ରିତେଶ ଦେଶମୁଖ ଓ ଜେନେଲିଆ ଅଙ୍ଗ ଦାନ କରିବେ; ତାଙ୍କ ଭିଡିଓ ଭାଇରାଲ୍ ହେଉଛି

ବଲିଉଡର ପ୍ରସିଦ୍ଧ ପତିପତ୍ନୀ ରିତେଶ ଓ ଜେନେଲିଆ ଅଙ୍ଗ ଦାନ କରିବେ ବୋଲି ଘୋଷଣା କରିଛନ୍ତି । ଡାକ୍ତର ଦିବସକୁ ଯଥାର୍ଥ କରି ଏହି ଯୁବ ଦମ୍ପତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ରିତେଶ ଦେଶମୁଖ ଓ ଜେନେଲିଆ ଅଙ୍ଗ ଦାନ କରିବେ; ତାଙ୍କ ଭିଡିଓ ଭାଇରାଲ୍ ହେଉଛି
ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ଜେନେଲିଆ ଡିସାଉଜା,
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଆଜି ହେଉଛି ଡାକ୍ତର ଦିବସ (Doctor’s Day) । ଏହି ଦିନ ଅଭିନେତା ରିତେଶ ଦେଶମୁଖ (Riteish Deshmukh) ଓ ତାଙ୍କ ପତ୍ନୀ ଜେନେଲିଆ ଦେଶମୁଖ (Genelia D’Souza) ଉଭୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉଭୟ ରିତେଶ ଓ ଜେନେଲିଆ ଅଙ୍ଗ ଦାନ (organ donation) କରିବେ ବୋଲି ଘୋଷଣା କରିଛନ୍ତି । ଡାକ୍ତର ଦିବସକୁ (National doctor’s Day) ଯଥାର୍ଥ କରି ବଲିଉଡର ଏହି ପ୍ରସିଦ୍ଧ ପତିପତ୍ନୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଜେନେଲିଆ ନିଜ ଇନଷ୍ଟାଗ୍ରାମରେ ଏ ବିଷୟରେ ଏକ ପୋଷ୍ଟ କରିଛନ୍ତି । ସେଥିରେ ସେ ଓ ରିତେଶ ଉଭୟେ ସେମାନଙ୍କ ନିଷ୍ପତ୍ତି ବିଷୟରେ କହିଛନ୍ତି । ଉଭୟ ସେମାନଙ୍କର ଅଙ୍ଗ ଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ପୋଷ୍ଟରେ ଜେନେଲିଆ କୁହିଛନ୍ତି, ‘‘ରିତେଶ ଓ ମୁଁ ଦୀର୍ଘ ଦିନ ଧରି ଅଙ୍ଗ ଦାନ ବିଷୟରେ ଚିନ୍ତା କରି ଆସୁଥିଲୁ। କିନ୍ତୁ ଆଜି ଡାକ୍ତର ଦିବସ ଅବସରରେ ଆମେ ନିଜର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଉଛୁ ।’’

‘‘ଏହି ନିଷ୍ପତ୍ତି ନେବାକୁ ଆମକୁ ଉତ୍ସାହିତ କରିଥିବାରୁ ଆମେ ଡକ୍ଟର ନୋଜର ଶେରିଅର୍ ଓ FOGSI କୁ ଧନ୍ୟବାଦ ଦେଉଛୁ । ଯଦି ଆପଣ କାହାକୁ ସର୍ବୋତ୍ତମ ଉପହାର ଦେବାକୁ ଚାହାଁନ୍ତି, ତେବେ ଅଙ୍ଗ ଦାନ ହିଁ ଜୀବନର ସର୍ବୋତ୍ତମ ଉପହାର ହୋଇପାରେ,’’ କହିଛନ୍ତି ଜେନେଲିଆ ।

ସେମାନେ ଏହା ମଧ୍ୟ କହିଛନ୍ତି, ‘‘ଆପଣ ମଧ୍ୟ ଏହି ପଦକ୍ଷେପ ନିଅନ୍ତୁ ଓ ଜୀବନ ରକ୍ଷା କରିବାକୁ ପ୍ରତିଜ୍ଞା କରନ୍ତୁ । ନିଜର ଅଙ୍ଗ ଦାନ କରିବାକୁ ଶପଥ କରନ୍ତୁ ।’’ ଉଭୟେ ଆଜି ଏଭଳି ଆବେଦନ କରି ଖୁବ୍‌ ନାଁ କରିଛନ୍ତି ।

ରିତେଶ ଜେନେଲିଆଙ୍କ ଭିଡିଓ ଦେଖନ୍ତୁ:




ଯେତେବେଳେ କୌଣସି ରୋଗୀର ଅଙ୍ଗ କାମ କରିବା ବନ୍ଦ କରିଦିଏ, ଅନ୍ୟ ଜଣଙ୍କର ଅଙ୍ଗ ତାଙ୍କ ଦେହରେ ସେହି ଅଙ୍ଗ ସ୍ଥାନରେ ପ୍ରତିରୋପଣ କରାଯାଇପାରେ (organ transplant) । ଏଥି ପାଇଁ ବହୁ ସଂଖ୍ୟକ ଅଙ୍ଗ ଦାନ ହୋଇଥିବା ଆବଶ୍ୟକ । କିଡନୀ ଓ ଯକୃତ ପରି କେତେକ ଅଙ୍ଗ ବ୍ୟକ୍ତି ଜୀବିତ ଥିବା ବେଳେ ଦାନ କରାଯାଇପାରେ । ଜଣେ ବ୍ୟକ୍ତି ଯଦି ବ୍ରେନ୍‌ ଡେଡ୍ ହୋଇଯାଇଥାନ୍ତି, ତାହେଲେ ତାଙ୍କର ଅଙ୍ଗ ଦାନ କରାଯାଇପାରେ । ଅଙ୍ଗ ଦାନ ଜଣେ ବ୍ୟକ୍ତିଙ୍କୁ ଏକ ନୂତନ ଜୀବନ ବଞ୍ଚିବାର ସୁଯୋଗ ଦେଇଥାଏ । ସେଥି ପାଇଁ ଅଙ୍ଗ ଦାନ ବାସ୍ତବରେ ଜୀବନ ଦାନ ।
First published: July 1, 2020, 10:03 PM IST
corona virus btn
corona virus btn
Loading