ମୀରାବାଇ ଚାନୁଙ୍କ ଠାରୁ ପ୍ରେରଣା ପାଇ ଆଶ୍ଚର୍ଯ୍ୟଜନକ କାମ କଲେ ଟାଇଗର ଶ୍ରଫ୍; ଭାଇରାଲ ହେଉଛି ତାଙ୍କ ଭିଡିଓ

ସବୁବେଳେ ନିଜ ଆକ୍ସନ ଷ୍ଟଣ୍ଟକୁ ନେଇ ଚର୍ଚ୍ଚାରେ ରହୁଥିବା ଟାଇଗର ଶ୍ରଫ୍ ଏଥର ନୂଆ ଆକ୍ସନ ଷ୍ଟଣ୍ଟ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହା ସହ ସେ ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ହାସଲ କରିଥିବା ମୀରାବାଇ ଚାନୁଙ୍କୁ ଜଣାଇଛନ୍ତି ଧନ୍ୟବାଦ ।

ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଟାଇଗର ଶ୍ରଫ୍

ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଟାଇଗର ଶ୍ରଫ୍

  • Share this:
News18 Odia Digital

ମୁମ୍ବାଇ: ଟୋକିଓ ଅଲମ୍ପିକ୍ସ ୨୦୨୦ରେ ଦେଶ ପାଇଁ ପ୍ରଥମ ପଦକ ହାସଲ କରି ଭାରତର ମହିଳା ଭାରୋତ୍ତୋଳନକାରୀ ମୀରବାଇ ଚାନୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । କେବଳ ସାଧାରଣ ଲୋକଙ୍କ ପାଇଁ ସେ ପ୍ରେରଣା ସାଜି ନାହାଁନ୍ତି ବରଂ ସେଲିବ୍ରିଟିଙ୍କୁ ମଧ୍ୟ ଯୋଗାଉଛନ୍ତି ପ୍ରେରଣା । ଏହି କ୍ରମରେ ସାମିଲ ଅଛନ୍ତି ବଲିଉଡର ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫ୍।

ମୀରାବାଇ ଚାନୁଙ୍କ ଠାରୁ ପ୍ରେରଣା ପାଇ ଟାଇଗର କିଛି ଭିନ୍ନ କରିବାକୁ ଚେଷ୍ଟା କରିଛନ୍ତି । ସେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଶେୟାର କିରଛନ୍ତି, ଯାହାକୁ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିବା ଭିଡିଓରେ ଟାଇଗର ୧୪୦ କେ.ଜି ଓଜନ ଧରି ସିଟ-ଅପ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ‘‘ମୁଁ ୧୪୦ କେ.ଜି ଉଠାଇଲି। ମୀରାବାଇ ଚାନୁ ମତେ ଶକ୍ତିଶାଳୀ ହେବାକୁ ପ୍ରେରଣା ଯୋଗାଇଥିବାରୁ ମୋ ଧନ୍ୟବାଦ ଜଣାଉଛି । ଟୋକିଓ ଅଲମ୍ପିକ୍ସରେ ସେ ବାସ୍ତାବରେ ଭଲ ପ୍ରଦର୍ଶନ କରିଥିଲେ। ଗୋ-ଗୋ ଟିମ୍ ଇଣ୍ଡିଆ ।’’




ଟୋକିଓ ଅଲମ୍ପିକରେ ମୀରାବାଇ ଚାନୁ ୮୭ କିଲୋଗ୍ରାମ ଓ ୧୧୫ କିଲୋଗ୍ରାମ କ୍ଲିନ୍ ଓ ଜର୍କରେ ସଫଳତା ସହ ଉଠାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏହି ପରି ଭାବରେ, ମୀରାବଇ ମୋଟ୍ ୨୦୨ କିଲୋଗ୍ରାମ ଓଜନ ଉଠାଇ ରୌପ୍ୟ ପଦକ ଜିତିଛନ୍ତି, ଯାହା ଭାରତ ପାଇଁ ଗୌରବର କଥା ।

ଯଦି ଟାଇଗରଙ୍କ ବିଷୟରେ କଥା ହେବା ତାହାଲେ ସେ ଖୁବ ଶୀଘ୍ର ବହୁ ପ୍ରତିକ୍ଷିତ ଫିଲ୍ମ ‘ହେରୋପନ୍ତୀ ୨’ରେ ନଜର ଆସିବାକୁ ଯାଉଛନ୍ତି । ଏହା ତାଙ୍କ ଡେବ୍ୟୁ ଫିଲ୍ମ ‘ହିରୋପନ୍ତୀ’ର ସିକ୍ବେଲ ଫିଲ୍ମ । ଟାଇଗରଙ୍କ ବ୍ୟତୀତ ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତା ନବାଜୁଦ୍ଦିନୀ ସିଦ୍ଦିକି ନଜର ଆସିବେ । ସେ ଫିଲ୍ମରେ ଜଣେ ଭିଲେନ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଯୋଡି ପୂର୍ବରୁ ‘ମୁନ୍ନା ମାଇକେଲ’ରେ ଏକାଠି କାମ କରିସାରିଛନ୍ତି ।
Published by:Lipina Das
First published: