ପ୍ରେମିକର ବାପା ୨ଥର ଦୁଷ୍କର୍ମ କଲା; ପୋଲିସରେ ଅଭିଯୋଗ କଲା ଝିଅ... FIR ରୁଜୁ

ଜଣେ ଝିଅ ତା' ପ୍ରେମିକ ଓ ତାଙ୍କ ପିତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି । ଝଅଟି ଅଭିଯୋଗ କରିଛି ଯେ ଯୁବକ ଜଣକ ପ୍ରଥମେ ବିବାହର ବାହାନା କରି ଦୁଷ୍କର୍ମ କରିଥିଲା ଓ ପରେ ତା'ର ପିତା ମଧ୍ୟ ତାଙ୍କ ବିବାହ କରାଇବାକୁ କହି ଶାରୀରିକ ସମ୍ପର୍କ ରଖିଥିଲେ ।

ପ୍ରେମିକର ବାପା ୨ଥର ଦୁଷ୍କର୍ମ କଲା; ପୋଲିସରେ ଅଭିଯୋଗ କଲା ଝିଅ... FIR ରୁଜୁ

ପ୍ରେମିକର ବାପା ୨ଥର ଦୁଷ୍କର୍ମ କଲା; ପୋଲିସରେ ଅଭିଯୋଗ କଲା ଝିଅ... FIR ରୁଜୁ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଝିଅ ତା' ପ୍ରେମିକ ଓ ତାଙ୍କ ପିତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି । ଝଅଟି ଅଭିଯୋଗ କରିଛି ଯେ ଯୁବକ ଜଣକ ପ୍ରଥମେ ବିବାହର ବାହାନା କରି ଦୁଷ୍କର୍ମ କରିଥିଲା ଓ ପରେ ତା'ର ପିତା ମଧ୍ୟ ତାଙ୍କ ବିବାହ କରାଇବାକୁ କହି ଶାରୀରିକ ସମ୍ପର୍କ ରଖିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ହେଉଛି ରାଜଧାନୀର ନିଶାପୁରା ପୋଲିସ ଷ୍ଟେସନ ଅଞ୍ଚଳର ଘଟଣା ।

ଦାୟିତ୍ୱରେ ଥିବା ନିଶାପୁରା ପୋଲିସ ସୂଚନାନୁସାରେ, ପୀଡିତା ଝିଅ ପୋଲିସ ଷ୍ଟେସନକୁ ଆସି ବୟାନ ଦେଇଛି କି ସେ ଚୋଲା ଅଞ୍ଚଳର ଏକ ପ୍ରସାଧନ ଦୋକାନରେ କାମ କରେ । ଏଠାରେ କାମ କରୁଥିବା ଯୁବକ ସହ ପ୍ରଥମେ ତାଙ୍କର ବନ୍ଧୁତା ହୋଇଥିଲା, ଆଉ ପରେ ସେ ପ୍ରେମରେ ପଡି ଯାଇଥିଲେ ।

ନାବାଳିକା ଜଣକ ଅଭିଯୋଗ କରିଛନ୍ତି ଯେ ଯୁବକ ଜଣକ ତାଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ । ଏହା ପରେ ଦୋକାନର ଗୋଦାମ ଘରେ ଏବଂ ବିଭିନ୍ନ ହୋଟେଲରେ ଅନେକ ଥର ଅଭିଯୁକ୍ତ ଯୁବକ ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା, କିନ୍ତୁ ଯେତେବେଳେ ଝିଅ ତାଙ୍କୁ ବିବାହ କରିବାକୁ ଚାପ ପକାଇଲା, ସେତେବେଳେ ସେ ପ୍ରତିଶ୍ରୁତିରୁ ଓହରିଗଲେ ।

ଅନ୍ୟପକ୍ଷରେ, ଯେତେବେଳେ ସେ ଅଭିଯୋଗ ନେଇ ପ୍ରେମିକଙ୍କ ପିତାଙ୍କ ନିକଟକୁ ଯାଇଥିଲେ । ଏହା ପରେ ପିତା ବିଭିନ୍ନ ସ୍ଥାନକୁ ଦୁଇଥର ଫୋନ୍ କରି ଡାକିଥିଲେ କି ସେ ଆମ ଦୁହିଁଙ୍କୁ ପୁନଃ ମିଶାଇବେ, କିନ୍ତୁ ପ୍ରେମିକାର ପିତା ମଧ୍ୟ ତାଙ୍କ ସହ ଦୁଇଥର ଦୁଷ୍କର୍ମ କରିଥିଲେ।
Published by:Soubhagya Mishra
First published: