କିଛି ସମୟ ପୂର୍ବରୁ କହିଥିଲେ ଚାରିଜଣ ଏକା ସାଥିରେ ମରିଯିବା; ତାହା ହିଁ ହେଲା

ସାଧାରଣ ବେଗଠାରୁ ସାମାନ୍ୟ ଅଧିକ ବେଗର ମାତ୍ରା ବଢିଲେ ଗାଡିକୁ କଣ୍ଟ୍ରୋଲ କରିବା ଅସମ୍ଭବ ହୋଇପଡେ । କିନ୍ତୁ ଦୁର୍ଘଟଣା ଘଟାଇଥିବା ଗାଡିର ବେଗ ଥିଲା ୩ଶହ କିମି ପ୍ରତି ଘଣ୍ଟା ।

କିଛି ସମୟ ପୂର୍ବରୁ କହିଥିଲେ ଚାରିଜଣ ଏକା ସାଥିରେ ମରିଯିବା; ତାହା ହିଁ ହେଲା

କିଛି ସମୟ ପୂର୍ବରୁ କହିଥିଲେ ଚାରିଜଣ ଏକା ସାଥିରେ ମରିଯିବା; ତାହା ହିଁ ହେଲା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ’ରେ ଯାତ୍ରା କରୁଥିବା ସମୟରେ ସୋସିଆଲ ମିଡିଆରେ ଲାଇଭ୍ ଆସିଥିଲେ ଜଣେ ବ୍ୟକ୍ତି । ଏକ ବିଏମଡବ୍ଲୁ ଗାଡିରେ ବ୍ୟକ୍ତିଙ୍କ ସହ ଥିଲେ ୩ଜଣ ସାଥି । ଗାଡିର ବେଗ ଥିଲା ଘଣ୍ଟାକୁ ୩ଶହ କିଲୋମିଟର । ଟିକିଏ ବେଗ କମିଗଲେ ଜଣେ ସାଂଗ କହୁଥିଲା କମିଗଲା ସ୍ପିଡ୍ । ଏପରି ଏକ ଲାଇଭ୍ ଭିଡିଓକୁ ନେଇ ସବୁଠି ଚର୍ଚ୍ଚା । ଗାଡିରେ ବସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କହୁଥିଲା ସଭିଏଁ ସିଟ୍ ବେଲ୍ଟ ବାନ୍ଧ ଗାଡିର ସ୍ପିଡ୍ ଆହୁରୀ ବଢାଇବା । ଆଉ ଜଣେ ଯୁବକ କହୁଥିଲେ ଏକା ସାଙ୍ଗରେ ଚାରିଜଣ ମରିଯିବା , ଆଉ ଭାଗ୍ୟର ବିଡମ୍ୱନା ତାହା ହିଁ ହେଲା । ଦ୍ରୁତ ଗତି ମହା ବିପତ୍ତି ଜାଣି ମଧ୍ୟ ଦ୍ରୁତ ଗତିରେ ଗାଡି ଚଳାଇବାରୁ ଏକ କଣ୍ଟେନର ସହ ଧକ୍କା ହୋଇ ୪ଜଣଙ୍କର ଅକାଳ ବିୟୋଗ ଘଟିଛି ।

ରାସ୍ତାରେ ଆଖି ପିଛୁଳାକେ ଅତିକ୍ରମ କରୁଥିଲା କାର୍ । ଲାଗୁଥିଲା ତାହା କାର୍ ନୁହେଁ ସତେ ଯେପରି ଏକ ରକେଟ୍ । ଦ୍ରୁତଗତିରେ ଗାଡି ଚଳାଇବା କେତେ ଜେ ଭୟଙ୍କର ସାବ୍ୟସ୍ତ ହୋଇପାରେ ତାହା ଆଜି ସମସ୍ତଙ୍କ ସାମ୍ନାରେ ଏକ ବଡ ଉଦାହରଣ ଦେଇଛି ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଦୁର୍ଘଟଣା ପୂର୍ବର ଏବଂ ପରର ଏହି ଭିଡିଓ ।

ସଡକ ଦୁର୍ଘଟଣା ପାଇଁ ଅନେକ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ । ବିଭିନ୍ନ ସ୍ଥାନ ମାନଙ୍କରେ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଯାଏ କିନ୍ତୁ କିଛି ବ୍ୟକ୍ତି ଏହାକୁ ଖାତିର ନକରି ଦ୍ରୁତ ଗତିରେ ଗାଡି ଚଳାଇ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବାର ଗୋଟେ ପରେ ଆଉ ଗୋଟେ ଘଟଣା ସାମ୍ନାକୁ ଆସିବାରେ ଲାଗିଛି ।

ସାଧାରଣ ବେଗଠାରୁ ସାମାନ୍ୟ ଅଧିକ ବେଗର ମାତ୍ରା ବଢିଲେ ଗାଡିକୁ କଣ୍ଟ୍ରୋଲ କରିବା ଅସମ୍ଭବ ହୋଇପଡେ । କିନ୍ତୁ ଦୁର୍ଘଟଣା ଘଟାଇଥିବା ଗାଡିର ବେଗ ଥିଲା ୩ଶହ କିମି ପ୍ରତି ଘଣ୍ଟା । ଏଥିରୁ ଆପଣ ଅନୁମାନ କରିପାରୁଥିବେ ଦୁର୍ଘଟଣାଟି କେତେ ଭୟଙ୍କର ହୋଇଥିବ । ସମସ୍ତେ ଛିଟିକି ପଡିବା ସହ ରାସ୍ତାରେ ରକ୍ତର ସୁଅ ଚାଲିଥିଲା । ମୃତ ଯୁବକମାନଙ୍କର ବୟସ ୩୦ ପାଖାପାଖି ହେବ ବୋଲି ସୂଚନା ମିଳିଛି । ସମସ୍ତେ ବିହାରରୁ ଦିଲ୍ଲୀକୁ କୌଣସି ଏକ କାର୍ଯ୍ୟରେ ଯାଉଥିଲେ ।

କଣ୍ଟେନର ଏବଂ କାର ଧକ୍କାହେବା ପରେ କଣ୍ଟେନର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।
Published by:Soubhagya Mishra
First published: