News18 Odia Digital
ମୁମ୍ବାଇ: ନିକଟରେ ଏକ ଇନଷ୍ଟାଗ୍ରାମ ଲାଇଭ ସେଶନରେ ବେଅର୍ ଗ୍ରାଇଲ୍ସ (Bear Grylls) ଅକ୍ଷୟ କୁମାର (Akshay Kumar) ଓ ତାଙ୍କ ‘ବେଲ ବଟମ’ର (Bell Bottom) କୋ-ଷ୍ଟାର୍ ହୁମା କୁରେଶୀଙ୍କ (Huma Qureshi) ସହ ଯୋଗ ଦେଇଥିଲେ । ଅକ୍ଷୟ ଓ ଗ୍ରାଇଲ୍ସ ବାନ୍ଦିପୁର ନ୍ୟାସନାଲ ପାର୍କ ଓ ଟାଇଗର ରିଜର୍ଭରେ ‘ଇନଟୁ ଦ ୱାଇଲ୍ଡ’ର (Into The Wild) ଏକ ସ୍ପେଶାଲ ଏପିସୋଡର ସୁଟିଂ ବିଷୟରେ ଓ ଜଙ୍ଗଲରେ କଷ୍ଟ ସହି ବଞ୍ଚିରହିବା ବିଷୟରେ କଥାବାର୍ତ୍ତା କରିଥିଲେ ।
ହୁମା ସେମାନଙ୍କୁ “ଏଲିଫ୍ୟାଣ୍ଟ୍ ପୁ ଟି” (“elephant poo tea”, ଅର୍ଥାତ ହାତୀର ବିଷ୍ଠାରେ ତିଆରି ହୋଇଥିବା ଚା) ବିଷୟରେ ପଚାରିଥିଲେ । ସେମାନେ ଏହି ଶୋ’ର ପ୍ରୋମୋରେ ଏହା ପିଉଥିବାର ଦେଖାଯାଇଥିଲା । ଅକ୍ଷୟ ଉତ୍ତରରେ କହିଥିଲେ ଯେ ଏଲିଫ୍ୟାଣ୍ଟ୍ ପୁ ଟି ପିଇବା ତାଙ୍କ ପାଇଁ ବଡ଼ କଥା ନୁହେଁ କାରଣ ଆୟୁର୍ବେଦିକ କାରଣରୁ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି ।
ବେଅର୍ ଗ୍ରାଇଲ୍ସ କହିଥିଲେ ଯେ ଯଦିଓ ସେ ଅକ୍ଷୟ କୁମାରଙ୍କୁ ବ୍ୟକ୍ତିଗତ ଭାବରେ ଜାଣି ନାହାଁନ୍ତି, ହେଲେ ସେ ଏହା ଜାଣିପାରିଛନ୍ତି ଯେ ସେ ଜଣେ “ମଜାଳିଆ ବ୍ୟକ୍ତି” ଓ ତାଙ୍କର ଅହଂ ନାହିଁ । ସେ ଅକ୍ଷୟଙ୍କ “ନମ୍ରତା” ଓ ଏହା କିପରି ତାଙ୍କ ଆଚରଣରେ ଦିଶେ ସେ ବିଷୟରେ ବି ଉଲ୍ଲେଖ କରିଥିଲେ । ଅକ୍ଷୟଙ୍କ ଫିଟନେସ ଅଭ୍ୟାସରେ ଗ୍ରାଇଲ୍ସ ଅତି ପ୍ରଭାବିତ ହୋଇଥିଲେ ଓ କହିଥିଲେ, “ବର୍ଷ ବର୍ଷ ଧରି ଆମ ଶୋରେ ଆସିଥିବା ସବୁ ଅତିଥିଙ୍କ ମଧ୍ୟରେ ଅକ୍ଷୟ ନିଶ୍ଚିତ ଭାବରେ ପ୍ରଥମ ସ୍ତରର ଜଣେ ବ୍ୟକ୍ତି ।’’
ଅକ୍ଷୟଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ସେ ଜଙ୍ଗଲରେ ବଞ୍ଚିରହିବା ଉପରେ ଚିନ୍ତିତ ହେଉଛନ୍ତି କି ବୋଲି, ଅକ୍ଷୟ କହିଥିଲେ ଯେ ଗ୍ରାଇଲ୍ସ ତାଙ୍କ ସହ ଥିବାରୁ ସେ ଜାଣୁଛନ୍ତି ଯେ ସେ ନିରାପଦ ହାତରେ ଅଛନ୍ତି ।
“ମୁଁ ଚିନ୍ତିତ ନ ଥିଲି। ମୁଁ ଏତେ ଅଧିକ ଉତ୍ସାହିତ ଥିଲି ଯେ ମୋ’ର ଚିନ୍ତା କରିବାକୁ ବେଳ ନ ଥିଲା,’’ କହିଛନ୍ତି ଅକ୍ଷୟ । ଗ୍ରାଇଲ୍ସ କହିଛନ୍ତି ଯେ ସେ ଅକ୍ଷୟ କୁମାରଙ୍କ ସହ ଏହି ଯାତ୍ରାକୁ ଖୁବ୍ ଉପଭୋଗ କରିଥିଲେ କାରଣ ସେ ନୂଆ ଦୁଃସାହସିକ କାର୍ଯ୍ୟ ଚେଷ୍ଟା କରିବାକୁ ପସନ୍ଦ କରନ୍ତି ।
ଏହା ବି ପଢ଼ନ୍ତୁ | କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEOଏହା ବି ପଢ଼ନ୍ତୁ | ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ‘ଇନଟୁ ଦି ୱାଇଲ୍ଡ’ର ହୋଷ୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏହିପରି ଶୋ’ କରିବାର ସର୍ବୋତ୍ତମ ଅଂଶ ହେଉଛି ଯେ ଲୋକେ ସେମାନଙ୍କ ପ୍ରିୟ ସେଲିବ୍ରିଟିମାନଙ୍କୁ ‘‘ସାଧାରଣ ମାନବ ହିସାବରେ, ବିନା କୌଣସି ଚମକ ଧମକରେ’’ ଦେଖିପାରିବେ ।
ଏହା ପରେ ହୁମା କୁରେଶି ଦୁହିଁଙ୍କୁ ପଚାରିଥିଲେ ଯେ ସେମାନେ ପୁଣି ସାଙ୍ଗରେ କାମ କରିବାକୁ ଯୋଜନା କରୁଛନ୍ତି କି । ଉତ୍ତରରେ ଗ୍ରାଇଲ୍ସ କହିଥିଲେ ଅକ୍ଷୟଙ୍କ ସହ ଆଉ କିଛି କରିବା ଭଲ ହେବ । ‘‘ବୋଧହୁଏ ଆଉ ଏକ ଶୋ’,’’ ସେ କହିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।