ଅଶୋକ ଗେହଲଟ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ରାଜସ୍ଥାନ: ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାରଙ୍କ ଚାରି ବର୍ଷ ପୂରଣ ହେବ। ଏହି ସମୟରେ ବିଜେପି ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିବ। 'ମିଶନ ରାଜସ୍ଥାନ' ଅଧୀନରେ ଜନ ଆକ୍ରୋଶ ଯାତ୍ରୀ ସାରା ରାଜ୍ୟରେ ଆରମ୍ଭ କରିବ। ଏହି ଯାତ୍ରା ନଭେମ୍ବର ୨୦ରୁ ଆରମ୍ଭ ହୋଇ ରାଜ୍ୟର ସମସ୍ତ ୨୦୦ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବ। ଏହି ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଯୋଗଦେବେ।
ରାଜ୍ୟରେ ୬୦୦ନେତା ଏକାଠି ଏହି ଯାତ୍ରା ଆରମ୍ଭ କରିବେ। ମହିଳା ନିର୍ଯାତନା, ଦୁର୍ନୀତି ଭଳି ପ୍ରସଙ୍ଗରେ ଗେହଲୋଟ୍ ସରକାରଙ୍କୁ ବିରୋଧ କରାଯିବ। ସରକାରଙ୍କ ବିରୋଧରେ ଏକ ପ୍ରଦର୍ଶନ କରାଯିବ। ଏହି ଯାତ୍ରା ଏକ ମାସ ପର୍ଯ୍ୟନ୍ତ ଚାଲିବ ଓ ଡିସେମ୍ବର ୧୭ ରେ ଜୟପୁରରେ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯାତ୍ରାର ସମାପନ କରିବେ।
ଏକ ଜାତୀୟ ଗଣମାଧ୍ଯମ ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ଦଳର ନେତା ବିଜେପିରେ ଯୋଗ ଦେବାକୁ ଚାହୁଁଛନ୍ତି। ଦଳ ସେମାନଙ୍କ ପୃଷ୍ଠଭୂମି ଉପରେ କଡା ଅନୁସନ୍ଧାନ କରିବ। ରାଜସ୍ଥାନରେ ଅନ୍ୟ ଦଳରୁ ବିଜେପିରେ ଯୋଗଦେବା ପାଇଁ ନେତାଙ୍କ ଏକ କମିଟି ଗଠନ କରାଯାଇଛି। ଅର୍ଜୁନ ରାମ ମେଘୱାଲଙ୍କ ନେତୃତ୍ୱରେ ଏହି ଯୋଗଦାନ କମିଟି ଗଠନ କରାଯାଇଛି। ନେତାମାନେ ଅନ୍ୟ ଦଳରୁ ବିଜେପିରେ ଯୋଗଦେବା ପ୍ରସଙ୍ଗରେ ଅନୁଧ୍ୟାନ କରିବେ ଓ ଏହା ପରେ ହିଁ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏହି କମିଟିରେ ବାସୁଦେବ ଦେବନାନୀଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।