News18 Odia Digital
ଇସଲାମାବାଦ: ପାକିସ୍ତାନର ଖାଇବର ପାଖ୍ତନଖୱାଠାରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ବୋମା ବିସ୍ଫୋରଣ କରିଛନ୍ତି। ଏହି ଆକ୍ରମଣରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଅଞ୍ଚଳର ଶାନ୍ତି କମିଟିର ଜଣେ ସଦସ୍ୟ ଓ ଦୁଇଜଣ ପୋଲିସ କର୍ମଚାରୀ ଥିବା କୁହାଯାଉଛି।
ଏହାସହା କୁହାଯାଉଛି ଯେ ଆତଙ୍କବାଦୀମାନେ ସ୍ବାତ ଜିଲ୍ଲାର କବାଲ ତହସିଲର ଶାନ୍ତି କମିଟିର ସଦସ୍ୟ ତଥା ଗ୍ରାମ ପ୍ରତିରକ୍ଷା ପରିଷଦର ଅଧ୍ୟକ୍ଷ ଇଦରୀସ ଖାନଙ୍କ ଗାଡିକୁ ଟାର୍ଗେଟ କରିଥିଲେ। ଏହି ବିସ୍ଫୋରଣରେ ଇଦରୀସ ଖାନ, ତାଙ୍କ ସୁରକ୍ଷା କର୍ମୀ ଓ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି। ବର୍ତ୍ତମାନ ଏହି ଘଟଣାର ତଦନ୍ତରେ ପୋଲିସ ଜଡିତ ଅଛି।
ଖାଇବର ପାଖ୍ତନଖୱା ପ୍ରଦେଶ ମୁଖ୍ୟମନ୍ତ୍ରୀ ମହମୁଦ ଖାନ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏହାସହ ସେ ଘଟଣାର ବିସ୍ତୃତ ରିପୋର୍ଟ ମାଗିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।