ବଲିଉଡ଼ ଅଭିନେତ୍ରୀ ଶବାନା ଆଜମୀ ସଡ଼କ ଦୁର୍ଘଟଣାରେ ଆହତ; ମୁମ୍ବାଇ-ପୁନା ଏକ୍ସପ୍ରସ୍ ଓ୍ବେରେ ଘଟିଲା ଦୁର୍ଘଟଣା

ବଲିଉଡ଼ର ଲୋକପ୍ରିୟ ଗୀତିକାର ଜାଭେଦ ଅଖତରଙ୍କ ସ୍ତ୍ରୀ ଅଭିନେତ୍ରୀ ଶବାନା ଆଜମୀ ଖାଲାପୁର ଟୋଲ ପ୍ଲାଜା ପାଖରେ ପୁଣେ-ମୁମ୍ବାଇ ଏକ୍ସପ୍ରେସ ଓ୍ବେର ଏହି ଦୁର୍ଘଟଣା ଘଟିଛି ।

ବଲିଉଡ଼ ଅଭିନେତ୍ରୀ ଶବାନା ଆଜମୀ ସଡ଼କ ଦୁର୍ଘଟଣାରେ ଆହତ; ମୁମ୍ବାଇ-ପୁନା ଏକ୍ସପ୍ରସ୍ ଓ୍ବେରେ ଘଟିଲା ଦୁର୍ଘଟଣା
ଦୁର୍ଘଟଣାରେ ଆହତ ହୋଇଥିବା ଶବାନା ଆଜମୀ
  • News18 Odia
  • Last Updated: January 18, 2020, 6:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଗୀତିକାର ଜାଭେଦ ଅଖତରଙ୍କ ସ୍ତ୍ରୀ ଅଭିନେତ୍ରୀ ଶବାନା ଆଜମୀ ଏକ ସଡ଼କ ଦୁର୍ଘଟଣାରେ ଭୟଙ୍କର ଭାବେ ଆହତ ହୋଇଛନ୍ତି । ଖାଲାପୁର ଟୋଲ ପ୍ଲାଜା ପାଖରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ ଓ୍ବେ ତାଙ୍କ କାର୍ ଏକ ଟ୍ରକ୍ ସହ ବାଡ଼େଇ ହୋଇଯାଇଥିଲା । ଦୁର୍ଘଟଣା ପରେ ଶବାନା ଆଜମୀଙ୍କୁ ତୁରନ୍ତ ନିକଟସ୍ଥ ଏମଜୀଏମ ହସ୍ପିଟାଲ ପନବେଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଯେତେବେଳେ ଦୁର୍ଘଟଣା ଘଟିଲା ସେହି ସମୟରେ କାରରେ ଶବାନା ଏବଂ ସ୍ବାମୀ ଜାଭେଦ ମଧ୍ୟ ବସିଥିଲେ । ମାତ୍ର ତାଙ୍କୁ କୌଣସି ଆଘାତ ଲାଗିନଥିବା ଜଣାପଡ଼ିଛି ।

ଦୁର୍ଘଟଣା ପରେ ଖବର ସରବରାହ ସଂସ୍ଥା ଏଏନ୍ଆଇ ପକ୍ଷରୁ କରାଯାଇଥିବା ଟୁଇଟ୍


ନିକଟରେ ଶବାନାଙ୍କ ସ୍ବାମୀ ଜାଭେଦ ଅଖତର ୧୭ ଜାନୁଆରୀରେ ନିଜର ୭୫ତମ ଜନ୍ମଦିନ ପାଳନ କରିଥିଲେ । ନିଜର ଜନ୍ମଦିନକୁ ବହୁତ ସ୍ପେଶାଲ ଭାବେ ପାଳନ କରି ଏକ ପାର୍ଟି ମଧ୍ୟ ଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ଟ୍ରକରେ ପ୍ରଥମେ କାର ଯାଇ ବାଡେଇ ହୋଇଥିଲା । ତେବେ କାରର ଡ୍ରାଇଭର ମଧ୍ୟ ଏହି ଦୁର୍ଘଟଣାରେ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସେଠାରୁ ଆସିଥିବା କେତେକ ଫଟୋ ଦେଖି ଜଣାପଡ଼ୁଛି କି ଦୁର୍ଘଟଣା କେତେ ଭୟଙ୍କର ଥିଲା । ଘଟଣା ସମ୍ବନ୍ଧରେ ରାୟଗଡ଼ ପୋଲିସ ଅଧୀକ୍ଷକ ଅନିଲ ପାରସକର କହିଛନ୍ତି କି ‘ ଦୁର୍ଘଟଣା ମୁମ୍ବାଇଠାରୁ ୬୦ କିମି ଦୂର ଖାଲାପୁର ନିକଟରେ ଅପରାହ୍ନ ସାଢ଼େ ୩ଟା ବେଳେ ହୋଇଛି । ଶବାନା ଆଜମୀ ଯେଉଁ କାରରେ ଯାତ୍ରା କରୁଥିଲେ ସେହି ଗାଡ଼ିଟି ଟ୍ରକ୍ ସହ ଧକ୍କା ହୋଇଯାଇଥିଲା । ତାଙ୍କୁ ତୁରନ୍ତି ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

 

 
First published: January 18, 2020, 6:02 PM IST