ରିୟା ଓ ଡ୍ରଗ୍ସ: ସାମନାକୁ ଆସିଲା ୨୫ ବଡ଼ Bollywood ସେଲିବ୍ରିଟିଙ୍କ ସମ୍ପୃକ୍ତି; NCB ସମନ୍ ପଠେଇବ

ବଲିଉଡର ଅନେକ ବଡ଼ ନାମ ଡ୍ରଗ୍ସ ରଖିବା, ଡ୍ରଗ୍ସ ସେବନ କରିବା ଓ ବିକ୍ରୟ କରିବାର ଏହି ପୂରା ରାକେଟରେ ସହ ଜଡିତ ଅଛନ୍ତି ବୋଲି NCBକୁ ସୂଚନା ମିଳିଛି । ସେମାନଙ୍କ ସହ ପଚରାଉଚରା ପାଇଁ ଏବେ ପ୍ରସ୍ତୁତି ଚାଲିଛି ।

ରିୟା ଓ ଡ୍ରଗ୍ସ: ସାମନାକୁ ଆସିଲା ୨୫ ବଡ଼ Bollywood ସେଲିବ୍ରିଟିଙ୍କ ସମ୍ପୃକ୍ତି; NCB ସମନ୍ ପଠେଇବ
NCB ଅଫିସକୁ ପଚରାଉଚରା ପାଇଁ ଯାଉଥିବା ରିୟା ଓ ତାଙ୍କ ଭାଇ ଶୌଭିକ (ଫାଇଲ୍ ଫଟୋ)
  • News18 Odia
  • Last Updated: September 11, 2020, 9:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଏନସିବି (NCB) ରିୟା ଚକ୍ରବର୍ତ୍ତୀ (Rhea Chakraborty) ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କ (Sowvik Chakraborty) ଡ୍ରଗ୍ ସଂଯୋଗର ପର୍ଦ୍ଦାଫାଶ କରିଥିଲା ।

ରିୟା ଓ ଶୋଭିକ୍ ବର୍ତ୍ତମାନ ଜେଲରେ ଅଛନ୍ତି, କିନ୍ତୁ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତମାନଙ୍କ ବୟାନ ଅନୁଯାୟୀ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ବର୍ତ୍ତମାନ ବଲିଉଡର (Bollywood) ୨୫ ଜଣ ପ୍ରସିଦ୍ଧ ସେଲିବ୍ରିଟିଙ୍କୁ ପଚରାଉଚରା ପାଇଁ ଡକାଇବାକୁ ଯାଉଛି ।

ସୂଚନା ଅନୁସାରେ ବଲିଉଡର ଡ୍ରଗ୍ ଦୁନିଆରେ ୨୫ ଜଣ A-ତାଲିକାଭୁକ୍ତ ସେଲିବ୍ରିଟିଙ୍କ ନାମ ସାମନାକୁ ଆସିଛି । ସେମାନଙ୍କ ମଧ୍ୟରେ ବଲିଉଡର ବଡ଼ ଅଭିନେତା, ନିର୍ଦ୍ଦେଶକ, କାଷ୍ଟିଂ ନିର୍ଦ୍ଦେଶକ ଓ ପ୍ରଡକ୍ସନ୍ ହାଉସର ନାମ ରହିଛି ।

ରିୟାଙ୍କୁ ଜେଲ୍ ପଠାଯାଉଥିବା ସମୟର ଏକ ଦୃଶ୍ୟ


‘ଟାଇମ୍ସ ନାଓ’ ଚ୍ୟାନେଲର ଏକ ରିପୋର୍ଟ ଅନୁଯାୟୀ ବଲିଉଡର ଅନେକ ବଡ଼ ନାମ ଡ୍ରଗ୍ସ ରଖିବା, ଡ୍ରଗ୍ସ ସେବନ କରିବା ଓ ବିକ୍ରୟ କରିବାର ଏହି ପୂରା ରାକେଟରେ ସହ ଜଡିତ ଅଛନ୍ତି । ଏହି ରିପୋର୍ଟ ଅନୁଯାୟୀ ଅନେକ ହାଇ-ପ୍ରୋଫାଇଲ୍ ନାମ ମଧ୍ୟ ଏହି ୨୫ଟି ନାମ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି । ତେଣୁ ଏନସିବି ଏହି ଘଟଣାର ଅନୁସନ୍ଧାନ କରିବାରେ ଅଧୀକ ଯତ୍ନଶୀଳ ହେଉଛି ।

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ଏହା ବି ପଢ଼ନ୍ତୁ | Sushant Case: ରିୟା ଓ ତାଙ୍କ ଭାଇ ଶୌଭିକଙ୍କୁ ଜାମିନ ମିଳିଲା ନାହିଁ; ଜାଣନ୍ତୁ ୧୦ଟି ମୁଖ୍ୟ କଥା

ଏହି ପ୍ରସଙ୍ଗରେ ଦିଲ୍ଲୀରେ ମଧ୍ୟ ବରିଷ୍ଠ ଅଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମାମଲାରେ କିପରି ଆଗକୁ ବଢ଼ିହେବ ତାହା ସ୍ଥିର କରାଯାଉଛି ବୋଲି ସୂତ୍ରଙ୍କ ଠାରୁ ପ୍ରକାଶ ।



ଏହା ପୂର୍ବରୁ ରିୟା, ଶୌଭିକ୍ ଓ ଅନ୍ୟ ଅଭିଯୁକ୍ତମାନଙ୍କ ରିମାଣ୍ଡ କପିରେ ଏନସିବି କହିଛି ଯେ ଏହି ଡ୍ରଗ୍ ରାକେଟ ମାମଲାରେ ବଲିଉଡ ଓ ତା’ ବାହାରେ ଥିବା ଅନେକ ଲୋକଙ୍କ ସମ୍ପୃକ୍ତି ବିଷୟରେ ସୂଚନା ମିଳିଛି । ଏଭଳି ପରିସ୍ଥିତିରେ କେବଳ ବଡ଼ ଅନୁସନ୍ଧାନ ଓ ସମ୍ପୂର୍ଣ୍ଣ ପ୍ରମାଣ ପରେ ଏହି ବଡ଼ ନାମଗୁଡ଼ିକୁ ଡକାଯିବ ବୋଲି ଏବେ ଜଣାପଡ଼ୁଛି ।
Published by: Anand Shankar Thankur Das
First published: September 11, 2020, 9:00 PM IST
corona virus btn
corona virus btn
Loading