News18 Odia Digital
ମୁମ୍ବାଇ: ବ୍ରିଟେନର ବ୍ରିଟିଶ ପେଟ୍ରୋଲିୟମ (ବିପି) କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (RIL)କୁ ୧ ବିଲିୟନ ଡଲାର୍ ଦେଇ RILର ଇନ୍ଧନ ଖୁଚୁରା ଉଦ୍ୟୋଗରେ ୪୯ ପ୍ରତିଶତ ଅଂଶଧନ ନେଇଛି । ଗତ ବର୍ଷ ଦୁଇ କମ୍ପାନୀ ମଧ୍ୟରେ ଏହି ଚୁକ୍ତି ଘୋଷଣା କରାଯାଇଥିଲା । ବିପି ଓ ଆର.ଆଇ.ଏଲ. ମଧ୍ୟରେ ଏହି ମିଳିତ ଉଦ୍ୟମର (joint venture) ନାମ ରିଲାଏନ୍ସ ବିପି ମୋବିଲିଟି ଲିମିଟେଡ଼ (RBML) ରଖାଯିବ । ଏହା ଜିଓ-ବିପି (Jio-BP) ବ୍ରାଣ୍ଡ ଅଧୀନରେ କାର୍ଯ୍ୟ କରିବ । ଏହି କମ୍ପାନୀ ୨୧ଟି ରାଜ୍ୟରେ ରିଲାଏନ୍ସର ଉପସ୍ଥିତି ଓ ଜିଓ ଡିଜିଟାଲ୍ ପ୍ଲାଟଫର୍ମର ଲକ୍ଷ ଲକ୍ଷ ଗ୍ରାହକଙ୍କ ଦ୍ୱାରା ଲାଭାନ୍ୱିତ ହେବ ।
ରିଲାଏନ୍ସ ଓ ବିପିର ଏହି ମିଳିତ କମ୍ପାନୀ RBMLର ଲକ୍ଷ ହେବ ଆଗାମୀ ପାଞ୍ଚ ବର୍ଷରେ ଦେଶରେ ଇନ୍ଧନ ରିଟେଲିଂ ନେଟୱାର୍କକୁ ୫,୫୦୦ ଫୁଏଲ୍ ଷ୍ଟେସନକୁ ବିସ୍ତାର କରିବା । ବର୍ତ୍ତମାନ ଦେଶରେ ଏହାର ସଂଖ୍ୟା ୧,୪୦୦ ଅଛି । ଏହା ଦ୍ୱାରା ସେବା ଷ୍ଟେସନଗୁଡ଼ିକରେ ରୋଜଗାର ବହୁଗୁଣିତ ହେବ ଓ ୮୦,୦୦୦କୁ ବୃଦ୍ଧି ପାଇବ । ଜିଓ-ବିପି ବ୍ରାଣ୍ଡ ଅଧୀନରେ ଆରମ୍ଭ ହେବାକୁ ଥିବା ଏହି ଆଉଟଲେଟଗୁଡ଼ିକ “ଜିଓ-ବିପି” ନାମରେ ରିବ୍ରାଣ୍ଡିଂ ହେବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀ ଅଂଶଧନଧାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସି.ଏମ୍.ଡି. ମୁକେଶ ଅମ୍ବାନୀ (Mukesh Ambani) କହିଛନ୍ତି, ‘‘ଆର.ବି.ଏମ୍.ଏଲ୍.ର ଲକ୍ଷ ହେଉଛି ଗତିଶୀଳତା ଓ ନିମ୍ନ ଅଙ୍ଗାରକାମ୍ଳ ସମାଧାନରେ ବଜାରରେ ଅଗ୍ରଣୀ ସ୍ଥାନ ଗ୍ରହଣ କରିବା । ଡିଜିଟାଲ୍ ଓ ଟେକ୍ନୋଲୋଜି ମାଧ୍ୟମରେ ଏହା ଭାରତୀୟ ଗ୍ରାହକଙ୍କ ପାଇଁ ଇନ୍ଧନଲ ଏକ ସ୍ୱଚ୍ଛ ଓ ସୁଲଭ ବିକଳ୍ପ ପ୍ରଦାନ କରିବାକୁ ଚେଷ୍ଟା କରୁଛି।’’
(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।