News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଆସାମ ଆଧାରିତ ପ୍ରତିବନ୍ଧିତ ଉଗ୍ରବାଦୀ ସଂଗଠନ ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟ ଅଫ ବଡ଼ୋଲ୍ୟାଣ୍ଡ ସହିତ ୨୭ ତାରିଖରେ ବୁଝମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହି ବୁଝାମଣା ଅନୁଯାୟୀ ଏହି ସଂଗଠନ ଅଲଗା ବଡ଼ୋଲ୍ୟାଣ୍ଡ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ଦାବି କରିବ ନାହିଁ । ଗତ ୨୭ ବର୍ଷ ମଧ୍ୟରେ ଏହା ବଡ଼ୋ ସଂଗଠନମାନଙ୍କ ସହ ତୃତୀୟ ବୁଝାମଣାପତ୍ର ଅଟେ । ବୁଝାମଣା ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ‘‘ ଏହି ବୁଝାମଣା ଦ୍ବାରା ଆସାମ ଏବଂ ବଡ଼ୋ ଲ୍ୟାଣ୍ଡର ଭବିଷ୍ୟ ଉଜ୍ଜ୍ବଳ ହୋଇଛି‘‘ । ଶାହାଙ୍କ କହିବା ମୁତାବକ ଏନଡିଏଫବିର ୧୫୫୦ଜଣ ୧୩୦ ଅସ୍ତ୍ରଶସ୍ତ୍ର ସହ ୩୦ ଜାନୁଆରୀରେ ଆତ୍ମସମର୍ପଣ କରିବେ । ଆଗାମୀ ଦିନରେ ସେମାନଙ୍କର ସମସ୍ତ ଦାବି ପୂରଣ କରାଯିବ ବୋଲି ଶାହା କିହଥିଲେ‘‘ ।

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଖବରଦାତାଙ୍କୁ ସୂଚନା ଦେଉଛନ୍ତି
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କ ଉପସ୍ଥିତିରେ ଏନିଡିଏଫବିର ୪ ସଂଗଠନର ଶୀର୍ଷ ନେତୃତ୍ବ, ଗୃହମନ୍ତ୍ରଣାଳୟର ସଂଯୁକ୍ତ ସଚିବ ସତ୍ୟେନ୍ଦ୍ର ଗର୍ଗ ଓ ଆସାମ ମୁଖ୍ୟ ସଚିବ କୁମାର ସଞ୍ଜୟଙ୍କ ଏହି ତ୍ରିପକ୍ଷୀୟ ବୁଝାମଣାରେ ସ୍ବାକ୍ଷର କରିଥିଲେ ।
ଏହା ଉପରେ ଜାଣିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବୁଝାମଣା ପରେ ଆସାମରେ ରହୁଥିବା ବଡ଼ୋ ଆଦିବାସୀମାନଙ୍କୁ କେତେକ ରାଜେନୈତିକ ଅଧିକାର ଏବଂ ସମୁଦାୟ ପାଇଁ ଆର୍ଥିକ ପ୍ୟାକେଜ ମିଳିପାରିବ । ଅଧିକାରୀ ଜଣକ ସ୍ପଷ୍ଟ କରିଥିଲେ ଯେ, ଏହା ଦ୍ବାରା ଆସାମର କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରହିବା ସହ ଏନଡିଏଫବି ଅଲଗା ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଭଳି ଦାବି ଉପରେ ବିଚାର କରିବାକୁ ପଡ଼ିବ ନାହିଁ । ଜଣେ ଅନ୍ୟ ଅଧିକାରୀ କହିଛନ୍ତି ଏହି ବୁଝାମଣା ରାଜ୍ୟର ବିଭାଜନ ବିନା ସମ୍ବିଧାନର ରୁପରେଖା ଅନୁଯାୟୀ ହୋଇଛି ।
ଅଧିକାରୀ ଜଣକ କହିଥିଲେ ସ୍ବରାଷ୍ଟ୍ରମନ୍ତ୍ରୀ ବୁଝାମଣାକୁ ଶୀଘ୍ର ଅନ୍ତିମ ରୁପ ଦେବା ଲାଗି ଆଗ୍ରହୀ ଅଛନ୍ତି କାହିଁକିନା ଆସାମରେ ବଡ଼ୋ ଉଗ୍ରବାଦୀମାନଙ୍କୁ ସମାପ୍ତ କରାଯାଇପାରିବ ଏବଂ ବଡ଼ୋ ବହୁଳ କ୍ଷେତ୍ରରେ ଦୀର୍ଘକାଳୀନ ଶାନ୍ତି ଫେରିପାରିବ । ଏହି ବୁଝାମଣା ପତ୍ରରେ ହସ୍ତାକ୍ଷର କରିବା ଲାଗି ଏନଡିଏଫବିର ୪ ଗୋଷ୍ଠୀ ଶୀର୍ଷ ନେତୃତ୍ବ ରଞ୍ଜନ ଦାଇମାରୀ, ଗୋବିନ୍ଦ ବାସୁମାତରୀ, ଧୀରେନ ବରୋ ଏବଂ ବି. ସାଓରାୟଗରା ହସ୍ତାକ୍ଷର କରିଥିଲେ ।
ସାଓରାୟଗରା ଏନଡିଏଫବି ସଂଗଠନର ନେତୃତ୍ବ ତାର ପ୍ରମୁଖ ଆଇ.କେ.ସୋଙ୍ଗବିଜୀତଙ୍କୁ ହଟାଇ ୨୦୧୫ରେ ସମ୍ଭାଳିଥିଲେ । ଏନଡିଏଫବି ସାଓରାୟଗରା ସଂଗଠନ ଗୋଷ୍ଠୀ ମ୍ୟାନମାର ସ୍ଥିତ ନିଜ ଦାବିରୁ ୧୫ ଦିନ ପୂର୍ବରୁ ଫେରିଥିଲେ ଏବଂ ସରକାରଙ୍କ ସହିତ ଅଭିଯାନକୁ ରୋକିବା ପାଇଁ ଏକ ବୁଝାମଣା ହସ୍ତାକ୍ଷର ସ୍ବାକ୍ଷର କରିଥିଲେ ।
ସେହିପରି ଦାଇମାରୀଙ୍କୁ ଦୁଇ ଦିନ ପୂର୍ବରୁ ଆସାମ ଜେଲରୁ ଛାଡ଼ିଦିଆଯାଇଥିଲା କାରଣ ତାଙ୍କୁ ଚୁକ୍ତିରେ ସ୍ବାକ୍ଷର କରିବାରେ ସହଜ ହେବ ବୋଲି । ଏନଡିଏଫବି ବର୍ତ୍ତମାନ ପର୍ଯ୍ୟନ୍ତ ଏକ ପ୍ରତିବନ୍ଧିତ ସଂଗଠନ ଅଛି । ଏନଡିଏଫବିର କେତେକ ଉଗ୍ରବାଦୀ ସେହି ୬୪୪ ଉଗ୍ରବାଦୀ ସାମିଲ ଥିଲେ ଯେଉଁମାନେ ଗୁହାହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ସୋନଓ୍ବାଲଙ୍କ ସମକ୍ଷରେ ଆତ୍ମସମର୍ପଣ କରିଥିଲେ ।
ବୁଝାମଣାରେ ସରକାରଙ୍କ ଦ୍ବାରା ବଡ଼ୋ ଭାଷା, ସଂସ୍କୃତି ସହ ସମ୍ବନ୍ଧିତ ମାମଲା ଗୁଡ଼ିକ ସୁନିଶ୍ଚିତ କରିବା ପାଇଁ ଆଶାରହିଛି । ଏହା ସହିତ ଏକ ଆୟୋଗ ଗଠନ କରାଯିବା ନେଇ ଆଶା କରାଯାଉଛି ଯେଉଁଥିରେ କେତେକ ବିଶିଷ୍ଟ ବଡ଼ୋ ଲୋକେ ରାଜେନୈତିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଆସାମର ବିଭିନ୍ନ ବର୍ଗର ଲୋକଙ୍କ ବିଚାର ଶୁଣିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।