ଫିଲ୍ମ ‘ମିମି’ ପାଇଁ କ୍ରିତି ସାନନ ନିଜ ଓଜନ ୧୫ କିଲୋ ବଢ଼ାଉଛନ୍ତି । ଜାଣନ୍ତୁ ସେ କ’ଣ କରୁଛନ୍ତି

ଅଭିନେତ୍ରୀ କ୍ରିତି ସାନନ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କ ସକାଳ ଜଳଖିଆରେ ରହିଛି ପୁରୀ, ହାଲୱା ଓ ଦେଶୀ ଚ଼ଣା । ‘ମିମି’ ଜୁଲାଇ ମାସ ରିଲିଜ୍ ହେବାକୁ ଯାଉଛି ।

ଫିଲ୍ମ ‘ମିମି’ ପାଇଁ କ୍ରିତି ସାନନ ନିଜ ଓଜନ ୧୫ କିଲୋ ବଢ଼ାଉଛନ୍ତି । ଜାଣନ୍ତୁ ସେ କ’ଣ କରୁଛନ୍ତି
କ୍ରିତି ସାନନ
  • News18 Odia
  • Last Updated: February 3, 2020, 6:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ନିଜର ଆଗାମୀ ଫିଲ୍ମ ‘ମିମି’ ପାଇଁ ଅଭିନେତ୍ରୀ କ୍ରିତି ସାନନ ୧୫ କିଲୋ ଓଜନ ବଢାଇବା ପାଇଁ ଚ଼େଷ୍ଟା କରୁଛନ୍ତି କାରଣ ଲକ୍ଷ୍ମଣ ଉତେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ତାଙ୍କର ଭୂମିକା ପାଇଁ ସେ ୭୦ କିଲୋ ଓଜନର ହେବା ଆବଶ୍ୟକ ।

ଦିନେଶ ବିଜାନଙ୍କ ଦ୍ବାରା ପ୍ରଯୋଜିତ ଏହି ଫିଲ୍ମ ସମୃଦ୍ଧି ପୋରେଙ୍କ ଦ୍ୱାରା ନିର୍ଦେଶିତ ମରାଠୀ ଫିଚର ଫିଲ୍ମ ‘ମାଲା ଆଇ ଭାୟଚ୍ୟା’ ଉପରେ ଆଧାରିତ, ଯାହା ୨୦୧୧ରେ ମରାଠୀ ଭାଷାରେ ନିର୍ମିତ ସର୍ବଶ୍ରେଷ୍ଠ ରାଷ୍ଟ୍ରୀୟ ଫିଲ୍ମର ପୁରସ୍କାର ପାଇଥିଲା ।

ବର୍ତ୍ତମାନ କ୍ରିତି ସାନନ୍‌ ଏହି ଫିଲ୍ମ ପାଇଁ ନିଜ ଓଜନ ବଢ଼େଇ ଚ଼ାଲିଛନ୍ତି । ଏ ନେଇ ସେ ନିଜ ସକାଳ ଜଳଖିଆର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ରହିଛି ପୁରୀ, ହାଲୱା ଓ ଦେଶୀ ଚ଼ଣା । ସେ କହିଛନ୍ତି ଯେ ଏବେ ଠାରୁ ତାଙ୍କର ଓଜନ ବଢାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଏହା ପୂର୍ବରୁ କ୍ରିତି ସମ୍ବାଦ ଆଜେନ୍ସି ପି.ଟି.ଆଇ.କୁ ଏକ ସାକ୍ଷାତକାରରେ କହିଥିଲେ ଯେ ‘ମିମି’ ଫିଲ୍ମ ତାଙ୍କ ହୃଦୟର ଖୁବ୍‌ ନିକଟବର୍ତ୍ତୀ ଓ ସେ ଏହି ଭୂମିକା ପାଇଁ ଓଜନ ବଢାଇବା ସହିତ ନିଜର ସର୍ବଶ୍ରେଷ୍ଠ ଦେବାକୁ ଚାହୁଁଛନ୍ତି ।

‘‘ମୋ’ ପାଇଁ ନିଜ ଓଜନ ବଢେଇବା ପ୍ରକୃତରେ ଏକ ଚ୍ୟାଲେଞ୍ଜ, କାରଣ ଏ ସବୁ ମୋ’ ଶରୀର ପାଇଁ ନୂଆ । ମୋତେ ଏକ ପ୍ରକାର ମୋ’ ହଜମ ପ୍ରକ୍ରିୟା ସହ ଲଢ଼ିବାକୁ ପଡ଼ୁଛି । ତା’ ସହ କମ୍ ସମୟରେ ବେଶୀ ଓଜନ ବଢାଇବା ପାଇଁ କ୍ୟାଲୋରୀ ଯୁକ୍ତ ଖାଦ୍ୟ ବି ସେବନ କରିବାକୁ ପଡ଼ୁଛି,’’ ସେ କହିଥିଲେ ।

କ୍ରିତିଙ୍କ ସକାଳ ଜଳଖିଆ


‘‘କିନ୍ତୁ ମୁଁ ଏହି ପରିବର୍ତ୍ତନ ଦେଖି ପାଇଁ ବହୁତ ଉତ୍ସାହିତ ଅଛି । ଏଇ ଭୂମିକା ମୋ’ ହୃଦୟର ନିକଟବର୍ତ୍ତୀ ହୋଇଥବାରୁ ମୁଁ ଏଥି ପାଇଁ ମୋ’ର ସବୁ କିଛି ଦେବା ପାଇଁ ଚାହୁଁଛି । ତା’ର ଅର୍ଥ ଯେ ଏହି ଫିଲ୍ମ ବ୍ୟତୀତ ମୁଁ ଅନ୍ୟ କୌଣସି କାମ କରିପାରିବି ନାହିଁ,’’ କ୍ରିତି ଏକ ବିବୃତିରେ କହିଥିଲେ ।

ଏହି ଫିଲ୍ମରେ ଅଭିନେତା ସାଇ ତମହାଙ୍କର ଓ ପଙ୍କଜ ତ୍ରିପାଠୀ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି । ଫିଲ୍ମଟି ଜୁଲାଇରେ ରିଲିଜ ହେବାକୁ ଯାଉଛି ।

‘ମିମି’ ବ୍ୟତୀତ କ୍ରିତୀ ଫରହାଦ ସାମଜୀଙ୍କ ‘ବଚ୍ଚନ ପାଣ୍ଡେ’ ଫିଲ୍ମରେ ଦେଖା ଦେବେ ଯେଉଁଥିରେ ‘ହାଉସଫୁଲ-୪’ର ସହ-କଳାକାର ଅକ୍ଷୟ କୁମାର ମଧ୍ୟ ଅଛନ୍ତି । ଏହି ଫିଲ୍ମଟି ୨୦୧୪ରେ ରିଲିଜ ହୋଇଥିବା ତାମିଲ ଫିଲ୍ମ ‘ବୀରାମ’ର ରିମେକ ବୋଲି କୁହାଯାଉଛି, ଯେଉଁଥିରେ ଅଜିତ କୁମାର ଓ ତମନ୍ନା ଅଭିନୟ କରିଥିଲେ ।
First published: February 3, 2020, 6:59 PM IST
corona virus btn
corona virus btn
Loading