ନାଗରିକତା ସଂଶୋଧନ ଆଇନ ନେଇ କହିଲେ ଅଭିନେତା ନାସିରୁଦ୍ଦିନ ଶାହା: ଆଗକୁ ଦୀପିକାଙ୍କ ଭଳି ଝିଅଙ୍କ ସାମ୍ନା କରିବାକୁ ପଡ଼ିବ

‘‘ସାରା ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମ୍ପର୍କରେ କହିବା ସହ ହଠାତ ଯୁବକମାନେ ଜାଗ୍ରତ ହୋଇଛନ୍ତି । ସେମାନେ ଅନୁଭବ କରୁଛନ୍ତି ଯ, ସେମାନଙ୍କୁ ଦବା ଯାଉଛି‘‘।

ବଲିଉଡ଼ ଅଭିନେତା ନାସିରୁଦ୍ଦିନ ଶାହା

ବଲିଉଡ଼ ଅଭିନେତା ନାସିରୁଦ୍ଦିନ ଶାହା

  • Share this:
News18 Odia Digital

ମୁମ୍ବାଇ: ବଲିଉଡ଼ ଅଭିନେତା ନାସିରୁଦ୍ଦିନ ଶାହା ପୁଣିଥରେ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ‘‘ନାଗରିକତା ସଂଶୋଧନ ଆଇନକୁ ନେଇ ଚିନ୍ତିତ ନଥିବାବେଳେ କ୍ରୋଧିତ ଅଛି କାହିଁକି ନା ମୋ ପାଖରେ ଅନ୍ୟ ଭାରତୀୟ ଭଳି ଜନ୍ମ ପ୍ରମାଣପତ୍ର ଦେଇପାରିବିନି। ଦୀର୍ଘ ୭୦ ବର୍ଷ ଧରି ଏଠାରେ ରହିବା ଏଠାକାର ନାଗରିକ ଲାଗି କଣ ପର୍ଯ୍ୟାପ୍ତ ନୁହେଁ ।

‘‘ଜଣେ ମୁସଲିମ ଭାବେ ନୁହେଁ ଜଣେ ନାଗରିକ ଭାବେ କହୁଛି ଯେ, ଦେଶର ସାମାଜିକ ଏବଂ ଶୈକ୍ଷିକ କ୍ଷେତ୍ରରେ ଯୋଗଦାନ ଦେଇଛି ଏବଂ ମୋ ପରିବାର ୫ପିଢ଼ି ଏଠାରେ ମରିଛନ୍ତି‘‘ ବୋଲି ହିନ୍ଦୀ ସିନେମାର ଅନ୍ୟତମ ଜଣାସୁଣା ନାମ ନାସିରୁଦ୍ଦି ଶାହା କହିଛନ୍ତି । ନାସିରୁଦ୍ଦିନ ଶାହା ଫିଲ୍ମ  ଇଣ୍ଡଷ୍ଟ୍ରୀର କେତେଜଣ ଜଣାସୁଣା ଚେହେରା ଅନୁରାଗ କଶ୍ୟପ, ବିଶାଲ ଭରଦ୍ବାଜ, ରିଚା ଚଢା ମଧ୍ୟ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି ।

ମୋ ପାଖରେ ଜନ୍ମ ପ୍ରମାଣପତ୍ର ନାହିଁ କିମ୍ବା ମୁଁ ଏହାକୁ ଉତ୍ପାଦନ କରିପାରିବି ନାହିଁ ଏହାର ଅର୍ଥ ଆମକୁ ବାହାରକୁ ବାହାରିବାକୁ ପଡ଼ିବ । ମୋତେ ଏପରି କୌଣସି ଆଶ୍ବାସନାର ଆବଶ୍ୟକତା ନାହିଁ ଯେଉଁଥିରେ ମୁସଲମାନମାନଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି । ଯଦି ୭୦ ବର୍ଷ ଧରି ରହିବା ପରେ ବି ମୁଁ ଭାରତୀୟ ବୋଲି ପ୍ରମାଣ ମଗାଯାଉଛି ତାହାଲେ ମୁଁ ଜାଣିପାରୁନି ମୁଁ କଣ କରୁଛି । ମୁଁ ଡରୁନି କି ମୁଁ ଚିନ୍ତା କରୁନି ମୁଁ ଦୁଃଖିତ ଅଛି ଯେ, ଏପରି ଏକ ଆଇନକୁ ଆମ ଉପରେ ଲଦା ଯାଉଛି ।

ଦେଶସାରା ଚାଲୁଥିବା ବିରୋଧ ପ୍ରଦର୍ଶନ କଥା ଉଦାହରଣ ଦେଇ କହିଥିଲେ ଯେ, ଯୁବକମାନଙ୍କ ଭିତରେ ଏକ ଜାଗରଣ ଆସିଛି ସେମାନେ ବୁଝିପାରିଛନ୍ତି ଯେ, ସେମାନଙ୍କ ଦବା ଯାଉଛି ବୋଲି । ସିଏଏ ୩୧ ଡିସେମ୍ବର ୨୦୧୪ରେ ୩ ପଡୋଶୀ ଦେଶରୁ ଆସିଥିବା ମୁସଲିମ ମାନଙ୍କୁ ଛାଡ଼ି ଅନ୍ୟମାନଙ୍କୁ ନାଗରିକତା ପ୍ରଦାନ କରୁଛି ଏହା ପରେ ବି ସରକାର କହୁଛନ୍ତି ଏହି ଆଇନ ମୁସଲିମ ମାନଙ୍କୁ କ୍ଷତି ପହଞ୍ଚାଉନି । ଜଣେ ମୁସଲିମ ଭାବେ ନୁହେଁ ମୁଁ କେବେବି ନିଜପାଇଁ ଚିନ୍ତା କରିନି କି ଏହାକୁ କୌଣସି ପରିସ୍ଥିତିରେ ଏହାକୁ ବାଧା ବୋଲି ଭାବିନି ।
Published by:Durgamadhab Rath
First published: