ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସ୍ତ୍ରୀ ମାନ୍ୟତାଙ୍କ ଜନ୍ମ ଦିନରେ ରୋମାଣ୍ଟିକ୍ ଭିଡିଓ ପୋଷ୍ଟ କରି ଶୁଭେଚ୍ଛା ଜଣାଇଲେ ସଞ୍ଜୟ ଦତ୍ତ

ସ୍ତ୍ରୀ ମାନ୍ୟତାଙ୍କ ଜନ୍ମ ଦିନରେ ରୋମାଣ୍ଟିକ୍ ଭିଡିଓ ପୋଷ୍ଟ କରି ଶୁଭେଚ୍ଛା ଜଣାଇଲେ ସଞ୍ଜୟ ଦତ୍ତ

ସଞ୍ଜୟ ଦତ୍ତ (Sanjay Dutt) ପତ୍ନୀ ମାନ୍ୟତାଙ୍କ ପାଇଁ ଲେଖିଛନ୍ତି, ‘‘ତୁମେ ଆମ ପରିବାରର ମେରୁଦଣ୍ଡ ଓ ମୋ’ ଜୀବନର ଆଲୋକ । ତୁମେ ମୋ ପାଇଁ କ’ଣ ତାହା ମୁଁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ । ହେଲେ ତୁମେ ମୋ’ ମନ କଥା ଜାଣିଛ।’’

ସ୍ତ୍ରୀ ମାନ୍ୟତାଙ୍କ ଜନ୍ମ ଦିନରେ ରୋମାଣ୍ଟିକ୍ ଭିଡିଓ ପୋଷ୍ଟ କରି ଶୁଭେଚ୍ଛା ଜଣାଇଲେ ସଞ୍ଜୟ ଦତ୍ତ
ପତ୍ନୀ ମାନ୍ୟତାଙ୍କୁ ସ୍ପେଶାଲ ଅନ୍ଦାଜରେ ବର୍ଥ ୱିଶ୍ କଲେ ସଞ୍ଜୟ ଦତ୍ତ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର ସଞ୍ଜୁ ବାବା ତଥା ସଞ୍ଜୟ ଦତ୍ତ (Sanjay Dutt)ଙ୍କ ପତ୍ନୀ ମାନ୍ୟତା ଦତ୍ତ (Maanayata Dutt)ଙ୍କ ଆଜି ହେଉଛି ୪୩ତମ ଜନ୍ମ ଦିନ । ସୋସିଆଲ ମିଡ଼ିଆରେ ତାଙ୍କ ପାଇଁ ଛୁଟୁଛି ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ  । ହେଲେ ପତ୍ନୀଙ୍କ ବର୍ଥଡେ ସ୍ପେଶାଲ କରିବା ପାଇଁ ସୋସିଆଲ ମିଡ଼ିଆରେ ସ୍ପେଶାଲ ପୋଷ୍ଟ ଶେୟାର କରି ଚର୍ଚ୍ଚାରେ ସଞ୍ଜୟ ।

ସେ ନିଜ ଇନଷ୍ଟାଗ୍ରାମରେ ପତ୍ନୀଙ୍କ ସହ ଏକ ରୋମାଣ୍ଟିକ୍ ଭିଡିଓ ଶୋୟାର କରି ଲେଖିଛନ୍ତି, ‘‘ତୁମେ ଆମ ପରିବାରର ମେରୁଦଣ୍ଡ ଓ ମୋ ଜୀବନର ଆଲୋକ  । ତୁମେ ମୋ ପାଇଁ କ’ଣ ତାହା ମୁଁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ । ହେଲେ ତୁମେ ମୋ’ ମନ କଥା ଜାଣିଛ । ମତେ ସବୁବେଳେ ସମର୍ଥନ କରିଥିବାରୁ ଓ ମୋ’ ସାଥିରେ ଠିଆ ହୋଇଥିବାରୁ ଧନ୍ୟବାଦ । ଜନ୍ମ ଦିନର ଅଭିନନ୍ଦନ ।’’

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଥିବା ସଞ୍ଜୟଙ୍କ ଏହି ଭିଡିଓର ବ୍ୟାକଗ୍ରାଉଣ୍ଡରେ ତାଙ୍କ ଅଭିନୀତ ଫିଲ୍ମ ‘ବାସ୍ତବ’ (Vastav)ର ଗୀତ ‘ମେରି ଦୁନିଆ ହେଁ ତୁଝମେ କହିଁ’ ଶୁଣିବାକୁ ମିଳୁଛି  ।








View this post on Instagram






A post shared by Sanjay Dutt (@duttsanjay)






ସଞ୍ଜୟ ସବୁ ବର୍ଷ ମାନ୍ୟତାଙ୍କୁ ସୋସିଆଲ ମିଡ଼ିଆରେ ଜନ୍ମ ଦିନର ଶୁଭେଚ୍ଛା ଜଣାଆନ୍ତି  । ସଞ୍ଜୟଙ୍କୁ ବିବାହ କରିବା ପୂର୍ବରୁ ମାନ୍ୟତା ବଲିଉଡରେ ଆଉଟମ୍ ଗୀତରେ ଡ୍ୟାନ୍ସ କରୁଥିଲେ  । ବଲିଉଡରେ ସେ କ୍ୟାରିୟର ଆରମ୍ଭ କରିବା ସମୟରେ ସାରା ଖାନଙ୍କ ନାମରେ ଚର୍ଚ୍ଚିତ ଥିଲେ । ରିପୋର୍ଟ ଅନୁଯାୟୀ ସଞ୍ଜୟ ଓ ମାନ୍ୟତାଙ୍କୁ ଏକାଠି ସାକ୍ଷାତ କରାଇଥିଲେ ଫିଲ୍ମ ନିର୍ମାତା ନିତିନ ମନମୋହନ (Nitin Manmohan), ଯାହା ପରଠୁ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ  ।

ସଞ୍ଜୟଙ୍କୁ ଭେଟିବା ପରେ ମାନ୍ୟତା ତାଙ୍କ ପାଇଁ ସବୁ ଦିନ ହାତ ରନ୍ଧା ଖାଦ୍ୟ ସେଟକୁ ଆଣୁଥିଲେ । ୨୦୦୮ ଫେବୃଆରୀରେ ଦୁହେଁ ହିନ୍ଦୁ ବିଧିବିଧାନ ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଲେ ସଞ୍ଜୟଙ୍କ ପରିବାର ସଦସ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇନଥିଲେ  ।

ମାନ୍ୟତାଙ୍କ ପୂର୍ବରୁ ସଞ୍ଜୟ, ରିଚା ଶର୍ମାଙ୍କୁ ବିବାହ କରିଥିଲେ, ଯିଏ ବିବାହର ୨ ବର୍ଷ ପରେ ମସ୍ତିଷ୍କ ଟ୍ୟୁମରରେ ମତ୍ୟୁ ବରଣ କରିଥିଲେ । ସଞ୍ଜୟ ଓ ରିଚାଙ୍କ ଝିଅ ତ୍ରିଶଳା ଦତ୍ତ ନ୍ୟୁୟର୍କରେ ରୁହନ୍ତି ।
Published by: Lipina Das
First published: July 22, 2021, 2:55 PM IST