ବକ୍ସର ବିଜେନ୍ଦର ସିଂଙ୍କ ଘୋଷଣା - ସରକାର କୃଷି ଆଇନ ପ୍ରତ୍ୟାହାର ନ କଲେ ଫେରାଇ ଦେବି ଖେଳ ରତ୍ନ ଆୱାର୍ଡ

ଆଜି ଦିଲ୍ଲୀ (Delhi) ସୀମାରେ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ଏକାଦଶ ଦିନରେ ପହଞ୍ଚିଛି । ବକ୍ସର ବିଜେନ୍ଦର ସିଂ (Boxer Vijender Singh) ମଧ୍ୟ କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ବକ୍ସର ବିଜେନ୍ଦର ସିଂଙ୍କ ଘୋଷଣା - ସରକାର କୃଷି ଆଇନ ପ୍ରତ୍ୟାହାର ନ କଲେ ଫେରାଇ ଦେବି ଖେଳ ରତ୍ନ ଆୱାର୍ଡ
ବକ୍ସର ବିଜେନ୍ଦର ସିଂ କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି
  • News18 Odia
  • Last Updated: December 6, 2020, 3:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ତଥା ହରିୟାଣାର ବକ୍ସର ବିଜେନ୍ଦର ସିଂ (Boxer Vijender Singh) ମଧ୍ୟ କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆଜି ଦିଲ୍ଲୀ (Delhi) ସୀମାରେ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ଏକାଦଶ ଦିନରେ ପହଞ୍ଚିଛି । ବିଜୟନ୍ଦର ସିଂ ସରକାରଙ୍କୁ ଧମକ ଦେଇଛନ୍ତି ଯେ ଯଦି ଏହି ଆଇନ ପ୍ରତ୍ୟାହାର ନହୁଏ ତେବେ ସେ ତାଙ୍କର ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ଫେରସ୍ତ କରିବେ । ବିଜେନ୍ଦର ସିଂ ହରିୟାଣା ଦିଲ୍ଲୀର ସୀମାରେ ପହଞ୍ଚିଛନ୍ତି । ଗତ ଲୋକସଭା ନିର୍ବାଚନରେ ​​ସେ କଂଗ୍ରେସ ଟିକେଟରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୃଷକ ସରକାରଙ୍କ ସହ କଥାବାର୍ତ୍ତାର କୌଣସି ଫଳାଫଳ ବାହାରି ପାରିନାହିଁ ।

ବିଜେନ୍ଦରଙ୍କ ଧମକ
ବକ୍ସର ବିଜେନ୍ଦର ସିଂ କୃଷକ ମଞ୍ଚକୁ କହିଛନ୍ତି ଯେ ଯଦି ସରକାର ଏହି କଳା ଆଇନ ପ୍ରତ୍ୟାହାର ନକରନ୍ତି ତେବେ ମୁଁ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ଫେରାଇ ଦେବି ।

ଅଲିମ୍ପିକ୍ସରେ ଜିତିଥିଲେ ପଦକ
ବିଜେନ୍ଦର ସିଂଙ୍କୁ 2009 ମସିହାରେ ରାଜୀବ ଗାନ୍ଧୀ ଖେଲ ରତ୍ନ ଆୱାର୍ଡ ପ୍ରଦାନ କରାଯାଇଥିଲା । ସେ 2008 ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ସେ ପ୍ରଥମ ଭାରତୀୟ ବକ୍ସର ଯିଏକି ଏହି ଖେଳରେ ପଦକ ଜିତିଥିଲେ । ସେ ବେଜିଂ ଅଲିମ୍ପିକ୍ସରେ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ଆଥଲେଟ୍ ଥିଲେ । ବିଜେନ୍ଦର ଜଣେ ପେସାଦାର ବକ୍ସର ।

ଆସିପାରି ନାହିଁ କଥାବାର୍ତ୍ତାର ଫଳାଫଳ
ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ କୌଣସି ଫଳାଫଳ ଆସିପାରି ନାହିଁ । ଏହି ସମୟରେ କୃଷି ରାଜ୍ୟ ମନ୍ତ୍ରୀ କୈଳାସ ଚୌଧୁରୀ ବିରୋଧୀଙ୍କୁ କୃଷକମାନଙ୍କୁ ଉତ୍ସାହିତ କରୁଥିବା ଅଭିଯୋଗ କରି କହିଛନ୍ତି ଯେ 'ଏମଏସପି ଜାରି ରହିବ । ଚାଷୀଙ୍କୁ କାହାର କଥାରେ ଆସିବାର ଆବଶ୍ୟକତା ନାହିଁ । ପିଏମ ମୋଦୀ ଯାହା କୁହନ୍ତି ତାହା କରନ୍ତି । MSP ବିଷୟରେ ମଧ୍ୟ ଲେଖିକରି ଦେଇପାରିବେ ।
Published by: Jagdish Barik
First published: December 6, 2020, 3:36 PM IST
corona virus btn
corona virus btn
Loading