉଥିବା ଯାତ୍ରୀ ଅଟନ୍ତି । ଆହତ ଯାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । କିଛି ଦିନ ପୂର୍ବରୁ ଜମ୍ମୁ ଡିଭିଜନର ପୁଞ୍ଛରେ ପ୍ରାୟ ୨୫୦ ଫୁଟ ଗଭୀର ଘାଟିକୁ ଏକ ବସ୍ ଖସିପଡିଥିଲା । ଏହି ଦୁର୍ଘଟଣାରେ ସମୁଦାୟ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ତିନିଜଣ ସ୍କୁଲ ଛାତ୍ର ମଧ୍ୟ ଥିଲେ । ସେତେବେଳେ କୁହାଯାଇଥିଲା ଯେ ୨୪ ସିଟ୍ ବିଶିଷ୍ଟ ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ । ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ଜାମ୍ମୁ ଓ କେତେକଙ୍କୁ କାଶ୍ମୀରକୁ ପଠାଯାଇଥିଲା ।
Published by:Soubhagya Mishra
First published: