ପଞ୍ଜାବ ଲୁଧିଆନା କୋର୍ଟର ବାଥରୁମରେ ବିସ୍ଫୋରଣ; ୨ ମୃତ, ୫ ଜଣ ଗୁରୁତର

ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ବୋମା ବିସ୍ଫୋରଣ ପରେ ଆଜି ପଞ୍ଜାବର ଲୁଧିଆନା ଠାରେ ଥିବା କୋର୍ଟର ଏକ ବୋମା ବିସ୍ଫୋରଣ ହୋଇଛି । ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଚାରିଜଣ ଗୁରୁତର ହୋଇଛନ୍ତି ।

ପଞ୍ଜାବ ଲୁଧିଆନା କୋର୍ଟର ବାଥରୁମରେ ବିସ୍ଫୋରଣ

ପଞ୍ଜାବ ଲୁଧିଆନା କୋର୍ଟର ବାଥରୁମରେ ବିସ୍ଫୋରଣ

  • Share this:
News18 Odia Digital

ଲୁଧିଆନା: ପଞ୍ଜାବର ଲୁଧିଆନାରେ ଥିବା ଏକ କୋର୍ଟ କମ୍ପ୍ଲେକ୍ସ ଭିତରେ ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣରେ ଅନ୍ୟ ଚାରି ଜଣ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସେହିପରି ନିକଟରେ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ବୋମା ବିସ୍ଫୋରଣ ହୋଇଥିଲା ।

ବିଲଡିଂର ଦ୍ୱିତୀୟ ମହଲାରେ ଥିବା ବାଥରୁମରେ ଆଜି ମଧ୍ୟାହ୍ନ ୧୨: ୨୨ରେ ଏହି ବିସ୍ଫୋରଣ ଘଟିଥିବାର ସୂଚନା ମିଳିଛି। ବିସ୍ଫୋରଣର ତୀବ୍ରତା ଏପରି ଥିଲା ଯେ ଏହା ବାଥରୁମର କାନ୍ଥକୁ ନଷ୍ଟ କରିଦେଇଥିଲା ଓ ନିକଟସ୍ଥ କୋଠରୀଗୁଡ଼ିକର କାଚ ପ୍ୟାନକୁ ଭାଙ୍ଗି ଦେଇଥିଲା । ବିସ୍ଫୋରଣ ଘଟିଥିବା ବେଳେ ଜିଲ୍ଲା କୋର୍ଟ କାର୍ଯ୍ୟ କରୁଥିଲେ ।

ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଛି । ହେଲେ ବିସ୍ଫୋରଣର କାରଣ ଏଯାବତ ଜଣାପଡ଼ି ନାହିଁ ।

ଜିଲ୍ଲା କୋର୍ଟ ଲୁଧିଆନା ସହରର ମଧ୍ୟଭାଗରେ ଜିଲ୍ଲା କମିଶନରଙ୍କ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ । ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଥିବା ପଞ୍ଜାବର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଅମରିନ୍ଦର ସିଂ ପ୍ରଥମ ବିଶିଷ୍ଟ ନେତାଙ୍କ ମଧ୍ୟରେ ଥିଲେ। ଏକ ଟ୍ବିଟ କରି ସିଂ ପଞ୍ଜାବ ପୋଲିସକୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କହିଛନ୍ତି।

ମୁଖ୍ୟ ମନ୍ତ୍ରୀ ଭାବରେ ଅମରିନ୍ଦର ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ବାହିନୀରୁ ରାଜ୍ୟ ପ୍ରତି ବିପଦକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ଓ ସୁରକ୍ଷା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ର ୨୫ଟି କମ୍ପାନୀ ଓ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ (ସିଏଫ୍ଏଫ୍) ଓ ଡ୍ରୋନ୍ ଆଣ୍ଟି ଗ୍ୟାଜେଟ୍ କଥା କହିଥିଲେ ।

ଜାତୀୟ ଅନୁସନ୍ଧାନ ଏଜେନ୍ସି କିମ୍ବା ଏନଆଇଏର ଏକ ଦଳ ଚଣ୍ଡିଗଡ଼ ଛାଡି ଖୁବ୍ ଶୀଘ୍ର କୋର୍ଟରେ ପହଞ୍ଚିବେ ବୋଲି ଆଶା କରାଯାଉଛି।
Published by:Lipina Das
First published:
)}