News18 Odia Digital
ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ବିଗତ କିଛିଦିନ ଧରି ନିଜ ଫିଲ୍ମ ପଙ୍ଗାର ପ୍ରମୋସନ କରୁଥିବାବେଳେ ୨୪ ତାରିଖରେ ଏହି ଫିଲ୍ମ ରିଲିଜି ହୋଇ କଙ୍ଗନାଙ୍କ ଖୁସି କରିଥିବା ଜଣାପଡ଼ୁଛି । ପ୍ରଥମ ଦିନରେ ଫିଲ୍ମ ଦେଖିଥିବା ଲୋକମାନେ ପଙ୍ଗାର ରିଭ୍ୟୁ ଏବଂ ନିଜର ଅନୁଭୁତିକୁ ଟୁଇଟରରେ ସେୟାର କରିଛନ୍ତି । ଏହି ରିଭ୍ୟୁ ଅନୁସାରେ କଙ୍ଗନା ପୁଣିଥରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି । ଲୋକମାନେ ଫିଲ୍ମ ସମ୍ପର୍କରେ ଟୁଇଟରରେ ପଜେଟିଭ୍ କମେଣ୍ଟ କରିଛନ୍ତି ।
କଙ୍ଗନାଙ୍କ ଗତ ଫିଲ୍ମ ଗୁଡ଼ିକୁ ଏତେଟା ଭଲ ରିଭ୍ୟୁ ମିଳିନଥିବାବେଳେ ଏହି ଫିଲ୍ମକୁ ଭଳ ରେସପନ୍ସ ମିଳିବା କଙ୍ଗନାଙ୍କ ପାଇଁ ଖୁସି ଆଣିଛି । ଫିଲ୍ମ ଦେଖିବାପରେ ଜଣେ ଦର୍ଶକ ଟୁଇଟରରେ କମେଣ୍ଟ କରି ଲେଖିଛନ୍ତି ଯେ, ‘ଆମର କୁଇନ କଙ୍ଗନା ପୁଣିଥରେ କମାଲ କରିଦେଇଛନ୍ତି । ଫିଲ୍ମକୁ କ୍ରିଟିକ୍ସମାନେ ବି ଏହି ଫିଲ୍ମରେ କଙ୍ଗନାଙ୍କର ଚମତ୍କାର ଅଭିନୟରେ ମୋହିତ ହୋଇସାରିଲେଣି । ପଙ୍ଗାକୁ ରିଭ୍ୟୁରେ ୫ରୁ ୪ଷ୍ଟାର ମିଳୁଥିବା ଦେଖାଯାଉଛି ।
ସେହିପରି କଙ୍ଗନାଙ୍କ ଫିଲ୍ମ ଦେଖି ଆଉଜଣେ ୟୁଜର ଲେଖିଛନ୍ତି ‘‘ ଫିଲ୍ମ ଜବରଦସ୍ତ ହୋଇଛି ଏବଂ ଏହା ବହୁତ ସହଜରେ ୧୦୦କୋଟି ଟଙ୍କା ପାର କରିବ । ଏହି ଫିଲ୍ମରେ ସମସ୍ତ ମହିଳା କଙ୍ଗନାଙ୍କ ଭିତରେ ନିଜକୁ ଦେଖିପାରିବେ । ଏତେ ସୁନ୍ଦର ଭାବେ କେବଳ କଙ୍ଗନା ହିଁ ଏହାକୁ କରିପାରିଥାନ୍ତେ । ଯାଆନ୍ତୁ ଏବଂ ଫିଲ୍ମ ପଙ୍ଗାକୁ ଦେଖନ୍ତୁ‘‘ । ଆଉଜଣେ ଦର୍ଶକ ଫିଲ୍ମ ଉପରେ କମେଣ୍ଟ କରି ଲେଖିଛନ୍ତ ଯେ, ‘‘କଙ୍ଗନା ରାଣାଓ୍ବତ ଜୟାଙ୍କ ଭଳି ବଞ୍ଚିଛନ୍ତି । ଫିଲ୍ମରେ ନିଜର ପିଲାମାନଙ୍କ ପାଇଁ ନିରନ୍ତର ଚିନ୍ତା କରିବା ସତ ଭଳି ଲାଗୁଛି ଏବଂ ନିଜ ପସନ୍ଦର ଖେଳ ଖେଳିବାବେଳେ ସେ ପ୍ରକୃତରେ ଖୁସିଥିବା ଦେଖିବାକୁ ମିଳୁଛି । ଏହି ଫିଲ୍ମରେ ସେ କୌଣସି ମେକଅପ୍ କରିନାହାନ୍ତି । ଫିଲ୍ମପାଇଁ ତାଙ୍କର ଶାରୀରିକ ପରିବର୍ତ୍ତନ ପ୍ରକୃତରେ ଅବିଶ୍ବସନୀୟ କରିଦେବାଭଳି‘‘ । ମୋଟାମୋଟି ଭାବେ ଫିଲ୍ମରେ କଙ୍ଗନାଙ୍କ ଆକ୍ଟିଂ ଏବଂ କାହାଣୀକୁ ଦିର୍ଶକ ପସନ୍ଦ କରିଛନ୍ତି ।
ଫିଲ୍ମରେ କଙ୍ଗନା ଏକ ଏଭଳି ବାଳିକାର ଭୂମିକା ନିର୍ବାହ କରିଛନ୍ତି ଯିଏ ଅନ୍ୟ ସାଧାରଣ ମହିଳାଙ୍କ ଭଳି କିନ୍ତୁ ଏଥିରେ ନିଜର ସ୍ବପ୍ନ ପୁରଣ କରିବା ପାଇଁ ମଧ୍ୟ କାମ କରୁଛନ୍ତି । ଫିଲ୍ମରେ କଙ୍ଗନାଙ୍କ ଛଡ଼ା ଅଭିନେତ୍ରୀ ନିନା ଗୁପ୍ତା ଏବଂ ପଞ୍ଜାବୀ ଗାୟକ ଏବଂ ଅଭିନେତା ଜସ୍ସି ଗିଲ୍ ଅଛନ୍ତି ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।