ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ରାଜନୀତିରେ PM ମୋଦିଙ୍କ ୨୦ ବର୍ଷ; ଲଙ୍ଗର, ସ୍ବଚ୍ଛତା ଅଭିଯାନ ଜରିଆରେ ଉତ୍ସବ ପାଳନ କରିବ BJP

ରାଜନୀତିରେ PM ମୋଦିଙ୍କ ୨୦ ବର୍ଷ; ଲଙ୍ଗର, ସ୍ବଚ୍ଛତା ଅଭିଯାନ ଜରିଆରେ ଉତ୍ସବ ପାଳନ କରିବ BJP

ପ୍ରଧାନ ମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା 'ସେବା ଓ ସମର୍ପଣ ଅଭିଆନ୍' ଆରମ୍ଭ କରିଥିଲେ। ଦଳର ମୁଖ୍ୟ କହିଥିଲେ ଯେ ଏହା ହେଉଛି ପ୍ରଧାନ ମନ୍ତ୍ରୀଙ୍କ ଦର୍ଶନ ଯେ ଏହି ଦେଶର ପ୍ରତ୍ୟେକ ବ୍ୟକ୍ତି ସରକାରଙ୍କ ବିକାଶମୂଳକ କାର୍ଯ୍ୟର ଲାଭ ପାଇବା ଉଚିତ୍।

ରାଜନୀତିରେ PM ମୋଦିଙ୍କ ୨୦ ବର୍ଷ; ଲଙ୍ଗର, ସ୍ବଚ୍ଛତା ଅଭିଯାନ ଜରିଆରେ ଉତ୍ସବ ପାଳନ କରିବ BJP
ରାଜନୀତିରେ PM ମୋଦିଙ୍କ ୨୦ ବର୍ଷ
  • News18 Odia
  • Last Updated: October 7, 2021, 1:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନରେନ୍ଦ୍ର ମୋଦି ଲଗାତାର ୧୨ ବର୍ଷ ମୁଖ୍ୟ ମନ୍ତ୍ରୀ ରହିଛନ୍ତି ଓ ଗତ ସାତ ବର୍ଷ ଧରି ଦେଶର ପ୍ରଧାନ ମନ୍ତ୍ରୀ ରହିଆସୁଛନ୍ତି । ଏହି ପରି ଭାବରେ, ସରକାରୀ କାର୍ଯ୍ୟାଳୟରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କର ଦୁଇ ଦଶନ୍ଧି ଯାତ୍ରା ଶେଷ ହେବା ପରେ ଭାରତୀୟ ଜନତା ପାର୍ଟି ଏହାକୁ ଏକ ବିଶେଷ ଉତ୍ସବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଦଳ ଅକ୍ଟୋବର ୭ ତଥା ଆଜିଠୁ ସ୍ବଚ୍ଛ ଭାରତ ଅଧୀନରେ ଏକ ସ୍ୱଚ୍ଛତା ଅଭିଯାନ ଚଳାଇବେ । ଏହା ସହ ପ୍ରଧାନ ମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ ବିଷୟରେ ସଚେତନତା କରି ଅନେକ କାର୍ଯ୍ୟକ୍ରମର ଆୟୋଜନ କରିବ। ୨୦୦୧ ମସିହାରେ ଗୁଜୁରାଟର ସିଏମ୍ ଭାବରେ ମୋଦି ଶପଥ ଗ୍ରହଣ କରିଥିଲେ।

ନ୍ୟୁଜ୍ ଏଜେନ୍ସି ANI ଦ୍ବାରା ଏହି ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟରେ ବିଜେପି ସୂତ୍ରରୁ ପ୍ରକାଶ ଯେ, ପାର୍ଟି କର୍ମୀମାନେ ନଦୀ ସଫା କରି, ବୁଥ ସ୍ତରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ତଥା ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଏହି ଦିନକୁ ପାଳନ କରିବେ। ସୂତ୍ରରୁ ପ୍ରକାଶ ଯେ ସ୍ବଚ୍ଛ ଭାରତ ମିଶନ ଅଧୀନରେ ଦିନର ଯୋଜନାରେ ନଦୀଗୁଡ଼ିକ ସଫା କରାଯିବ।

ବିଧାୟକ ଓ ସାଂସଦମାନେ ସେମାନଙ୍କ ଅଞ୍ଚଳରେ ଏହି ଯୋଜନାଗୁଡ଼ିକ ଉପରେ କାର୍ଯ୍ୟ ନିଶ୍ଚିତ କରିବେ। ରିପୋର୍ଟ ଅନୁଯାୟୀ, ଅନ୍ୟ ଏକ ବିଜେପି ସୂତ୍ରରୁ ପ୍ରକାଶ ଯେ ଦେଶର ଗୁରୁଦ୍ୱାରରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଦୀର୍ଘ ଜୀବନ ପାଇଁ ଅରଦାସ ଅନୁଷ୍ଠିତ ହେବ ଓ ସେବା ଓ ସମର୍ପଣର ଏକ ଅଂଶ ଭାବରେ ଲଙ୍ଗର ଆୟୋଜିତ ହେବ। ଅନେକ ଶିଖ୍ କମିଟି ଏହି କାର୍ଯ୍ୟ ଦେଶର କିଛି ସ୍ଥାନରେ କରିସାରିଛନ୍ତି।

ପ୍ରଧାନ ମନ୍ତ୍ରୀ ମୋଦିଙ୍କ ୭୧ ତମ ଜନ୍ମ ଦିନ ଅବସରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା 'ସେବା ଓ ସମର୍ଣପ ଅଭିଯାନ'ର ଆରମ୍ଭ କରିଥିଲେ। ଦଳର ମୁଖ୍ୟ କହିଥିଲେ ଯେ ଏହା ହେଉଛି ପ୍ରଧାନ ମନ୍ତ୍ରୀଙ୍କ ଦର୍ଶନ ଯେ ଏହି ଦେଶର ପ୍ରତ୍ୟେକ ବ୍ୟକ୍ତି ସରକାରଙ୍କ ବିକାଶମୂଳକ କାର୍ଯ୍ୟର ଲାଭ ପାଇବା ଉଚିତ୍। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୭ରେ ପିଏମ ମୋଦି କେଦାରନାଥ ମନ୍ଦିରରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ ହୋଇଛି।
Published by: Lipina Das
First published: October 7, 2021, 1:16 PM IST