News 18 Odia Digital
ନୂଆଦିଲ୍ଲୀ; ବିମାନରେ ବୋମା ଆତଙ୍କ, ଗୁଜରାଟ ଜାମନଗରରେ ଜରୁରୀକାଳୀନ ଅବତରଣ ( Emergency landing ) କରିଛି ଏକ ବିମାନ । ଗୋଆ ଏଟିସିକୁ ବୋମା ଧମକ ମିଳିବା ପରେ ମସ୍କୋ-ଗୋଆ ଚାର୍ଟାର୍ଡ ବିମାନଟିକୁ ଅବତରଣ କରାଇବାକୁ ନିର୍ଦ୍ଦେଶ ମିଳିଥିଲା ।
ସୂଚନା ମୁତାବକ, ବର୍ତ୍ତମାନ ବିମାନଟିକୁ ଜାମନଗର ବିମାନବନ୍ଦରର ଆଇସୋଲେସନ୍ ଓ୍ୱେରେ ରଖାଯାଇଛି । ଜାମନଗର ବିମାନବନ୍ଦର ( Jamnagar airport ) ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଗତକାଲି ରାତି ୯ଟା ୪୯ ମିନିଟ ସମୟରେ ବିମାନଟି ଜାମନଗର ଏୟାରବେସରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରିଥିଲା । ଉକ୍ତ ବିମାନରେ ୨୪୪ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ଯାତ୍ରୀମାନେ ବିମାନରୁ ବାହାରିବା ପରେ ବିମାନବନ୍ଦରର ଟର୍ମିନାଲ ଭବନ ସ୍ଥିତ ଲାଉଞ୍ଜ ନିକଟକୁ ପଠାଯାଇଥିଲା । ଏହାପରେ ଏନଏସଜି କମାଣ୍ଡୋଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ବିମାନରୁ ବୋମା କିମ୍ୱା ଅନ୍ୟ କୋଣସୀ ସନ୍ଦିଗ୍ଧ ଜିନିଷ ମିଳିନାହିଁ । ତେଣୁ ଆଶା କରାଯାଉଛି, ଆଉ କିଛି ସମୟ ପରେ ବିମାନଟି ପୁଣି ଥରେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିବ ।
ଭାରତରେ ଅବସ୍ଥିତ ଋଷିଆ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ମସ୍କୋରୁ ଗୋଆ ( Goa ) ଯାଉଥିବା ବିମାନ ଅଜୁର୍ ଏୟାରରେ ବୋମା ଥିବା ନେଇ ଖବର ମିଳିଥିଲା । ଏନେଇ ଭାରତୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଥିଲା । ବିମାନର ଜରୁରୀକାଳୀନ ଅବତରଣ ଗୁଜରାଟ ଜାମନଗରରେ କରାଯାଇଥିଲା । ତେବେ ଆଶ୍ୱସ୍ତିକର ଖବର ହେଉଛି ଯେ, ଏଥିରେ ବୋମା ମିଳିନଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କିଏ ଓ କାହିଁକି ଏମିତି ବୋମା ଗୁଜବ ସୃଷ୍ଟି କରିଥିଲା ସେନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି ।
https://odia.news18.com/news/sport/rohit-sharma-statement-for-ishan-kishan-6ssm-100123-ssm-147021.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।