News18 Odia Digital
ମୁମ୍ବାଇ: ନିର୍ଦ୍ଦେଶକ ଡେଭିଡ ଧାୱନ ତାଙ୍କର ୯୦ ଦଶକର ସୁପରହିଟ୍ ଚଳଚ୍ଚିତ୍ର କୁଲି ନଂ ୱାନର (Coolie No 1) ରିମେକ୍ ଏହି ନାମରେ ପୁଣି ନେଇ ଆସୁଛନ୍ତି । ୧୯୯୪ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଗୋବିନ୍ଦା (Govinda) ଓ କରିସ୍ମା କପୁରଙ୍କ (Karisma Kapoor) ଯୋଡି ନଜର ଆସିଥିଲା । ଯେତେବେଲେକି ନୂଆ ସଂସ୍କରଣରେ ବରୁଣ ଧାୱନ ଓ ସାରା ଅଲି ଖାନଙ୍କୁ ଦେଖିବାକୁ ମିଳିବ । ସେହି ସମୟରେ ଫିଲ୍ମର ଏକ ଗୀତ 'ତୁଝକୋ ମିର୍ଚି ଲଗି ତୋ ମେ କିୟା କରୁ ...' (Mirchi Lagi Toh) ସୁପର ହିଟ୍ ହୋଇ ଥିଲା । ଯାହା ପ୍ରତ୍ୟେକ ପିଲାଙ୍କ ମୁହଁରେ ଶୁଣିବାକୁ ମିଳୁଥିଲା । ଏହି ଗୀତଟିକୁ ଏକ ନୂତନ ଶୈଳୀରେ ପୁନର୍ବାର ଏହି ଫିଲ୍ମରେ ବ୍ୟବହୃତ ହୋଇଛି ଓ ଏହି ଗୀତଟି କିଛି ସମୟ ପୂର୍ବରୁ ରିଲିଜ ହୋଇଛି ।
ଏହି ନୂତନ ଗୀତର ବିଶେଷତ୍ୱ ହେଉଛି ଯେ ଏହା ପୁନଃନିର୍ମାଣ କିମ୍ବା ରିମିକ୍ସ ହୋଇନାହିଁ । କେବଳ ଏହି ଗୀତର ମୂଳ ଗାୟକ କୁମାର ସାନୁ ଓ ଅଲକା ୟାଗନିକଙ୍କ ସ୍ୱର ବ୍ୟବହାର କରାଯାଉଛି । ଯିଏ ଏହାକୁ ୧୯୯୪ କ୍ଲାସିକ୍ ରେ ଦେଇଥିଲେ ।
ମିର୍ଚିରେ ପରିପୂର୍ଣ୍ଣ ଏହି ମସଲାଯୁକ୍ତ ଗୀତରେ ସମସ୍ତେ ଗୋବିନ୍ଦା ଓ କରିସ୍ମା କପୁରଙ୍କ ପରି ନାଚିବାକୁ ଚେଷ୍ଟା କରୁଥିବା ବେଳେ ବରୁଣ ଧାୱନ ଓ ସାରା ଅଲିଙ୍କ ଉପରେ ରହିବ ।କାରଣ ସେମାନେ ଗୋବିନ୍ଦା ଓ କରିସ୍ମା କପୁରଙ୍କ ପରି ନାଚିବାକୁ ଚେଷ୍ଟା କରିଛନ୍ତି । ଏହି ଗୀତଟି ନୂଆ ଫିଲ୍ମରେ ଥାଇପାରେ କିନ୍ତୁ ଡେନ୍ସ ଷ୍ଟାଇଲ ଠାରୁ ଆରମ୍ଭ କରି ହୁକ୍ ଷ୍ଟେପ ପର୍ଯ୍ୟନ୍ତ ସବୁକିଛି ପୁରୁଣା ଗୀତ ସହିତ ସମାନ । ଆପଣବି ଦେଖନ୍ତୁ ଏହି ଗୀତ ।
ଖ୍ରୀଷ୍ଟମାସରେ ରିଲିଜ ହେବାକୁ ଥିବା ନିଜ ଫିଲ୍ମର ଏହି ନୂଆ ଗୀତ ବିଷୟରେ ନିର୍ଦ୍ଦେଶକ ଡେଭିଡ ଧାୱନ କହିଛନ୍ତି, "ମୂଳ କୁଲି ନମ୍ବର ୱାନ ଗୀତଗୁଡିକ ବହୁତ ଲୋକପ୍ରିୟ ଓ ଚିର ସ୍ମରଣୀୟ ଅଟେ ଓ ମୁଁ ଭାବୁଛି ଏହି ଗୀତଗୁଡିକ ଏହି ଫିଲ୍ମକୁ ସାହାଯ୍ୟ କରିଛି । ମୁଁ ସର୍ବଦା ସ୍ପଷ୍ଟ ଥିଲି ଯେ ଯଦି ମୁଁ ଏହି ଫିଲ୍ମର ପୁନଃ ନିର୍ମାଣ କରେ ତେବେ ମୁଁ ଏହି ବ୍ଲକବଷ୍ଟର ଗୀତଗୁଡ଼ିକୁ ବ୍ୟବହାର କରିବି । ମୂଳ ଗୀତଗୁଡ଼ିକ ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦ ମିଲିନ୍ଦଙ୍କ ଦ୍ୱାରା ରଚିତ ଓ ଗୀତଗୁଡ଼ିକ ସମୀରଙ୍କ ଦ୍ୱାରା ଲେଖାଯାଇଥିଲା । ଯାହା ମୋ ହୃଦୟର ଅତି ନିକଟତର । ମୁଁ ଏହି 'କୁଲି ନମ୍ବର ୱାନ' ଗୀତଗୁଡ଼ିକୁ ସାମିଲ କରି ବହୁତ ସାରା କାମ ଏକ ସାଥିରେ କରିଛି । ଏହାକୁ ଗୀତକୁ ପୁନଃ ନିର୍ମାଣକରି ତାଙ୍କୁ ଧନ୍ୟବାଦ ଦେବାର ଉପାୟ ମୋର ଥିଲା ।"
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।