News18 Odia Digital
#ମୁମ୍ବାଇ: ଏବେ ସାରା ଦେଶ ଲକଡାଉନରେ ଅଛି । ଦୋକାନ ବଜାର ଓ ସପିଂ ମଲ୍ ସବୁ ବନ୍ଦ ଅଛି ଓ ରାସ୍ତାରେ ଯାନବାହାନ ଚଳାଚଳ ବହୁତ କମ୍ ହେଉଛି । ସିନେମାର ସୁଟିଂ ବି ବନ୍ଦ ରହିଛି । ଏପରି ପରିସ୍ଥିତିରେ ସେଲିବ୍ରିଟିମାନେ ନିଜ ଘରେ ବସି ନିଜ ନିଜର ପସନ୍ଦର କାର୍ଯ୍ୟରେ ବୁଡି ରହିଛନ୍ତି । କେହି ରୋଷେଇ କରୁଛନ୍ତି ତ କେହି ଘର ସଫା କରୁଛନ୍ତି, ଆଉ କେହି ଘର ସଜାଉଛନ୍ତି । ଆଉ କେହି ଗୀତ ଗାଉଛନ୍ତି ଓ କେହି ନାଚୁଛନ୍ତି । ଆଉ କେହି ସ୍ମୃତିର ପୃଷ୍ଠା ଖୋଲି ଦେଖୁଛନ୍ତି ଓ ସେଥିରେ ବୁଡ଼ି ରହୁଛନ୍ତି । କେତେବେଳେ ପିଲାଦିନର ଫଟୋ, କେବେ ପୁରୁଣା ଭ୍ରମଣ ଫଟୋ, କେବେ ସ୍କୁଲ ଫଟୋ, କେବେ ବିବାହ ଫଟୋ, ଓ କେବେ ଫଟୋସୁଟ୍ ।
ସେଲେବ୍ ଫ୍ୟାଶନ୍ ଫଟୋଗ୍ରାଫର ଦବୁ ରତ୍ନାନି (Dabbu Ratnani) ଏପରି ଏକ ପୁରୁଣା ଫଟୋସୁଟରୁ ଏକ ଫଟୋ ସେୟାର କରିଛନ୍ତି । ଫଟୋଟି କଙ୍ଗନା ରାଣାୱତଙ୍କର (Kangana Ranawat)। ବ୍ଲାକ୍ ଓ ହ୍ୱାଇଟ୍ ଫ୍ରେମ୍, କଙ୍ଗନାଙ୍କ ବୋଲ୍ଡ ପୋଷାକ ଓ ମ୍ୟାଚିଂ ଆଟିଚ୍ୟୁଡ୍... ସବୁ ମିଶି ପୂରା ଗରମ ।
ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମFirst published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।