ଯୁବରାଜ ସିଂଙ୍କୁ ଛଅ ଥର ଆଉଟ୍ କରିଥିବା ବୋଲର କ୍ରିକେଟରୁ ନେଲେ ଅବସର; ପଡ଼ିଆ ମଝିରେ କାନ୍ଦି ପକାଇଲେ

Umar Gul Retires: କ୍ରିକେଟର ସମସ୍ତ ଫର୍ମାଟରେ ସେ ମୋଟ ୯୮୭ଟି ୱିକେଟ୍ ନେଇଥିଲେ । ଉମର ଗୁଲ ୟର୍କର ବଲ ପକାଇବାରେ ଜଣେ ପାରଦର୍ଶୀ ଥିଲେ । ସବୁଠୁ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ମାନେ ମଧ୍ୟ ତାଙ୍କ ୟର୍କର ଖେଳିବାରେ ଅସମର୍ଥ ଥିଲେ ।

ଯୁବରାଜ ସିଂଙ୍କୁ ଛଅ ଥର ଆଉଟ୍ କରିଥିବା ବୋଲର କ୍ରିକେଟରୁ ନେଲେ ଅବସର; ପଡ଼ିଆ ମଝିରେ କାନ୍ଦି ପକାଇଲେ
ଉମର ଗୁଲ (ଫାଇଲ ଫଟୋ)
  • News18 Odia
  • Last Updated: October 17, 2020, 10:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଲାହୋର: ପାକିସ୍ତାନର ଦ୍ରୁତ ବୋଲର ଉମର ଗୁଲ (Umar Gul) କ୍ରିକେଟ ଜଗତରୁ ଅବସର ନେଇଛନ୍ତି । ୩୬ ବର୍ଷୀୟ ଉମର ଗୁଲ ପାକିସ୍ତାନ ପାଇଁ ୪୭ଟି ଟେଷ୍ଟ, ୧୩୦ଟି ODI ଓ ୬୦ଟି ଟି -୨୦ ମ୍ୟାଚ ଖେଳିଛନ୍ତି । ନେସନାଲ୍ ଟି -୨୦ ଟୁର୍ନାମେଣ୍ଟରେ ବଲୁଚିସ୍ତାନର ପରାଜୟ ପରେ ସେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତାଙ୍କ ଦଳ ଶୁକ୍ରବାର ଟୁର୍ନାମେଣ୍ଟରୁ ବାଦ ପଡିଛି । ପେଶୱାରର ବାସିନ୍ଦା ଓମାର ଗୁଲ ୨୦୦୩ ମସିହାରେ ପାକିସ୍ତାନ ପାଇଁ ନିଜର ODI ଡେବ୍ୟୁ କରିଥିଲେ । ଆନ୍ତର୍ଜାତୀୟ ସ୍ତରରେ ଗୁଲଙ୍କୁ ପ୍ରଥମେ ୨୦୦୨ ମସିହା ଆଇସିସି ଅଣ୍ଡର-୧୯ ବିଶ୍ୱକପରେ ଦେଖିବାକୁ ମିଳିଥିଲା ।

ପଡ଼ିଆ ମଝିରେ କାନ୍ଦି ପକାଇଥିଲେ
ପ୍ରାୟ ୨୦ ବର୍ଷ ଧରି କ୍ରିକେଟ୍ ଖେଳିଥିବା ଗୁଲ୍ ଅବସର ଘୋଷଣା କରିବାବେଳେ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଥିଲେ । ପରିବାର ବନ୍ଧୁ ଓ ତାଙ୍କ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ଦେଇ ଗୁଲ କାନ୍ଦିବାକୁ ଲାଗିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ତାଙ୍କ ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିବାରୁ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଧନ୍ୟବାଦ ଦେଉଛନ୍ତି ।



୨୦୦୩ରେ ମିଳିଥିଲା ସୁଯୋଗ
୨୦୦୩ ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ଉମର ଗୁଲ ପ୍ରଥମ ଥର ପାଇଁ ଦଳରେ ସୁଯୋଗ ପାଇଥିଲେ । ଏହା ଏକ ସମୟ ଥିଲା ଯେତେବେଳେ ୱାସିମ୍ ଆକ୍ରାମ ଓ ୱାକର ୟୁନିସ୍ ଭଳି କିମ୍ବଦନ୍ତୀ ବୋଲରଙ୍କ ଗତି ଧୀରେ ଧୀରେ ଫର୍ମ ହେଉଥିଲେ । କ୍ରିକେଟର ସମସ୍ତ ଫର୍ମାଟରେ ଗୁଲ ମୋଟ ୯୮୭ଟି ୱିକେଟ୍ ନେଇଛନ୍ତି । ୟର୍କର ବଲ ପକାଇବାରେ ଉମର ଗୁଲ ଜଣେ ପାରଦର୍ଶୀ ଥିଲେ । ସବୁଠୁ ବଡ ବ୍ୟାଟ୍ସମ୍ୟାନ ମାନେ ତାଙ୍କ ୟର୍କର୍ ନିକଟରେ ଆତ୍ମସମର୍ପଣ କରୁଥିଲେ । ଗୁଲ ସେତେବେଳେ ଯୁବରାଜ ସିଂଙ୍କୁ ବହୁତ ଅସୁବିଧାରେ ପକାଉଥିଲେ । ଟେଷ୍ଟ, ODI ଓ ଟି -୨୦କୁ ଲଗାଇ ସମୁଦାୟ ରେ ୨୨ଟି ମ୍ୟାଚରେ ସମ୍ମୁଖୀନ ହୋଇଥିବା ଯୁବରାଜ ସିଂଙ୍କୁ ସେ ୬ ଥର ଆଉଟ କରିଥିଲେ ।

ଆଶ୍ଚର୍ଯ୍ୟଜନକ ବୋଲର ଥିଲେ
୨୦୦୭ ମସିହା ଟି -୨୦ ବିଶ୍ୱକପରେ ଉମର ଗୁଲ ପାକିସ୍ତାନକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଏହି ଟୁର୍ନାମେଣ୍ଟରେ ପାକିସ୍ତାନ ପାଇଁ ସର୍ବାଧିକ ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ଗୁଲ ୨୦୦୯ ମସିହାରେ ପାକିସ୍ତାନକୁ ବିଶ୍ୱ ଟି -୨୦ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଟୁର୍ନାମେଣ୍ଟରେ ଗୁଲ ତାଙ୍କ ଦଳ ପାଇଁ ସର୍ବାଧିକ ୱିକେଟ୍ ନେଇଥିଲେ । ଦୀର୍ଘ ଦିନ ଧରି ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗରେ ଗୁଲ ଏକ ନମ୍ବର ବୋଲର ଥିଲେ । ୨୦୦୭ ମସିହା ଟି -୨୦ ବିଶ୍ୱକପରେ ଗୁଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମାତ୍ର ୬ ରନ୍ ପାଇଁ ୫ଟି ୱିକେଟ୍ ନେଇଥିଲେ । ଦୀର୍ଘ ସମୟ ଧରି ଏହା ଶ୍ରେଷ୍ଠ ବୋଲିଂ ପାଇଁ ରେକର୍ଡ ଥିଲା ।
Published by: Jagdish Barik
First published: October 17, 2020, 10:44 AM IST
corona virus btn
corona virus btn
Loading