‘ସୁରମା ଭୋପାଳୀ’ ଜଗଦୀପ ଆଉ ନାହାନ୍ତି; ୮୧ ବର୍ଷ ବୟସରେ ଦୁନିଆ ଛାଡ଼ିଲେ ହାସ୍ୟ ଅଭିନେତା

ଲୋକପ୍ରିୟ ହାସ୍ୟ ଅଭିନେତା ଜଗଦୀପଙ୍କର ନିଜ ବାସଭବନରେ ପରଲୋକ ଘଟିଛି । ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସେ ‘ଶୋଲେ’ ଫିଲ୍ମରେ ‘ସୁରମା ଭୋପାଳୀ’ ଚରିତ୍ରରେ ଅଭିନୟ କରି ଲୋକଙ୍କ ହୃଦୟରେ ଗଭୀର ଛାପ ଛାଡ଼ିଥିଲେ ।

‘ସୁରମା ଭୋପାଳୀ’ ଜଗଦୀପ ଆଉ ନାହାନ୍ତି; ୮୧ ବର୍ଷ ବୟସରେ ଦୁନିଆ ଛାଡ଼ିଲେ ହାସ୍ୟ ଅଭିନେତା
ଫିଲ୍ମ ‘ଶୋଲେ’ରେ ସୁରମା ଭୋପାଲୀ ଭୁମିକାରେ ଜଗଦୀପ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ଜଗଦୀପ (Jagdeep) ଦୁନିଆକୁ ବିଦାୟ ଦେଇଛନ୍ତି । ସେ ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ପୂରା ନାଁ ଥିଲା ସୟଦ ଇଶ୍ତିଆକ୍ ଅହମ୍ମଦ ଜାଫ୍ରି (Syed Ishtiaq Ahmed Jafri)। ତାଙ୍କର ଦୁଇ ପୁଅ ଅଛନ୍ତି – ଜାଭେଦ୍ ଜାଫ୍ରି ଓ ନାଭେଦ୍ । ଫିଲ୍ମ ଶୋଲେରେ (Sholay) ଜଗଦୀପଙ୍କ ‘ସୁରମା ଭୋପାଳୀ’ ଚରିତ୍ରକୁ କେହି ଭୁଲି ପାରିବେ ନାହିଁ । ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଜଗଦୀପଙ୍କ ମୃତ୍ୟୁ ଖବରରେ ବଲିଉଡରେ ଶୋକର ଲହରୀ ଖେଳିଯାଇଛି ।

ଗତ କିଛି ଦିନ ଧରି ବଲିଉଡ ପାଇଁ ଗୋଟିଏ ପରେ ଗୋଟିଏ ଦୁଃଖଦ ସମ୍ବାଦ ଆସିଛି । ଗତ କିଛି ମାସ ମଧ୍ୟରେ ବଲିଉଡ ଇରଫାନ ଖାନ, ଋଷି କପୁର, ସରୋଜ ଖାନ ଓ ସୁଶାନ୍ତ ସିଂ ରାଜପୁତଙ୍କ ଭଳି ତାରକା ହରାଇଛି ।

ପ୍ରସିଦ୍ଧ କମେଡି ଅଭିନେତା ଜଗଦୀପଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ଅଭିନେତା ଅଜୟ ଦେବଗନ (Ajay Devgan) ଟ୍ୱିଟ କରି କହିଛନ୍ତି: ‘‘ତାଙ୍କୁ ପରଦାରେ ଦେଖି ସବୁ ବେଳେ ମଜା ଲାଗୁଥିଲା। ସେ ଦର୍ଶକଙ୍କ ପାଇଁ ଖୁସି ଆଣିଥିଲେ । ଜାଭେଦ୍ ଓ ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ଜଗଦୀପ ସାହେବଙ୍କ ଆତ୍ମା ​​ପାଇଁ ପ୍ରାର୍ଥନା ।’’



ଫିଲ୍ମ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଟୁଇଟ୍ କରି କହିଛନ୍ତି, ‘‘ସାତ ଦଶନ୍ଧି ଧରି ଆମ ସମସ୍ତଙ୍କର ମନୋରଞ୍ଜନ କରିବା ପରେ ଜଗଦୀପ ସାହେବଙ୍କର ଦେହାନ୍ତ ହୋଇଛି । ଏହା ଅତ୍ୟନ୍ତ ଦୁଃଖଦାୟକ । ଜାଭେଦ୍, ନାଭେଦ୍ ଓ ସମଗ୍ର ଜାଫ୍ରି ପରିବାର ସହ ମୋ’ର ସମବେଦନା ରହିଛି।’’

ଚଳଚ୍ଚିତ୍ର ଅଭିନେତା ଅନୁପମ ଖେର ଓ ମଧ୍ୟ ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବି ଜଗଦୀପଙ୍କୁ ମନେ ପକାଇଛନ୍ତି ।





ଜଗଦୀପଙ୍କ ଚଳଚ୍ଚିତ୍ର ଯାତ୍ରା

ଜଗଦୀପ ୧୯୫୧ ମସିହାରେ ବି.ଆର ଚୋପ୍ରାଙ୍କ ଫିଲ୍ମ ‘ଅଫସାନା’ରୁ ନିଜ ଚଳଚ୍ଚିତ୍ର କରିୟର ଆରମ୍ଭ କରିଥିଲେ । ସେ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଜଣାଶୁଣା ହାସ୍ୟ ଅଭିନେତା ଜଗଦୀପଙ୍କୁ ଶେଷ ଥର ପାଇଁ ୨୦୧୨ର ଚଳଚ୍ଚିତ୍ର ‘ଗଲି ଗଲି ଚୋର ହୈ’ରେ ଦେଖିବାକୁ ମିଳିଥିଲା । ‘ଶୋଲେ’ ଫିଲ୍ମ ବ୍ୟତୀତ ସେ ‘ଖୁନି ପଞ୍ଜା’, ‘ହମ୍ ପଞ୍ଛୀ ଏକ ଡାଲ୍ କେ’, ‘ଅନ୍ଦାଜ୍ ଅପନା ଅପନା’, ‘ଦୋ ବୀଘା ଜମିନ୍’, ‘ଆର୍‌ ପାର୍’, ‘ଫୁଲ ଔର କାଣ୍ଟେ’, ‘କୁର୍ବାନୀ’, ‘ପୁରାନା ମନ୍ଦିର’ ଓ ‘କାଲୀ ଘଟା’ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ ।

ଏହା ବି ପଢ଼ନ୍ତୁ: ଜୁଲାଇ ୩୧ ସୁଦ୍ଧା ଝିଅ ନାଁରେ ଖାତା ଖୋଲନ୍ତୁ; ସେ ୨୧ ବର୍ଷର ହେଲେ ୬୪ ଲକ୍ଷ ଟଙ୍କା ଆକାଉଣ୍ଟରେ ଥିବ
Published by: Anand Shankar Thankur Das
First published: July 9, 2020, 1:45 AM IST
corona virus btn
corona virus btn
Loading