ଐଶ୍ୱର୍ଯ୍ୟା ରାୟ ସୋସିଆଲ ମିଡ଼ିଆରେ ମାତ୍ର ଜଣଙ୍କୁ ଫଲୋ କରନ୍ତି; ସେହି ଭାଗ୍ୟବାନ ବ୍ୟକ୍ତି ହେଲେ...

ପୂର୍ବତନ ବିଶ୍ବ ସୁନ୍ଦରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କମ୍ ସକ୍ରିୟ ରହନ୍ତି । କେବଳ ବିଶେଷ ଦିନରେ ସେ ଶେୟାର କରନ୍ତି ପୋଷ୍ଟ୍‌। ଇନଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୯୫ ଲକ୍ଷ । ୨୦୦୭ରେ ସେ ଏହି ପ୍ଲାଟଫର୍ମରେ ଯୋଗ ଦେଇଥିଲେ।

ଐଶ୍ୱର୍ଯ୍ୟା ରାୟ ସୋସିଆଲ ମିଡ଼ିଆରେ ମାତ୍ର ଜଣଙ୍କୁ ଫଲୋ କରନ୍ତି; ସେହି ଭାଗ୍ୟବାନ ବ୍ୟକ୍ତି ହେଲେ...
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ
  • News18 Odia
  • Last Updated: July 18, 2021, 10:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବିଲଉଡ଼ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ (Aishwarya Rai Bachchan) ଫିଲ୍ମ ବ୍ୟତୀତ ନିଜ ଫ୍ୟାନମାନଙ୍କୁ ସୋସିଆଲ୍‌ ମିଡ଼ିଆରେ ମଧ୍ୟ ମନୋରଞ୍ଜନ କରନ୍ତି । ସେ ମଝିରେ ମଝିରେ ନିଜ ସହ ସମ୍ପୃକ୍ତ ଫଟୋ ଓ ଭିଡିଓ ସେୟାର କରି ସମସ୍ତଙ୍କ ମନ କିଣନ୍ତି । କେତେବେଳେ ସେ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କ (Abhishek Bachchan) ସହ ଫଟୋ ପୋଷ୍ଟ କରୁଥିବାର ନଜର ଆସନ୍ତି ତ କେବେ ନିଜ ଝିଅ ଆରାଧ୍ୟାଙ୍କ ସହ ପୋଷ୍ଟ ଶେୟାର କରନ୍ତି । ୨୦୦୭ରେ ଭିଡ଼ିଓ ତଥା ଫଟୋ ଅପଲୋଡି଼ଂ ସାଇଟ୍ ଇନଷ୍ଟାଗ୍ରାମରେ ଯୋଗ ଦେଇଥିଲେ ଏହି ଅଭିନେତ୍ରୀ। ଆଜି ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୯.୫ ମିଲିୟନରେ ପହଞ୍ଚିଲାଣି। ହେଲେ ଐଶ୍ୱର୍ଯ୍ୟାଙ୍କ ଏତେ ଫଲୋଅର୍ସ ଥିବା ବେଳେ ସେ ମାତ୍ର ଜଣେ ସେଲିବ୍ରିଟିଙ୍କୁ ଫଲୋ କରୁଛନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

ମୁଖ୍ୟ କଥା ହେଲା ଯେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଆଉ କାହାକୁ ନୁହେଁ ବରଂ ନିଜ ସ୍ବାମୀ ଅଭିଷେକଙ୍କୁ  ହିଁ ଇନଷ୍ଟାଗ୍ରାମରେ ଫଲୋ କରୁଛନ୍ତି। ଅଭିଷେକଙ୍କ ବ୍ୟତୀତ ତାଙ୍କ ଫଲୋ ତାଲିକାରେ ଆଉ କୌଣସି ସେଲିବ୍ରିଟିଙ୍କ ନାମ ନାହିଁ । ପୂର୍ବତନ ବିଶ୍ବ ସୁନ୍ଦରୀ ଐଶ୍ୱର୍ଯ୍ୟା ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେତେ ସକ୍ରିୟ ନୁହଁନ୍ତି, କିନ୍ତୁ ଏହାକୁ କେବେଳ ସେ ସ୍ପେଶାଲ ଡେ’ରେ ବ୍ୟବହାର କରନ୍ତି। ଗତ ଜୁନ୍ ୧୮ରେ ସୁପରହିଟ୍ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ର ରିଲିଜକୁ ୨୨ ବର୍ଷ ପୂରଣ ହେବା ଅବସରରେ ସେ ଏକ ପୋଷ୍ଟ କରିଥିଲେ।

ସେଥିରେ ସେ ଲେଖିଥିଲେ, “‘ହମ୍ ଦିଲ ଦେ ଚୁକେ ସନମ୍’ର ରିଲିଜକୁ ୨୨ ବର୍ଷ ପୂରଣ ହୋଇଛି। ମୋ’ର ମନେ ଅଛି ଏହି ଫିଲ୍ମ ପାଇଁ ମତେ ମିଳିଥିବା ପ୍ରେମ ଓ ସ୍ନେହ କଥା। ହେଲେ ମୋ’ ସ୍ନେହର ସଞ୍ଜୟ ଲୀଲା ଭନସାଲୀ ସବୁବେଳେ ଆକର୍ଷଣୀୟ ବ୍ୟକ୍ତି ବିଶେଷ ରୂପେ ରହିଆସୁଛନ୍ତି। ସବୁ ଜିନିଷ ପାଇଁ ଆପଣଙ୍କୁ ଧନ୍ୟବାଦ। ଦୁନିଆର ସବୁ ଦର୍ଶକ, ପ୍ରେମ କରୁଥିବା ପରିବାର ଓ ଶୁଭଚିନ୍ତକଙ୍କୁ ମୋ’ର ଧନ୍ୟବାଦ।“

ହମ୍ ଦିଲ ଦେ ଚୁକେ୍ ସମନ ଫିଲ୍ମର ଏକ ଦୃଶ୍ୟ


ଏହା ପୂର୍ବରୁ ଐଶ୍ୱର୍ଯ୍ୟା ନିଜ ମା’ ବ୍ରିନ୍ଦା ରାୟଙ୍କ ଜନ୍ମ ଦିନରେ ଏକ ଫଟୋ ପୋଷ୍ଟ କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଫଟୋରେ ମା’ଙ୍କୁ ଆଲିଙ୍ଗନ କରିଥିବାର ନଜର ଆସିଥିଲେ ଐଶ୍ୱର୍ଯ୍ୟା । ଆଉ ସାଥିରେ ଥିଲେ ଅଭିଷେକ ଓ ଆରାଧ୍ୟା।

ପରିବାର ସହ ଐଶ୍ଚର୍ଯ୍ୟା ରାୟ ବଚ୍ଚନ


ଖୁବ୍ ଶୀଘ୍ର ଐଶ୍ୱର୍ଯ୍ୟା ଲୋକପ୍ରିୟ ନିର୍ଦ୍ଦେଶକ ମଣିରତ୍ନମଙ୍କ ଆଗାମୀ ଫିଲ୍ମ ‘ପୋନ୍ନିନୀ ସେଲଭନ୍‌’ରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି।  ଏକ ତାମିଲ୍‌ ଉପନ୍ୟାସର କାହାଣୀକୁ ନେଇ ଆଧାରିତ ‘ପୋନ୍ନିନୀ ସେଲଭନ୍‌’ ଫିଲ୍ମ। ‘ବାହୁବଳୀ’ର କଟପ୍ପା ତଥା ସତ୍ୟରାଜଙ୍କ ସହ ଏହି ଫିଲ୍ମରେ ଅଭିନୟ କରିବେ ଅଭିନେତ୍ରୀ ଐଶ୍ୱର୍ଯ୍ୟା । ପୂର୍ବରୁ ନିଜ ଆକର୍ଷଣୀୟ ଅଭିନୟ ଜରିଆରେ ବଲିଉଡ଼କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ସେ। ଏହି କ୍ରମରେ ସାମିଲ ଅଛି ‘ହମ୍ ଦିଲ ଦେ ଚୁକେ ସନମ୍’, ‘ଧୁମ୍’, ‘ଉମରାଓ ଜାନ୍’, ‘ଗୁରୁ’, ‘ରାବଣ’ ଓ ‘ତାଲ୍’ ଭଳି ଫିଲ୍ମ।
Published by: Lipina Das
First published: July 18, 2021, 8:32 PM IST