ଅକ୍ଷୟ କୁମାରଙ୍କ 'ସୂର୍ଯ୍ୟବଂଶୀ' ରିଲିଜ୍ ଡେଟ୍ ପ୍ରକାଶ ହେଲା; ସୀମିତ ସିନେମାହଲରେ ପ୍ରଦର୍ଶିତ ହେବ ଫିଲ୍ମ
ଖବର ଅନୁଯାୟୀ ସାରା ଦେଶରେ ଥିଏଟର ଖୋଲିବା ପରେ 'ସୂର୍ଯ୍ୟବଂଶୀ'ର ନିର୍ମାତାମାନେ ଫିଲ୍ମ ରିଲିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ସେ ଏହି ଫିଲ୍ମକୁ କେବଳ ସିଙ୍ଗଲ୍ ସ୍କ୍ରିନ୍ (Single Screens) ଓ ଅଣ-ଜାତୀୟ ମଲ୍ଟିପ୍ଲେକ୍ସରେ ରିଲିଜ୍ କରିବାକୁ ଯୋଜନା କରିଛନ୍ତି ।

ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ 'ସୂର୍ଯ୍ୟବଂଶୀ' ରିଲିଜ୍ ଡେଟ ପ୍ରକାଶ ହେଲା
- News18 Odia
- Last Updated: February 12, 2021, 6:19 PM IST
ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ (Rohit Shetty) ଫିଲ୍ମ 'ସୂର୍ଯ୍ୟବଂଶୀ'ର ରିଲିଜ୍ ଡେଟ ଉପରେ ଖଣ୍ଡା ଦୀର୍ଘ ସମୟ ଧରି ଝୁଲୁଥିଲା । ଏହାପୂର୍ବରୁ ଫିଲ୍ମଟି ଗତ ବର୍ଷ ରିଲିଜ ହେବାର ଥିଲା କିନ୍ତୁ କରୋନା ଭାଇରସ କାରଣରୁ ଥିଏଟର ବନ୍ଦ ହେତୁ ଫିଲ୍ମର ନିର୍ମାତାମାନେ ରିଲିଜକୁ ସ୍ଥଗିତ ରଖିଥିଲେ । ବର୍ତ୍ତମାନ ଖବର ଆସୁଛି ଯେ ଅଭିନୀତ ଅକ୍ଷୟ କୁମାର (Akshay Kumar) ଓ କ୍ୟାଟ୍ରିନା କୈଫ (Kaitrina Kaif) ଏହି ଫିଲ୍ମ ଚଳିତ ବର୍ଷ ୨ ଏପ୍ରିଲରେ ରିଲିଜ୍ ହେବ । ତେବେ ଫିଲ୍ମ କିପରି ଓ କେଉଁଠାରେ ରିଲିଜ ହେବ ସେନେଇ ପ୍ରତିଦିନ ନୂଆ ଖବର ଆସୁଛି ।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା କେବଳ ଫିଲ୍ମର ବ୍ୟବସାୟ ସଂଗ୍ରହକୁ ପ୍ରଭାବିତ କରିବ ନାହିଁ ବରଂ ମଲ୍ଟିପ୍ଲେକ୍ସର ବ୍ୟବସାୟ ପ୍ରବାହ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପକାଇବ । କିଛି ରିପୋର୍ଟରେ ଦର୍ଶାଯାଇଛି ଯେ ଫିଲ୍ମଟି କେବଳ ସିଙ୍ଗଲ୍ ସ୍କ୍ରିନ୍ ଓ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । କରୋନା ଅବଧି ପରେ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ଆଣିବାରେ ଏହି ଫିଲ୍ମ କେତେ ସଫଳ ହେବ ତାହା ଆଗକୁ ଜଣାପଡିବ ।
ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସୂର୍ଯ୍ୟବଂଶୀ'ର ମୁଖ୍ୟ ଅଭିନେତା ଅକ୍ଷୟ କୁମାର । ଅକ୍ଷୟ କୁମାରଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। କିଛି ବିଶେଷ ଦୃଶ୍ୟରେ ଏହି ସିରିଜର ପୁରୁଣା ହିରୋ ଅଜୟ ଦେବଗନ୍ ଓ ରଣଭୀର ସିଂ ମଧ୍ୟ ନଜର ଆସିବେ ।