ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଅଶ୍ଳୀଳ ଭିଡିଓ ମାମଲା; ରାଜ୍ କୁନ୍ଦ୍ରାଙ୍କ ପ୍ରଶଂସକଙ୍କ ଠାରୁ ଦୁଷ୍କର୍ମ ଧମକ ପାଉଛନ୍ତି ସାଗରିକା

ଅଶ୍ଳୀଳ ଭିଡିଓ ମାମଲା; ରାଜ୍ କୁନ୍ଦ୍ରାଙ୍କ ପ୍ରଶଂସକଙ୍କ ଠାରୁ ଦୁଷ୍କର୍ମ ଧମକ ପାଉଛନ୍ତି ସାଗରିକା

ରାଜ୍ କୁନ୍ଦ୍ରାଙ୍କୁ ଆଡଲ୍ଟ୍ ଫିଲ୍ମ ନିର୍ମାଣର ମାଷ୍ଟରମାଇଣ୍ଡ କହିବା ପରଠୁ ସୋସିଆଲ ମିଡିଆରେ ଅପମାନଜନକ କମେଣ୍ଟ ପାଉଛନ୍ତି ଅଭିନେତ୍ରୀ ସାଗରିକା ଶୋନା ସୁମନ । ‘‘ରାଜ କୁନ୍ଦ୍ରା ମୋ ସହ ମୋ ପରିବାରର କ୍ଷତି କରିବାକୁ କିଛି ବି କରିପାରିବେ,’’ ବୋଲି ନୂଆ ଅଭିଯୋଗରେ କହିଲେ ସାଗରିକା ।

ଅଶ୍ଳୀଳ ଭିଡିଓ ମାମଲା; ରାଜ୍ କୁନ୍ଦ୍ରାଙ୍କ ପ୍ରଶଂସକଙ୍କ ଠାରୁ ଦୁଷ୍କର୍ମ ଧମକ ପାଉଛନ୍ତି ସାଗରିକା
ସୋସିଆଲ ମିଡିଆରେ ଅଭିନେତ୍ରୀ ସାଗରିକା ଶୋନା ସୁମନଙ୍କୁ ମିଳୁଛି ଦୁଷ୍କର୍ମ ଧମକ
  • Share this:
  • Byline Facebook
  • Byline Twitter
  • Byline Linkedin
New18 Odia Digital

ମୁମ୍ବାଇ: ଥମିବାର ନାଁ ନେଉନାହିଁ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସାମସ୍ୟା । ତେଜିବାରେ ଲାଗିଛି ତାଙ୍କ ଉପରେ ଲାଗିଥିବା ଅଶ୍ଳୀଳ ଭିଡିଓ ନିର୍ମାଣ କରିବା ଅଭିଯୋଗ । ନିକଟରେ ଏହି ମାମଲାରେ ତାଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ । ଇତିମଧ୍ୟରେ ତାଙ୍କ ନାଁ’ରେ ପୁଣି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ସାଗାରିକା ଶୋନା ସୁମନ, ଯିଏ ପୂର୍ବରୁ ତାଙ୍କୁ ଅଶ୍ଳୀଳ ଭିଡିଓ ନିର୍ମାଣ କରିବାର ମାଷ୍ଟରମାଇଣ୍ଡ କହିଥିଲେ ।

ସୁମନ ପୋଲିସରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ଏହି ଅଭିଯୋଗରେ ସେ କହିଛନ୍ତି, ‘‘ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ମୁଁ ଅଭିଯୋଗ କରିବା ଦିନ ଠାରୁ ସୋସିଆଲ ମିଡ଼ିଆର ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଅନେକ ଅପମାନଜନକ କମେଣ୍ଟ ସହ ମତେ ଧମକ ମିଳୁଛି । ଏହା ସହ ମତେ ଅଶ୍ଳୀଳ କଲ୍ ମଧ୍ୟ ଆସୁଛି, ଯାହା ଜରିଆରେ ମତେ ଦୁଷ୍କର୍ମ କରିବାର ଧମକ ଦିଆଯାଉଛି । ଏ ସବୁ ଜିନିଷକୁ ନେଇ ମୁଁ ବର୍ତ୍ତମାନ ଭୟ ଅନୁଭବ କରୁଛି, କାରଣ ଏମାନେ ପାଗଳ ଲୋକ  । ଯିଏ ରାଜଙ୍କ ପ୍ରଶଂସକ ଓ ବନ୍ଧୁ ହୋଇପାରନ୍ତି  । ରାଜ୍ କୁନ୍ଦ୍ରା ମତେ କିମ୍ବା ମୋ ପରିବାରର କ୍ଷତି କରିବାକୁ ଯେକୌଣସି ସ୍ତରକୁ ଯାଇପାରନ୍ତି ।’’

ଦୀର୍ଘ ଦିନରୁ ରାଜ କୁନ୍ଦ୍ରାଙ୍କ ସହ ସମ୍ପୃକ୍ତ ଥିବା ଅଶ୍ଳୀଳ ଭିଡିଓ ରାକେଟର ମାମଲାରେ ସାଗରିକା ସ୍ବର ଉତ୍ତୋଳନ କରିଆସୁଛନ୍ତି । ନିକଟରେ ସେ ଦାବି କରିଥିଲେ ଯେ ରାଜଙ୍କ ଏହି କାମ ବିଷୟରେ ତାଙ୍କ ପତ୍ନୀ ଶିଳ୍ପା ସବୁ କିଛି ଜାଣିଛନ୍ତି ।

ଏ ବର୍ଷ ଫେବଆରୀ ୧୩ ତାରିଖରେ ଶୋନା ନିଜ ଅଭିଯୋଗରେ କହିଥିଲେ ଯେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରୁଥିବା ରାକେଟର ମାଷ୍ଟରମାଇଣ୍ଡ୍ ହେଉଛନ୍ତି ରାଜ୍ କୁନ୍ଦ୍ରା  । ଆଉ ନିକଟରେ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଉମେଶ କାମତ ତାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ରରେ କାମ କରିବାକୁ ଅନେକ ଥର ପ୍ରସ୍ତାବ ଦେଇଥିଲେ  । ସେ ଖୋଲାଖୋଲି ଭାବରେ କହିଥିଲେ ରାଜ୍ କନ୍ଦ୍ରାଙ୍କ ପାଇଁ କାମ କରୁଛନ୍ତି  । ସେ ହଟସଟସ୍  ଓ କେନରିନ୍ ( Hotshots and Kenrin) ଆପ୍ ମାଲିକ । ଏହା ବ୍ୟତୀତ ସେ ଆଉ ଏକ ପର୍ଣ୍ଣ ସାଇଟ୍ ହୋଷ୍ଟିଂ ମଧ୍ୟ କରନ୍ତି ।
Published by: Lipina Das
First published: July 24, 2021, 2:45 PM IST