ବିଜେପି ନେତା ପ୍ରବୀଣ ନେଟ୍ଟାରୁଙ୍କ ହତ୍ୟା; ସମବେଦନା ଜଣାଇଲେ ମୁଖ୍ଯମନ୍ତ୍ରୀ

କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚା କର୍ମୀ ପ୍ରବୀଣ ନେଟ୍ଟାରୁଙ୍କୁ ହତ୍ୟା କରାଯାଇଛି। ତାଙ୍କ ଦୋକାନ ବନ୍ଦ କରୁଥିବାବେଳେ ଏକ ବାଇକରେ ଅଜଣା ଆକ୍ରମଣକାରୀ ତାଙ୍କୁ ସାଂଘାତିକ ଆକ୍ରମଣ କରିଥିଲେ।

ବିଜେପି ନେତା ପ୍ରବୀଣ ନେଟ୍ଟାରୁ ଙ୍କ ହତ୍ୟା,

ବିଜେପି ନେତା ପ୍ରବୀଣ ନେଟ୍ଟାରୁ ଙ୍କ ହତ୍ୟା,

  • Share this:
News 18 Odia Digital

କର୍ଣ୍ଣାଟକ: କର୍ଣ୍ଣାଟକର ଦକ୍ଷିଣ କନ୍ନ ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚା କର୍ମୀ ପ୍ରବୀଣ ନେଟ୍ଟାରୁଙ୍କୁ ହତ୍ୟା କରାଯାଇଛି। ସେ ବିଜେପିର ଯୁବ ସଚିବ ଥିଲେ।ଏହି ଘଟଣାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଓ ଖୁବ ଶୀଘ୍ର ନ୍ୟାୟ କରାଯିବ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ସୂଚନାନୁସାରେ, ମଙ୍ଗଳବାର ରାତିରେ ନେଟ୍ଟାରୁ ତାଙ୍କ ଦୋକାନ ବନ୍ଦ କରୁଥିବାବେଳେ ଏକ ବାଇକରେ ଅଜଣା ଆକ୍ରମଣକାରୀ ତାଙ୍କୁ ସାଂଘାତିକ ଆକ୍ରମଣ କରିଥିଲେ। ତାଙ୍କୁ ଖଣ୍ଡା ଦ୍ୱାରା ମଧ୍ୟ ଆକ୍ରମଣ କରାଯାଇଥିଲା। ଯେଉଁଥିରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ବରଣ କରିଥିଲେ।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଆମ ଦଳର କର୍ମୀ ପ୍ରବୀଣ ନେଟ୍ଟାରୁଙ୍କ ନିର୍ଦ୍ଦୟ ହତ୍ୟାକୁ ନିନ୍ଦା କରୁଛୁ। ଏପରି ଘୃଣ୍ୟ କାର୍ଯ୍ୟର ଅପରାଧୀଙ୍କୁ ଶୀଘ୍ର ଗିରଫ କରାଯିବ ଓ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ। ଭଗବାନ ଏହି କ୍ଷତି ସହିବାକୁ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ। ସେପଟେ  ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏଥି ସହ ବହୁ ବିରୋଧୀ ଦଳ ରାସ୍ତାରେ ବସି ବିଜେପି ଯୁବ ମୋର୍ଚ୍ଚା କର୍ମୀ ପ୍ରବୀଣ ନଟ୍ଟାରୁଙ୍କ ହତ୍ୟାକୁ ବିରୋଧ କରିଛନ୍ତି।
Published by:Soumyashree Mishra
First published: