ଶାହାରୁଖ ଖାନ ବୁର୍ଜ ଖଲିଫାରେ କରିବେ ସଲମାନ ଖାନଙ୍କ ସହ ଫାଇଟ୍? 'ପଠାନ୍' କୁ ନେଇ ଫ୍ୟାନ୍ସ ଆନନ୍ଦିତ ହେଲେ
ଖବର ଅନୁଯାୟୀ ବୁର୍ଜ ଖଲିଫାରେ ଶାହରୁଖ ଖାନଙ୍କ (Shah Rukh Khan) ସହ ସଲମାନ ଖାନ (Salman Khan) ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିବ । ଫିଲ୍ମ 'ପଠାନ'ରେ (Pathan) ଦର୍ଶକମାନେ ସଲମାନ ଖାନ ଓ ଶାହାରୁଖ ଖାନଙ୍କ ଲଢ଼େଇ ଦେଖିବାକୁ ପାଇପାରିବେ । ସଲମାନଙ୍କୁ ଏଥିରେ ନିଜର ଟାଇଗର ଫ୍ରାଞ୍ଚାଇଜ୍ ଭୂମିକାରେ ନଜର ଆସିପାରନ୍ତି ।

ଶାହାରୁଖ ଖାନ ବୁର୍ଜ ଖଲିଫାରେ କରିବେ ସଲମାନ ଖାନଙ୍କ ସହ ଫାଇଟ
- News18 Odia
- Last Updated: February 16, 2021, 12:03 PM IST
ମୁମ୍ବାଇ: ଶାହରୁଖ ଖାନଙ୍କ (Shah Rukh Khan) ଦୀର୍ଘ ସମୟ ଧରି କୌଣସି ଫିଲ୍ମ ରିଲିଜ ହୋଇନାହିଁ । ପ୍ରଶଂସକମାନେ ତାଙ୍କର ପରବର୍ତ୍ତୀ ଫିଲ୍ମ 'ପଠାନ'ର (Pathan) ରିଲିଜକୁ ଅପେକ୍ଷା କରିଛନ୍ତି । ନିକଟରେ ପ୍ରକାଶ ପାଇଥିଲା ଯେ ସଲମାନ ଖାନ (Salman Khan) ଫିଲ୍ମ 'ପଠାନ'ରେ ଏକ କ୍ୟାମୋ କରିବେ । ଏହି ଖବର ସଲମାନ ଖାନ ନିଜେ ତାଙ୍କ ସୋ 'ବିଗ୍ ବସ୍ ୧୪'ର ସପ୍ତାହ ଶେଷରେ ନିଶ୍ଚିତ କରିଥିଲେ । ସେ କହିଥିଲେ ଯେ ସେ ଖୁବ୍ ଶୀଘ୍ର ଶାହରୁଖ ଖାନ, ଦୀପିକା ପାଦୁକୋନ ଓ ଜନ୍ ଅବ୍ରହାମଙ୍କ ଫିଲ୍ମ 'ପଠାନ'ର ସୁଟିଂ ଆରମ୍ଭ କରିବେ । ଏହି ଚଳଚ୍ଚିତ୍ର ବିଷୟରେ ଏକ ବଡ଼ ଖୁଲାସା ହୋଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ସଲମାନ ଖାନ ଓ ଶାହରୁଖ ଖାନ ବୁର୍ଜ ଖଲିଫା ଉପରେ ଲଢ଼େଇ କରୁଥିବାର ନଜର ଆସିବେ ।
'ପଠାନ' ଫିଲ୍ମ ପୂର୍ବରୁ ସଲମାନ ଖାନ ଓ ଶାହାରୁଖ ଖାନ 'କୁଚ କୁଚ ହୋତା ହେi', 'ଓମ ଶାନ୍ତି ଓମ' ଓ 'ଜିରୋ' ଫିଲ୍ମରେ ଏକାଠି କାମ କରିସାରିଛନ୍ତି । ଏହା ବ୍ୟତୀତ ଶାହାରୁଖ ସଲମାନ ଖାନଙ୍କ 'ହର ଦିଲ ଜୋ ପ୍ୟାର କରଗା' ଓ 'ଟ୍ୟୁବଲାଇଟ୍'ରେ ମଧ୍ୟ ଅଭିନୟ କରିଛନ୍ତି । ସଲମାନ ଖାନ ନିକଟରେ ଫିଲ୍ମ 'ଅନ୍ତିମ: ଦି ଫାଇନାଲ ଟ୍ରୁଥ'ର ସୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମରେ ସେ ନିଜ ଭାଉଜ ଆୟୁଷ ଶର୍ମାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କର ଫିଲ୍ମ 'ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ' ରିଲିଜକୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଯୋଗୁଁ ସେ ଦୀର୍ଘ ଦିନ ଧରି ଖବରରେ ରହିଥିଲେ । ଏହି ଫିଲ୍ମ ଚଳିତ ବର୍ଷ ଇଦ୍ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।