ନିଆରା ପ୍ରୟାସ: ପରିବେଶ ସଂରକ୍ଷଣ ପାଇଁ ଅଜବ ପଦକ୍ଷେପ; ନଗ୍ନ ହୋଇ ସାଇକେଲ ଚଲାଇଲେ ଏହି କପଲ୍

ବ୍ରାଜିଲରେ ରହୁଥିବା ଆର୍ଥର ଓ ଲୁଆନା, ଜଳବାୟୁ ପରିବର୍ତ୍ତନ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏକ ଅନନ୍ୟ ଉପାୟ ଆପଣାଇଛନ୍ତି । ସେମାନେ ସବୁଜ ଅଞ୍ଚଳରେ ନଗ୍ନ ହୋଇ ସାଇକେଲ ଚଲାଇ ଲୋକଙ୍କୁ ପରିବେଶ ସୁରକ୍ଷା ବିଷୟରେ ଅବଗତ କରାଉଛନ୍ତି ।

ପରିବେଶ ସଂରକ୍ଷଣ ପାଇଁ ଅଜବ ପଦକ୍ଷେପ ନଗ୍ନ ହୋଇ ସାଇକେଲ ଚଲାଇଲେ ଏହି କପଲ୍

ପରିବେଶ ସଂରକ୍ଷଣ ପାଇଁ ଅଜବ ପଦକ୍ଷେପ ନଗ୍ନ ହୋଇ ସାଇକେଲ ଚଲାଇଲେ ଏହି କପଲ୍

  • News18 Odia
  • Last Updated :
  • Share this:
News18 Odia Digital

ବ୍ରାଜିଲ: ପରିବେଶ ବଞ୍ଚାଇବା ପାଇଁ ସମସ୍ତେ ପଦକ୍ଷେପ ନିଅନ୍ତି । କେତେକ ଗଛ ଗଛ ଲଗାଆନ୍ତି ତ ଆଉ କିଛି ଜଳ ସଞ୍ଚୟ କରନ୍ତି । କିଛି ଲୋକ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ କରି ପରିବେଶ ପ୍ରଦୂଷଣକୁ ହ୍ରାସ କରନ୍ତି । ହେଲେ ଏମିତି ଏକ ଦମ୍ପତି ସାମ୍ନାକୁ ଆସିଛନ୍ତି, ଯିଏ ନିଆରା ଢ଼ଙ୍ଗରେ ପରିବେଶ ବଞ୍ଚାଇବାକୁ ପ୍ରୟାସ କରୁଥିବାର ନଜର ଆସୁଛନ୍ତି । ନଗ୍ନ ବାଇକ୍ ରାଇଡ୍ କରି ଏହି ଦମ୍ପତି ପରିବେଶ ସଂରକ୍ଷଣ ବାର୍ତ୍ତା ବାଣ୍ଟୁଛନ୍ତି ।

ଆଜ୍ଞା ହଁ, ବ୍ରାଜିଲରେ ରହୁଥିବା ଆର୍ଥର ଓ ଲୁଆନା, ଜଳବାୟୁ ପରିବର୍ତ୍ତନ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏକ ଅନନ୍ୟ ଉପାୟ ଆପଣାଇଛନ୍ତି । ସେମାନେ ସବୁଜ ଅଞ୍ଚଳରେ ନଗ୍ନ ହୋଇ ସାଇକେଲ ଚଳାଇ ଲୋକଙ୍କୁ ପରିବେଶ ସୁରକ୍ଷା ବିଷୟରେ ଅବଗତ କରାଉଛନ୍ତି । ଏହି ଦମ୍ପତି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ସେମାନେ ନିଜସ୍ୱ ଉପାୟ ଉଦ୍ଭାବନ କରିଛନ୍ତି ।

Naked ହୋଇ ଚଲାଉଛନ୍ତି ସାଇକେଲ

ଆନ୍ତର୍ଜାତୀୟ ସଂରକ୍ଷଣ ଓଜୋନ ସ୍ତର ଦିବସରେ (International Day for the Preservation of the Ozone Layer) ବ୍ରାଜିଲର ଏହି ଦମ୍ପତି ସାଇକେଲରେ ବିନା ପୋଷାକରେ ବୁଲିବାକୁ ଯାଇଥିଲେ । ଯେତେବେଳେ ସବୁଜ ଅଞ୍ଚଳରେ ବୁଲୁଥିବା ଲୋକେ ସେମାନଙ୍କୁ ଦେଖିଲେ, ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦମ୍ପତି କୁହନ୍ତି ଯେ ସମସ୍ତେ ଜାଣିବାକୁ ଚାହୁଁଥିଲେ ଏହା କ'ଣ ଚାଲିଛି ବୋଲି? ସେ କୁହନ୍ତି ଯେ ଯେତେବେଳେ ଲୋକେ ତାଙ୍କୁ ଦେଖନ୍ତି, ତେଣୁ ସେମାନେ ଅଟକି ଯାଆନ୍ତି ଓ ଜଳବାୟୁ ପରିବର୍ତ୍ତନ ବିଷୟରେ କଥାବାର୍ତ୍ତା କରନ୍ତି ଓ ପୃଥିବୀରେ କ’ଣ ଘଟୁଛି ତାହା କୁହନ୍ତି । ଆର୍ଥର ବ୍ୟାଖ୍ୟା କରିଛନ୍ତି ଯେ ଏହା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ସହଜ ନୁହେଁ ।

OnlyFans Model ଏହି ଦମ୍ପତି

ଆର୍ଥର ଓ ଲୁଆନା ଲୁଆନା କାଜାକି ବୟସ୍କ ଫଟୋ ବିକ୍ରୟ ସାଇଟ OnlyFansର ମଡେଲ । ନିଜର ବୋଲ୍ଡ ଫଟୋ ବିକ୍ରି କରି ଏହି ଦମ୍ପତି ପ୍ରାୟ ୪୧ ଲକ୍ଷ ଟଙ୍କା ରୋଜଗାର କରସାରିଛନ୍ତି । ଏହି ଦମ୍ପତି କହିଛନ୍ତି ଯେ ସେମାନେ ଗତ କିଛି ମାସ ହେବ ନିଜ ଘରେ ଥିବା ବର୍ଜ୍ୟବସ୍ତୁକୁ ପୁନଃ ବ୍ୟବହାର କରିବାର କଳା ଶିଖୁଥିଲେ ଓ ଏହା କଷ୍ଟସାଧ୍ୟ ନୁହେଁ ବୋଲି କହିଥିଲେ । ବ୍ରାଜିଲର ସାଓ ପାଉଲୋରେ ସେମାନଙ୍କର ନୂଆ ପ୍ରୋଜେକ୍ଟ ପାଇଁ ଅତୀତରେ ଅତି କମ୍ ପୋଷାକରେ ଏହି ଦମ୍ପତିଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ମଧ୍ୟ ଏହି ସମ୍ପର୍କରେ ୟୁରୋପ ଯାତ୍ରା କରିବାକୁ ଚାହୁଁଛନ୍ତି ।
Published by:Lipina Das
First published: