News18 Odia Digital
Body shamming statement: ମୋଟା, ଛୋଟ, ପତଲି, ଚଶମିଶ..ପ୍ରାୟ ସମୟରେ ଏପରି ଶବ୍ଦ ଆମ କାନରେ ବାଜି ଥାଏ। ଅନେକ ଲୋକ ଅନ୍ୟମାନଙ୍କ ପାଇଁ ଏହିପରି ଶବ୍ଦ ବ୍ୟବହାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏହି ଶବ୍ଦଗୁଡିକ କହିବା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ। ଏହିପରି ଶବ୍ଦ ବ୍ୟବହାର କରି ଆପଣଙ୍କୁ ଦଣ୍ଡ ଦିଆଯାଇପାରେ କିମ୍ବା ଆପଣଙ୍କୁ ଲକ୍ଷ ଲକ୍ଷ ଜରିମାନା ମଧ୍ୟ ଦିଆଯାଇପାରେ।
Axar Patel Wedding: ବିବାହ ବନ୍ଧନରେ ବାନ୍ଧି ହେବେ ଖେଳାଳି; ସମ୍ନାକୁ ଆସିଲା ବିବାହ Date
ସର୍ବପ୍ରଥମେ, ଏକ ମାମଲା ବାବଦରେ ଜାଣନ୍ତୁ ଯେଉଁଠି ମାଲିକ ଜଣେ ଝିଅକୁ ମୋଟି ବୋଲି କହିଦେଇଥିଲେ। ଝିଅଟି ଏତେ ଖରାପ ଅନୁଭବ କଲା ଯେ ସେ ଏହା ବିରୋଧରେ କୋର୍ଟରେ ପହଞ୍ଚିଥିଲେ। ଯେତେବେଳେ ଏହି ଝିଅଟି କୋର୍ଟରେ ନିଜର ମତ ରଖିଥିଲା, ମାମଲାକୁ ଗୁରୁତର ସହ ନେଇ କୋର୍ଟ ମାଲିକଙ୍କ ଉପରେ ୧୮ ଲକ୍ଷ ଜୋରିମାନା ଲାଗୁ କରିଥିଲେ। ଅବଶ୍ୟ ଏହି ଖବର ସ୍କଟଲାଣ୍ଡର।
ବଡ଼ି ଶେମିଙ୍ଗକୁ ନେଇ ଭାରତୀୟ ଆଇନରେ କଣ ଅଛି?ଯଦିଓ ବଡ଼ି ଶେମିଙ୍ଗକୁ ନେଇ ଘଟଣା ଉପରେ ଆମ ଦେଶରେ ସିଧାସଳଖ କୌ ଲଣସି ଆଇନ କରାଯାଇ ନାହିଁ, କିନ୍ତୁ ଏହାକୁ ଆଇନର ବିଭାଗ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଶ୍ରମ ଅଧିନିୟମ ଅନୁଯାୟୀ, ବଡ଼ି ଶେମିଙ୍ଗ ବିରୋଧରେ କୋର୍ଟ କେସ କରାଯାଇପାରିବ। ଏହି ନିୟମ କହୁଛି ଯେ ଶରୀରର ଆକାର ଅନୁଯାୟୀ କର୍ମଚାରୀଙ୍କ ଚାକିରି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଧାରା ୧୪ ର ଅର୍ଥ ହେଉଛି ସମାନତା ଅଧିକାର, ଏହା ଅଧୀନରେ ବଡ଼ି ଶେମିଙ୍ଗ ବିରୋଧରେ କୋର୍ଟକୁ ଯିବାର ଅଧିକାର ମଧ୍ୟ ଅଛି। ଏହି ନିୟମ ଯେକୌଣସି ବ୍ୟକ୍ତିଙ୍କୁ ସମାନତାର ଅଧିକାର ଦେଇଥାଏ। ଆଇନ ଉଭୟ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।