ଶାଢ଼ୀ ପିନ୍ଧିବାରେ କୌଣସି ସମସ୍ୟା ନାହିଁ ସବୁବେଳେ କିଛି ଅଲଗା କରିବାକୁ ପସନ୍ଦ କରେ ଅକ୍ଷୟ କୁମାର

ଫିଲ୍ମ ଲକ୍ଷ୍ମୀ ବମର ନିର୍ଦ୍ଦେଶକ ରାଘବ ଲୋରେନ୍ସ ଥିବାବେଳେ ଏହା ଆଗାମୀ ୫ ଅପ୍ରେଲରେ ମୁକ୍ତିଲାଭ କରୁଛି । ଏହି ଫିଲ୍ମଟି ତାମିଲ ଫିଲ୍ମର ରିମେକ ଅଟେ ।

ଶାଢ଼ୀ ପିନ୍ଧିବାରେ କୌଣସି ସମସ୍ୟା ନାହିଁ ସବୁବେଳେ କିଛି ଅଲଗା କରିବାକୁ ପସନ୍ଦ କରେ ଅକ୍ଷୟ କୁମାର
ଫିଲ୍ମରେ ଅକ୍ଷୟ କୁମାର
  • News18 Odia
  • Last Updated: January 3, 2020, 12:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ୨୦୧୯ରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେବାପରେ ୨୦୨୦ ବର୍ଷ ପାଇଁ ପ୍ରସ୍ତୁତ ହୋଇଗଲେଣି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର । ଚଳିତ ବର୍ଷ ତାଙ୍କ ପାଖରେ ପୃଥ୍ବୀରାଜ, ସୂର୍ଯ୍ୟବଂଶୀ, ବଚ୍ଚନ ପାଣ୍ଡେ ଏବଂ ଲକ୍ଷ୍ମୀ ବମ୍ ଭଳି ଚଳଚ୍ଚିତ୍ର ରହିଛି । ନିଜର ପ୍ରତ୍ୟେକ ଫିଲ୍ମରେ କିଛି ଅଲଗା କରିବାକୁ ଚେଷ୍ଟା କରୁଥିବା ଅକ୍ଷୟଙ୍କୁ ଏହି ସବୁ ଫିଲ୍ମରେ କେତେବେଳେ ପୋଲିସ ଅଫିସର ତ କେତେବେଳେ ତୃତୀୟ ଲିଙ୍ଗୀ ଚରିତ୍ରରେ ଦେଖିବାକୁ ମିଳିବ । ପ୍ରତ୍ୟେକ ଫିଲ୍ମ ପାଇଁ ଅକ୍ଷୟ କଠିନ ପରିଶ୍ରମ କରିବା ସହ ରିସ୍କ ଉଠାଉଛନ୍ତି ।

ଫିଲ୍ମ ଲକ୍ଷ୍ମୀ ବମ ଅକ୍ଷୟ ତୃତୀୟ ଲିଙ୍ଗି ଭୁତ ଚରିତ୍ରରେ ଦେଖାଦେବେ । ଇତି ମଧ୍ୟରେ ଫିଲ୍ମର ପ୍ରଥମ ଲୁକ୍ ଜାରି କରାଯାଇଛି ଯେଉଁଥିରେ ଅକ୍ଷୟ ଶାଢ଼ି ପିନ୍ଧିବା ସହ ଅଖିରେ କଳା ଏବଂ ମୁଣ୍ଡରେ ଟିକିଲି ଲଗାଇଥିବା ଦେଖିବାକୁ  ମଳିଛି ।

ଫିଲ୍ମରେ ଶାଢ଼ୀ ପିନ୍ଧିବାର ଏକ୍ସପିରିଏନ୍ସ ସମ୍ପର୍କରେ ଏକ ଦୈନିକ ଇଂରାଜୀ ଖବରକାଗଜକୁ ନିଜର ପ୍ରତିକ୍ରିୟା ଦେଇ ଅକ୍ଷୟ‘‘ ମୁଁ ଶାଢ଼ୀରେ ବହୁତ କମ୍ପଟେବୁଲ ଅଛି ଏବଂ ଏଥିରେ କୌଣସି ଅସୁବିଧା ନାହିଁ । ମୋତେ ସବୁବେଳେ କିଛି ଅଲଗା ଏବଂ ଭିନ୍ନ ଧରଣର କାମ କରିବା ପସନ୍ଦ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଯେଉଁ ସବୁ ଚରିତ୍ରରେ ଅଭିନୟ କରିଛି ତା ମଧ୍ୟରୁ ଏହି ଚରିତ୍ରଟି ସବୁଠୁ କଷ୍ଟ ଅଟେ । ମୋତେ ଚରିତ୍ର ଭିତରକୁ ପଶିବାର ଥିଲା ଏବଂ ନିଜର ବଡି ଲାଙ୍ଗୁଏଜ ଠିକ୍ କରିବାର ଥିଲା ।

ଏହି ପିଲ୍ମଟି ୫ ଅପ୍ରେଲ ୨୦୨୦ରେ ରିଲିଜ ହେବାକୁ ଥିବାବେଳେ ଏହା ତାମିଲ ଫିଲ୍ମ କଞ୍ଚନାର ରିମେକ  ଅଟେ । ଲକ୍ଷ୍ମୀବମରେ ଅକ୍ଷୟ ଲିଡ ରୋଲରେ ଥିବାବେଳେ କିୟାରା ଆଡଭାନୀ ହିରୋଇନ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଏମିତି ବି ଶୁଣାଯାଉଛି ଯେ, ଅମିତାଭ ବଚ୍ଚନ ଏହି ଫିଲ୍ମରେ ମଧ୍ୟ ତୃତୀୟ ଲିଙ୍ଗି ଭୂତ ଚରିତ୍ରରେ ଅଭିନୟ କରିଛନ୍ତି । ତା ଛଡ଼ା ଏହି ଫିଲ୍ମରେ ଆର ମାଧେବନ ଏବଂ ଶୋଭିତା ଧୁଲିପାଲା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।
First published: January 3, 2020, 12:40 PM IST
corona virus btn
corona virus btn
Loading