ବଲିଉଡ଼ ଅଭିନେତା ଅସୀଫ ବସ୍ରା ଧର୍ମଶାଳାରେ ଆତ୍ମହତ୍ୟା କଲେ; ପୋଷା କୁକୁର ଦଉଡିରେ ଫାଶୀ ଲଗାଇଲେ

Bollywood Actor Asif basra Suicide Case: କୁହାଯାଉଛି ଯେ ଅଭିନେତା ଅସୀଫ ବସ୍ରା ଗତ ପାଞ୍ଚ ବର୍ଷ ଧରି ମ୍ୟାକ୍ଲେଡଗଞ୍ଜର ଏକ ଭଡା ଘରେ ରହୁଥିଲେ । ତାଙ୍କ ସହିତ ଜଣେ ବିଦେଶୀ ଗର୍ଲଫ୍ରେଣ୍ଡ ମଧ୍ୟ ଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ବଲିଉଡ଼ ଅଭିନେତା ଅସୀଫ ବସ୍ରା ଧର୍ମଶାଳାରେ ଆତ୍ମହତ୍ୟା କଲେ; ପୋଷା କୁକୁର ଦଉଡିରେ ଫାଶୀ ଲଗାଇଲେ
ବଲିଉଡ଼ ଅଭିନେତା ଅସୀଫ ବସ୍ରା ଧର୍ମଶାଳାରେ କଲେ ଆତ୍ମହତ୍ୟା
  • News18 Odia
  • Last Updated: November 12, 2020, 4:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଧର୍ମଶାଳା: ବଲିଉଡ଼ ଅଭିନେତା ଆସିଫ ବସ୍ରା (Asif Basra) ଆତ୍ମହତ୍ୟା କରିଦେଇଛନ୍ତି । ଗୁରୁବାର ଦିନ ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାର ଧର୍ମଶାଳାରେ (Dharamshala) ବସ୍ରା ମ୍ୟାକ୍ଲେଡଗଞ୍ଜର ଜୋଗିବାଡା ରୋଡରେ ଅବସ୍ଥିତ ଏକ କାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି । ଅଭିନେତା କଣ ପାଇଁ ଆତ୍ମହତ୍ୟା କରିଛନ୍ତି ଏହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । କାଙ୍ଗ୍ରାର ଏସପି (Kangra SP) ଏହି ମାମଲାକୁ ନିଶ୍ଚିତ କରିଛନ୍ତି ।

ଲିଜରେ ନେଇଥିଲେ ଜମି
ଘଟଣା ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କୁହାଯାଉଛି ଯେ ଅଭିନେତା ଅସୀଫ ବସ୍ରା ଗତ ପାଞ୍ଚ ବର୍ଷ ଧରି ମ୍ୟାକ୍ଲେଡଗଞ୍ଜର ଏକ ଭଡା ଘରେ ରହୁଥିଲେ । ତାଙ୍କ ସହିତ ଜଣେ ବିଦେଶୀ ଗର୍ଲଫ୍ରେଣ୍ଡ ମଧ୍ୟ ଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

କିପରି ଲଗାଇଲେ ଫାଶୀ
କୁହାଯାଉଛି ଯେ ଆସିଫ୍ ବସ୍ରା ବ୍ରିଟେନର ଜଣେ ମହିଳାଙ୍କ ସହ ଲାଇଭ୍ ଇନରେ ମ୍ୟାକ୍ଲେଡଗଞ୍ଜରେ ରହୁଥିଲେ । ଗୁରୁବାର ଅପରାହ୍ନରେ ସେ ନିଜ ପୋଷା କୁକୁରକୁ ବିଲେଇବାକୁ ବାହାରିଥିଲେ । ଏହା ପରେ ଘରକୁ ଫେରିବା ପରେ ସେ ପୋଷା କୁକୁରର ଦଉଡିରେ ଫାଶୀ ଦେଇଦେଇଥିଲେ । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ ସେ ଡିପ୍ରେସନର ଶିକାର ହୋଇଥିଲେ । ଏହି ମାମଲାକୁ ନିଶ୍ଚିତ କରି କାଙ୍ଗ୍ରାର ଏସପି ଭୀମକତ ରଂଜନ କହିଛନ୍ତି ଯେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଆସିଫ ବସ୍ରା ଆତ୍ମହତ୍ୟା କରିଛନ୍ତି ।

ଆସିଫ୍ ବସ୍ରା କିଏ?
ଆସିଫ ବସ୍ରା ଜଣେ ପ୍ରସିଦ୍ଧ ଟିଭି ଅଭିନେତା । ଅନେକ ବଲିଉଡ ଫିଲ୍ମ 'ପରଜାନିଆ' ବ୍ଲାକ୍ 'ଫ୍ରାଇଡେ' ବ୍ୟତୀତ ସେ ହଲିଉଡ ମୁଭି ଆଉଟସୋର୍ସରେ ମଧ୍ୟ ନଜର ଆସିଥିଲେ । ଏହା ବ୍ୟତୀତ ବସ୍ରା ହିମାଚାଳୀ ସାଞ୍ଜ ଫିଲ୍ମରେ ନିଜ ଭୂମିକା ପାଇଁ ମଧ୍ୟ ଜଣାଶୁଣା । ଏହା ବ୍ୟତୀତ 'ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ' ରେ ମଧ୍ୟ ସେ ଇମ୍ରାନ ହାସିମିଙ୍କ ପିତାଙ୍କ ଭୂମିକାରେ ଅଭିନୟ କରିଥିଲେ ।
Published by: Jagdish Barik
First published: November 12, 2020, 4:26 PM IST
corona virus btn
corona virus btn
Loading