News18 Odia Digital
ରାଜକୋଟ: ଗୁଜରାଟର ରାଜକୋଟ ସହରରେ ପ୍ରବଳ ବର୍ଷା ହେବା ପରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଜଳରେ ରାସ୍ତା ଉପରେ ଠିଆହୋଇଥିବା ଗୋଟେ ବୋଲେରୋ କାର୍ ଭାସିଯାଇ ବୁଡ଼ିଯାଇଛି । (Rajkot Bolero car drowns) ସେଥିରେ ତିନି ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ତୃତୀୟ ବ୍ୟକ୍ତି ଜଣକ ଏ ପର୍ଯ୍ୟନ୍ତ ନିଖୋଜ ଅଛି ।
ଏହି ଲୋମହର୍ଷକ ଘଟଣାର ଲାଇଭ୍ ଭିଡ଼ିଓ ନ୍ୟୁଜ୍୧୮ର ହସ୍ତଗତ ହୋଇଛି ।
ଦେଖନ୍ତୁ ଭିଡିଓ Watch Videoରାଜକୋଟର ବିଭିନ୍ନ ସ୍ଥାନରେ ଗାଡ଼ି ଓ ଲୋକ ବୁଡ଼ିଯିବାର ଦୁଇଟି ଘଟଣା ସାମ୍ନାକୁ ଆସିଛି । ଏହି ବୋଲେରୋ ବୁଡ଼ିଯିବା ଘଟଣା ୱାର୍ଡ଼ ନମ୍ବର ୧୮ର ଲାପସାରି ରୋଡ଼ରେ ଘଟିଛି । ନିଖୋଜ ଥିବା ବ୍ୟକ୍ତିର ନାମ ଭିଖାଭାଇ । ତାଙ୍କୁ ଅଗ୍ନିଶମ ବିଭାଗ ଖୋଜିବା ଆରମ୍ଭ କରିଛି । ହେଲେ ଏ ପର୍ଯ୍ୟନ୍ତ ସେ ମିଳି ନାହାନ୍ତି ।
ଆଜି ରାଜକୋଟର ଗ୍ରାମାଞ୍ଚଳରେ ଭୀଷଣ ବର୍ଷା ହେବା ପରେ ନିକଟରେ ଥିବା ନଦୀ ନାଳ ସବୁରେ ଜଳ ଭର୍ତ୍ତି ହୋଇ ବାହାରକୁ ମାଡ଼ିଆସିଛି । ଖୋଖରଧଜ ଓ ଅଜି ନଦୀରୁ ବନ୍ୟା ପାଣି ସହର ଭିତରକୁ ପଶିଆସିଛି । ଭାସିଯାଇ ବୁଡ଼ି ଯାଇଥିବା ବୋଲେରୋ କାରଟି ଖୋଖରଧଜ ନଦୀ ଉପରେ ଥିବା ଏକ ବ୍ରିଜରେ ଠିଆ ହୋଇଥିଲା । ବ୍ରିଜ୍ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ସେତିକି ବେଳେ ଏହା ଭାସିଯାଇ ନଦୀ ପାଣିରେ ବୁଡ଼ିଯାଇଥିଲା ।
ଏହା ବି ପଢ଼ନ୍ତୁ:
‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ଆତ୍ମହତ୍ୟା ପୂର୍ବରୁ ଅଡ଼ିଓରେ କହିଗଲା ପତ୍ନୀଅନ୍ୟ ଏକ ଘଟଣାରେ ରାଜକୋଟରେ ରାମନାଥ ପାରା ମନ୍ଦିର ନିକଟରେ ଅଜି ନଦୀରେ ଜଣେ ଯୁବକ ବୁଡ଼ି ଯାଇଛନ୍ତି । ଅଗ୍ନିଶମ ବାହିନୀ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରିଛି । ବର୍ଷା ଋତୁରେ ବନ୍ୟା ଯୋଗୁଁ ଗୁଜରାଟର ଅନେକ ସ୍ଥାନରେ ଜନଜୀବନ ବିପଦପୂର୍ଣ୍ଣ ସ୍ଥିତିରେ ରହିଛି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।