ସିନେମା ହଲରେ ‘ମଲଙ୍ଗ’ର ଧମାଲ୍: ଦ୍ୱିତୀୟ ଶୁକ୍ରବାର ପର୍ଯ୍ୟନ୍ତ ୪୧ କୋଟି ଟଙ୍କାର ବ୍ୟବସାୟ କଲାଣି

ଇମ୍ତିଆଜ୍ ଅଲ୍ଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଲଭ୍ ଆଜ୍ କଲ୍’ ଦର୍ଶକଙ୍କୁ ନିରାଶ କରିଛି ବୋଲି କୁହାଯାଉଛି ଓ ବିଧୁ ବିନୋଦ ଚୋପ୍ରାଙ୍କ ‘ଶିକାରା: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ କାଶ୍ମୀର ପଣ୍ଡିତସ୍’ ଲୋକଙ୍କୁ ସିନେମା ହଲକୁ ଆକର୍ଷିତ କରିବାରେ ସଫଳ ହୋଇନାହିଁ । ମୋହିତ ସୁରୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ମଲଙ୍ଗ’ ଧମାଲ୍ ମଚ଼େଇଛି ।

ସିନେମା ହଲରେ ‘ମଲଙ୍ଗ’ର ଧମାଲ୍: ଦ୍ୱିତୀୟ ଶୁକ୍ରବାର ପର୍ଯ୍ୟନ୍ତ ୪୧ କୋଟି ଟଙ୍କାର ବ୍ୟବସାୟ କଲାଣି
‘ମଲଙ୍ଗ’ର ପୋଷ୍ଟର୍‌
  • News18 Odia
  • Last Updated: February 15, 2020, 5:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଦିଶା ପଟାନି ଓ ଆଦିତ୍ୟ ରାୟ କପୁର ଅଭିନିତ ‘ମଲଙ୍ଗ’ ଫିଲ୍ମ ଏବେ ଦେଶ ସାରା ସିନେମା ହଲରେ ଧମାଲ ମଚ଼େଇ ରଖିଛି । ଫିଲ୍ମଟିକୁ ଦର୍ଶକ ଓ ଆଲୋଚକମାନେ ପସନ୍ଦ କରିଛନ୍ତି ଓ ଏହା ବକ୍ସ ଅଫିସରେ ଆଧିପତ୍ୟ ବିସ୍ତାର କରିଛି । ମାତ୍ର ଆଠ ଦିନ ତଳେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ବକ୍ସ ଅଫିସ କଲେକ୍ସନରେ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତାମାନେ ସମସ୍ତେ ଭାରି ଉତ୍ଫୁଲ୍ଲିତ ।

‘ମଲଙ୍ଗ’ ଫିଲ୍ମ ପ୍ରଥମ ସପ୍ତାହରେ ୩୮ କୋଟି ଟଙ୍କାର ବ୍ୟବସାୟ କରିଥିଲା । ସିନେମା ହଲଗୁଡ଼ିକରେ କାର୍ତ୍ତିକ୍‌ ଆୟାନ୍‌ ଓ ସାରା ଅଲ୍ଲି ଖାନଙ୍କ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ ଲାଗିଥିବା ସତ୍ୱେ ଦ୍ୱିତୀୟ ଶୁକ୍ରବାର ଦିନ ‘ମଲଙ୍ଗ’ ଖୁବ୍‌ ଭଲ ରୋଜଗାର କରିବା ଆରମ୍ଭ କରିଛି ।

ମୋହିତ ସୁରୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ମଲଙ୍ଗ’ ଦ୍ବିତୀୟ ଶୁକ୍ରବାରରେ ୨.୨୫ କୋଟି ଟଙ୍କା କଲେକସନ କରିଛି ବୋଲି ବକ୍ସଅଫିସଇଣ୍ଡିଆ.କମ୍ ଏକ ରିପୋର୍ଟରେ କହିଛି । ଯଦିଓ ଏହା ଅଧିକ ଆୟ କରିବ ବୋଲି ଆଶା କରାଯାଉଥିଲା, ‘ଲଭ୍‌ ଆଜ୍‌ କଲ୍‌’ ବିଭିନ୍ନ ହଲରେ ଲାଗିଥିବାରୁ ଏହା କିଛି ସୁଯୋଗ ହରାଇଲା । ବର୍ତ୍ତମାନ ଏହି ଫିଲ୍ମଟି ପାଖାପାଖି ୪୧ କୋଟି ଟଙ୍କା କଲେକସନ କରିଛି ବୋଲି ଜଣା ପଡ଼ିଛି ।

ଏହି ସପ୍ତାହର ଶେଷ ସୁଦ୍ଧା ‘ମଲଙ୍ଗ’ ବକ୍ସ ଅଫିସରେ ଭଲ କଲେକସନ କରିବ ବୋଲି ଆଶା କରାଯାଉଛି କାରଣ ଇମ୍ତିଆଜ ଅଲ୍ଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଲଭ୍‌ ଆଜ୍‌ କଲ୍‌’ ଦର୍ଶକଙ୍କୁ ନିରାଶ କରିଛି ବୋଲି କୁହାଯାଉଛି ।

‘ମଲଙ୍ଗ’କୁ ମିଳିଥିବା ଜବରଦସ୍ତ ଦର୍ଶକୀୟ ଓ ବ୍ୟାବସାୟିକ ସଫଳତା ବିଷୟରେ ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦିଶା ପଟାନି କହିଛନ୍ତି: ‘‘ଖୁବ୍‌ ଖୁସି ଲାଗୁଛି ଯେ କେବଳ ମୋ’ର ପ୍ରଂଶସକ ନୁହେଁ ବରଂ ସମସ୍ତେ ଏହି ଫିଲ୍ମକୁ ପସନ୍ଦ କରୁଛନ୍ତି । ମୋ’ର ପ୍ରଶଂସକମାନେ ମତେ ଦେଇଥିବା ପ୍ରେମ ପାଇଁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି । ମୁଁ ଯେଉଁଠିକୁ ଯାଉଛି, ସେଠାରେ ମୋ’ର ପ୍ରିୟ ପ୍ରଶଂସକମାନଙ୍କ ଭଳପାଇବା ମୋତେ ମିଳୁଛି । ଏହି ଭଲପାଇବା ପାଇଁ ମୁଁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଦେଉଛି ଓ ଆଶା କରୁଛି ମୁଁ ସବୁବେଳେ ତାଙ୍କର ସମସ୍ତ ଆଶାକୁ ପୂରଣ କରିବାରେ ସମର୍ଥ ହେବି’’ ।

ଇତି ମଧ୍ୟରେ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ‘ଶିକାରା: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍‌ କାଶ୍ମୀର ପଣ୍ଡିତ’, ଯେଉଁଥିରେ ଆଦିଲ ଖାନ ଓ ସାଦିଆ ଅଭିନୟ କରିଛନ୍ତି, ତାହା ଦର୍ଶକଙ୍କୁ ସିନ୍ମା ହଲକୁ ଆକର୍ଷିତ କରିବାରେ ବିଫଳ ହୋଇଛି । ଟାଇମ୍ସ ଅଫ୍‌ ଇଣ୍ଡିଆର ଖବର ଅନୁସାରେ ଏହି ଫିଲ୍ମଟି ପ୍ରଥମ ସପ୍ତାହରେ ମାତ୍ର ୬.୦୫ କୋଟି ଟଙ୍କା କଲେକସନ୍‌ କରିଛି ।
First published: February 15, 2020, 5:38 PM IST