କର୍କଟ, ମଧୁମେହ, ହଜମ ପ୍ରକ୍ରିୟା ସଠିକ କରାଇବା ସହ ଓଜନ ହ୍ରାସ ଓ ତ୍ୱଚା ପାଇଁ ବେଶ ଲାଭଦାୟକ ଜାମୁ କୋଳି

ଜାମୁ କୋଳି ସାଧାରଣତଃ ସମସ୍ତଙ୍କର ବେଶ୍ ପସନ୍ଦ । ପାଟିକୁ ଯେମିତି ସୁଆଦିଆ ଲାଗେ ଶରୀର ପାଇଁ ବି ସେତିକି ସ୍ୱାସ୍ଥ୍ୟକର । କେବଳ ଜାମୁ କୋଳି ନୁହେଁ, ଜାମୁର ମଞ୍ଜି ମଧ୍ୟ ଖୁବ୍ ପୃଷ୍ଟିକର।

ଜାମ୍ମୁକୋଳିରେ ଭରି ରହିଛି ଔଷଧୀୟ ଗୁଣ ।

ଜାମ୍ମୁକୋଳିରେ ଭରି ରହିଛି ଔଷଧୀୟ ଗୁଣ ।

  • Share this:
News 18 Odia Digital


ଭୁବନେଶ୍ୱର : ଜାମୁ କୋଳି ସାଧାରଣତଃ ସମସ୍ତଙ୍କର ବେଶ୍ ପସନ୍ଦ । ପାଟିକୁ ଯେମିତି ସୁଆଦିଆ ଲାଗେ ଶରୀର ପାଇଁ ବି ସେତିକି ସ୍ୱାସ୍ଥ୍ୟକର । କେବଳ ଜାମୁ କୋଳି ନୁହେଁ, ଜାମୁର ମଞ୍ଜି ମଧ୍ୟ ଖୁବ୍ ପୃଷ୍ଟିକର । ଏହା ଖାଇବା ଦ୍ୱାରା ଅନେକ ଲାଭ ମିଳିପାରିବ । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ ଭଳି ପୁଷ୍ଟିକର ଉପାଦାନ ରହିଥାଏ ।


ଜାମୁ କୋଳିର ସ୍ୱାସ୍ଥ୍ୟ ଉପକାରିତା


ପ୍ରତ୍ୟେକ ବ୍ୟକ୍ତି ଗ୍ରୀଷ୍ମ ଋତୁରେ ଜାମୁ କୋଳି ଖାଇବାକୁ ପସନ୍ଦ କରନ୍ତି । ଜାମ୍ମୁ ଖାଇବା ପରେ ଆମେ ମଞ୍ଜିକୁ ଫିଙ୍ଗି ଦେଇଥାଉ କିନ୍ତୁ ଏହା ଏକ ବଡ଼ ଭୁଲ୍ । ବାସ୍ତବରେ, ଜାମୁର ମଞ୍ଜି ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ବୈଜ୍ଞାନିକଙ୍କ ଅନୁଯାୟୀ, ଏଥିରେ ଆଣ୍ଟୋସିୟାନିନ ଥାଏ ଯାହା କର୍କଟ ଏବଂ ହୃଦରୋଗ ଭଳି ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଜାମୁ କୋଳି କେବଳ ଫଳ ଭାବରେ ନୁହେଁ ବରଂ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ । ଜାମୁ କୋଳି ଅନେକ ଉପକାରିତା ଅଛି ଯେପରିକି, ଏଥିରେ ଥିବା ଗ୍ଲୁକୋଜ ଓ ଫ୍ରୁକଟୋଜ ଆପଣଙ୍କୁ ଖରା ପ୍ରକୋପରୁ ରକ୍ଷା କରିଥାଏ ।


ଜାମୁ କୋଳି ସେବନର ଲାଭ


ଜାମୁ ମଞ୍ଜିର ପାଉଡର ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ । ପ୍ରତିଦିନ ସକାଳେ ଉଠିବା ପରେ ଏକ ଚାମଚ ପାଉଡର ଖାଇବା ଦ୍ୱାରା ପେଟର ଚର୍ବି ହ୍ରାସ ହେବା ସହ ଶରୀରକୁ ସୁସ୍ଥ ରଖିଥାଏ । ଏହି ପାଉଡର ମୁହଁରୁ ବ୍ରଣ ଓ ଦାଗ ହଟାଇବାରେ ମଧ୍ୟ ସହାୟକ ହୋଇଥାଏ । ଏହାକୁ ମୁହଁରେ ବ୍ୟବହାର କରିବା ପାଇଁ, ଏଥିରେ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ରାତିରେ ମୁହଁରେ ଲଗାନ୍ତୁ । କିଛି ସମୟ ମୁହଁରେ ରଖିବା ପରେ ସକାଳେ ଧୋଇ ଦିଅନ୍ତୁ ।


ଡାଇବେଟିସ୍


ଜାମୁ କୋଳିର ମଞ୍ଜି ମଧୁମେହ ପାଇଁ ଔଷଧ ଭାବରେ କାମ କରିଥାଏ । ଏହାର ପାଉଡର, ରସ ଓ ମଞ୍ଜି ପ୍ରତ୍ୟେକ ଅଂଶ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ ।  ଜାମରେ କାର୍ବସ୍, ପ୍ରୋଟିନ୍, ଫ୍ୟାଟ୍, ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି, ଗୋଲିକ୍ ଏସିଡ୍ ଭଳି ଉପାଦାନ ରହିଥାଏ । ଏହାକୁ ଆୟୁର୍ବେଦିକ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ ।


ହଜମ ପ୍ରକ୍ରିୟାକୁ ଠିକ୍ ରଖେ


ବର୍ତ୍ତମାନର ଦୈନ୍ୟନ୍ଦିନ ନିତ୍ୟକର୍ମ ଏତେ ଖରାପ ହୋଇଛି ଯେ ଲୋକମାନେ ମନଇଛା ଖାଦ୍ୟ ଖାଉଛନ୍ତି । ଯେଉଁ କାରଣରୁ ହଜମ ପ୍ରକ୍ରିୟା ସଠିକ ଭାବେ ହେଉନାହିଁ । ଏହି ସମୟରେ ପେଟରେ ଯନ୍ତ୍ରଣା, ଖାଦ୍ୟ ହଜମ ନହେବା ଭଳି ସମସ୍ୟା ଦେଖାଯାଏ । ଏହି ସମୟରେ ଜାମୁ ମଞ୍ଜିର ପାଉଡର ଖାଇଲେ ଭଲ ଭାବରେ ହଜମ ହୋଇଯାଏ।


ରକ୍ତ ଚାପ ବା ବ୍ଲଡ ପ୍ରେସର 


ବର୍ତ୍ତମାନ ଅନେକ ଲୋକଙ୍କର ରକ୍ତଚାପ ସମସ୍ୟା ଦେଖାଦେଉଛି । ଏହାକୁ କମ କରିବା ଲୋକଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥାଏ । ଏହି ସମୟରେ ଆପଣ ଜାମୁ ମଞ୍ଜିର ପାଉଡରକୁ ପାଣି ସହିତ ଖାଇପାରିବେ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।


କର୍କଟ ରୋଗରୁ ରକ୍ଷା କରିଥାଏ


ଜାମୁ ମଞ୍ଜିରୁ ମିଳୁଥିବା ପଲିଫେନୋଲ ପରି ଫାଇଟୋ ରାସାୟନିକ ପଦାର୍ଥ କର୍କଟ ରୋଗରୁ ରକ୍ଷା କରିବାରେ ଲାଭଦାୟକ ଅଟେ । ସେଗୁଡ଼ିକରେ ଆଣ୍ଟୋସିୟାନିନ ଥାଏ ଯାହା କର୍କଟ ଏବଂ ହୃଦରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଜାମ୍ମୁ ମଞ୍ଜି ଓ ଜାମ୍ମୁ କୋଳି ରସ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
Published by:Soubhagya Mishra
First published: