ଅନଲାଇନ୍ କ୍ଲାସ୍ କରୁଥିଲା ପିଲାଟି, ହଠାତ୍ ଫୋନରେ ବଡ଼ ଶବ୍ଦ ସହ ବିସ୍ଫୋରଣ ହେଲା; ତା’ପରେ…

Boy dies as mobile phone explodes during online class | ଏହି ଘଟଣା ପରେ ଅଭିଭାବକମାନେ ଭୟ କରୁଛନ୍ତି ଯେ ହୁଏତ ପିଲାମାନଙ୍କ ହାତରେ ଫୋନ୍ ଦେବା ସୁରକ୍ଷିତ ନୁହେଁ । ଅତୀତରେ ବି ଏଭଳି ଅନେକ ଘଟଣା ଘଟିଛି ।

ମୋବାଇଲ୍ ଫୋନ୍ ଦୁର୍ଘଟଣା ପରେ ଅନଲାଇନ୍ କଲ୍ଲାସକୁ ନେଇ ଚିନ୍ତା ବଢ଼ିଛି । (ପ୍ରତୀକାତ୍ମକ ଛବି)

ମୋବାଇଲ୍ ଫୋନ୍ ଦୁର୍ଘଟଣା ପରେ ଅନଲାଇନ୍ କଲ୍ଲାସକୁ ନେଇ ଚିନ୍ତା ବଢ଼ିଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ବିଶ୍ୱରେ କରୋନା ଭାଇରସ୍ ମହାମାରୀ (Coronavirus) ଆସିବା ପରଠାରୁ ଅଧିକାଂଶ ପିଲାଙ୍କ ସ୍କୁଲ୍‌ ପାଠପଢ଼ା ଅନଲାଇନରେ (Online Classes) ହିଁ ହେଉଛି । ସେମାନଙ୍କ ପାଇଁ ଶ୍ରେଣୀଗୃହ ଏକ ଛୋଟ ମୋବାଇଲ୍ ଫୋନରେ ସୀମିତ ହୋଇ ରହିଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା କେବଳ ସେମାନଙ୍କୁ ମାନସିକ କ୍ଷତି କରୁଥିଲା, କିନ୍ତୁ ଏବେ ଭିଏତନାମରୁ ଆସିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ପରେ ଏହାକୁ ନେଇ ଚିନ୍ତା ବଢ଼ିଛି ।

ଭିଏତନାମରେ ମୋବାଇଲ୍ ବ୍ୟାଟେରୀ ବିସ୍ଫୋରଣ ହୋଇ ଅନଲାଇନ୍ କ୍ଲାସ୍ (Online Class) କରୁଥିବା ଜଣେ ବାଳକର ମୃତ୍ୟୁ ହୋଇଛି (Boy dies after phone explodes) । ଯେଉଁ ପିଲାଟି ସହିତ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ସେ ପଞ୍ଚମ ଶ୍ରେଣୀରେ ପଢୁଥିଲା । ପ୍ରତି ଥର ପରି ସେ ମୋବାଇଲ୍ ଫୋନ୍‌ ମାଧ୍ୟମରେ ନିଜ ଅନଲାଇନ୍‌ କ୍ଲାସ୍ କରୁଥିଲା । ସେହି ସମୟରେ ତା’ ଫୋନ୍ ସେଟରେ ହଠାତ୍ ଏକ ବିସ୍ଫୋରଣ ହୋଇଥିଲା । ଭିଏତନାମର ଜଣେ ବରିଷ୍ଠ ଶିକ୍ଷା ଅଧିକାରୀ କହିଛନ୍ତି ଯେ ମୋବାଇଲ୍ ଫୋନରେ ବିସ୍ଫୋରଣରୁ ପିଲାଟି ପିନ୍ଧିଥିବା ପୋଷାକରେ ନିଆଁ ଲାଗିଯାଇଥିଲା ।

ଚାଞ୍ଚଲ୍ୟ: ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ସ୍କୁଲ୍‌ ମାଲିକ ଗୋବିନ୍ଦ ସାହୁ ହତ୍ୟା କରି ପୋଡ଼ିବା ପରେ ପୋତି ଦେଇଥିଲା

ପିଲାଟି ଇଅରଫୋନ୍ ପିନ୍ଧି କ୍ଲାସ୍ କରୁଥିଲା

ଏହି ଦୁଃଖଦ ଘଟଣା ଭିଏତନାମର ନଗେ-ଅନ୍ ପ୍ରଦେଶରେ (Nghe An Province) ଘଟିଛି । ‘ଡେଲି ଷ୍ଟାର୍‌’ ଏକ ରିପୋର୍ଟରେ କହିଛି ଯେ ପିଲାଟି ଅପରାହ୍ଣ ୪ଟାରେ ମୋବାଇଲ୍‌ ଫଓନ୍ରେ ଅନଲାଇନ୍‌ କ୍ଲାସ୍ କରୁଥିଲା । ଦୁର୍ଘଟଣା ସମୟରେ ସେ ଇଅରଫୋନ୍ ପିନ୍ଧିଥିଲା । ପଡ଼ୋଶୀମାନେ ମଧ୍ୟ ଫୋନରେ ବିସ୍ଫୋରଣ ହେବାର ଶବ୍ଦ ଶୁଣିଥିଲେ ଓ ଦୌଡ଼ି ସେଠାରେ ପହଞ୍ଚିଥିଲେ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ସାଙ୍ଗ ହୋଟେଲରେ ଲୁଚିଥିଲେ

ପିଲାଟିକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଚିକିତ୍ସା ବେଳେ ତା’ର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ଘଟିବା ବେଳେ ଫୋନ୍ ଚାର୍ଜିଂ ହେଉଥିଲା ବୋଲି ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଫୋନର ନିର୍ମାତା ଓ ଚାର୍ଜିଂ କେବୁଲ ବିଷୟରେ କୌଣସି ସୂଚନା ମିଳିନାହିଁ ।

୨୦୧୮ ମସିହାରେ ଝାରସୁଗୁଡ଼ା ଜିଲ୍ଲାରେ ଏମିତି ଏକ ଦୁର୍ଘଟଣାରେ ଜଣେ ୧୯-ବର୍ଷୀୟା ଝିଅର ମୃତ୍ୟୁ ଘଟିଥିଲା ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୋବାଇଲ୍ଫୋନ୍ହେଲା କାଳ; ଗେମ୍ଖେଳିବାକୁ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର

ଅତୀତରେ ବି ଏଭଳି ଘଟଣା ଘଟିଛି । ଏହା ପୂର୍ବରୁ ଭାରତରେ ଜଣେ ୧୮ ବର୍ଷୀୟ କଲେଜ ଛାତ୍ରଙ୍କ ଫୋନ୍ ଚାର୍ଜିଂରେ ବସଥିବା ବେଳେ ଜଳିବା ଆରମ୍ଭ କରିଥିଲା । ବ୍ରିଟେନର ଗ୍ଲାସଗୋ ସହରରେ ଜଣେ ବ୍ୟକ୍ତି ନିଜ ହାତରେ ଫୋନ୍ ଧରିଥିବା ବେଳେ ସେଥିରେ ବିସ୍ଫୋରଣ ହୋଇଥିବା ଅଭିଯୋଗ କରିଥିଲେ । ସେହି ୩୫ ବର୍ଷୀୟ ବ୍ୟକ୍ତି ତିନି ସପ୍ତାହ ପୂର୍ବରୁ ସେହି ଫୋନ୍ କିଣିଥିଲେ ଓ ତାହା ହଠାତ୍ ତାଙ୍କ ହାତରେ ବିସ୍ଫୋରଣ ହୋଇଥିଲା । ସେହି ଘଟଣାରେ ବି ଫୋନର ବ୍ୟାଟେରୀ ଫାଟିବା ଯୋଗୁଁ ବିସ୍ଫୋରଣ ହୋଇଥିଲା । ସେହି ବ୍ୟକ୍ତି ଜଳୁଥିବା ଫୋନକୁ ଝରକା ବାହାରକୁ ଫିଙ୍ଗିବାକୁ ଚେଷ୍ଟା କଲାରୁ ତାଙ୍କ ଘରର ପରଦାରେ ନିଆଁ ଲାଗିଯାଇଥିଲା ।

ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତାବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ

ଏବେ ଭିଏତନାମରେ ଏହି ପିଲାଟିର ଫୋନ୍ ଦୁର୍ଘଟଣାରେ ମୃତ୍ଯୁ ହେବା ପରେ ଅଭିଭାବକମାନେ ଭୟ କରୁଛନ୍ତି ଯେ ହୁଏତ ପିଲାମାନଙ୍କ ହାତରେ ଫୋନ୍ ଦେବା ସୁରକ୍ଷିତ ନୁହେଁ ।

ଏହା ବି ପଢ଼ନ୍ତୁ | ଢେଙ୍କାନାଳ: ଟଙ୍କା ଭର୍ତ୍ତି ବ୍ୟାଙ୍କ୍ଗାଡି଼ ଲୁଟିଥିଲେ, ମାତ୍ର ଧରାପଡ଼ିଗଲେ; କୋଟି ଟଙ୍କା ଜବତ, ଗିରଫ

୨୦୧୮ ମସିହା ମାର୍ଚ୍ଚ ମାସରେ ଝାରସୁଗୁଡ଼ା ଜିଲ୍ଲାରେ ଏମିତି ଏକ ଘଟଣା ଘଟି ଜଣେ ୧୯-ବର୍ଷୀୟା ଝିଅର ମୃତ୍ୟୁ ଘଟିଥିଲା । ଉମା ଓରାମ ନାମକ ଝିଅଟି ନିଜ ଫୋନକୁ ଚାର୍ଜିଂରେ ଲଗାଇ ସେଥରେ କଲ୍‌ କରି କଥା ହେଉଥିବା ବେଳେ ବିସ୍ଫୋରଣ ଘଟିଥିଲା ଓ ସେ ଭୀଷଣ ଆହତ ହୋଇଥିଲା । ତା’ ଛାତି, ହାତ ଓ ଗୋଡ଼ ନିଆଁରେ ଳିଯାଇଥିଲା । ଡାକ୍ତରଖାନାରେ ତା’ର ମୃତ୍ୟୁ ହୋଇଥିଲା । ସେ ଏକ ନୋକିଆ ୩୧୧୦ ମଡେଲ୍‌ ଫୋନ୍‌ ବ୍ୟବହାର କରୁଥିଲା ।
Published by:Anand S.T. Das
First published: