News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରବେଶ ସାହିବ ସିଂ ବର୍ମା ନାଗରିକତା ସଂଶୋଧନ ଆଇନକୁ ନେଇ ଶାହୀନ ବାଗରେଚାଲିଥିବା ଧାରଣା ଉପରେ ଆପତ୍ତିଜନକ ଟିପ୍ପଣୀ କରିବା ସହ ଉତ୍ତେଜନା ସୃଷ୍ଟି କରିବା ଭଳି ଭାଷଣ ଦେଇଛନ୍ତି । ବର୍ମା ତାଙ୍କ ଭାଷଣାରେ ‘‘ ଶାହୀନ ବାଗରେ ଲକ୍ଷଲକ୍ଷ ଲୋକ ଜମା ହେଉଛନ୍ତି ଦିଲ୍ଲୀର ଲୋକଙ୍କୁ ଭାବିବାକୁ ପଡ଼ିବ ଏବଂ ଫଇସଲା କରିବାକୁ ପଡ଼ିବ ନହେଲେ ସେମାନେ ଆପଣଙ୍କ ଘରେ ପଶିଯିବେ । ଆପଣଙ୍କ ମା’ ଓ ଭଉଣୀଙ୍କ ସହ ଦୁଷ୍କର୍ମ କରି ସେମାନଙ୍କୁ ହତ୍ୟା କରିଦେବେ । ଏବେ ସମୟ ଅଛି କାଲି ଅମିତ ଶାହା ଏବଂ ନରେନ୍ଦ୍ର ମୋଦି ଆପଣଙ୍କୁ ରକ୍ଷା କରିବାକୁ ଆସିବେନି‘‘ ବୋଲି କହିଥିଲେ ।
ବର୍ମା ଦିଲ୍ଲୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଲାଗି ବିକାସପୁରୀରେ ଦଳର ପ୍ରଚାର କରିବା ଅବସରରେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଶାହୀନ ବାଗରେ ବସିଥିବା ଧାରଣାକାରୀମାନଙ୍କୁ ଏକ ଘଣ୍ଟା ଭିତରେ ହଟାଯାଇ ପାରିବ । ଯଦି ଦିଲ୍ଲୀରେ ଭାଜପା ସରକାର ଆସେ ତାହାଲେ ଦିଲ୍ଲୀରେ ସରକାରୀ ଜମି ଉପରେ ଥିବା ସମସ୍ତ ମସଜିଦ୍କୁ ହଟାଇଦିଆଯିବ । ଏହା କେବଳ ଏକ ନିର୍ବାଚନ ନୁହେଁ ଏହା ଦେଶର ଏକତା ଫଇସଲା କରୁଥିବା ଭଳି ନିର୍ବାଚନ ଅଟେ । ଯଦି ବିଜେପି ୧୧ ଫେବୃଆରୀରେ ଶାସନ କ୍ଷମତାକୁ ଆସେ ତାହାଲେ ଏକ ଘଣ୍ଟା ଭିତରେ ସେଠାରେ ଜଣେ ବି ପ୍ରଦର୍ଶନକାରୀଙ୍କୁ ଦେଖିବାକୁ ମିଳିବେନି । ଏହା ସହ ଏକ ମାସ ଭିତରେ ସମସ୍ତ ସରକାରୀ ଜମିରୁ ଜବରଦଖଲ ହୋଇ ତିଆରି ହୋଇଥିବା ମସଜିତ ହଟାଇଦିଆଯିବ’’ ।
ସେହିପରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ କରି ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ତାଙ୍କୁ ଶାହୀନ ବାଗ୍ ଯିବାକୁ ଆହ୍ବାନ କରିଥିଲେ । କାହିଁକିନା ବିଧାନସଭା ନିର୍ବାଚନରେ ଲୋକେ ଫଇସଲା କରିପାରିବେ କି ସେମାନେ କାହାକୁ ଭୋଟ ଦେବେ । ଶାହୀନ ବାଗରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଲାଗାତାର ପ୍ରଦର୍ଶନ ଚାଲୁ ରହିଛି । ଶାହା ଉତ୍ତର ପଶ୍ଚିମ ଦିଲ୍ଲୀର ରିଠାଲାଠାରେ ଏକ ନିର୍ବାଚନୀ ସଭାରେ କେଜ୍ରିଓ୍ବାଲ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାମ ମନ୍ଦିର ନିର୍ମାଣ ଏବଂ ଅନୁଚ୍ଛେଦ ୩୭୦କୁ ନିରସ୍ତ୍ର କରିବା ସପକ୍ଷରେ ରହିଥିଲେ ତାଙ୍କର ଦେଶର ସୈନିକ ଏବଂ ଦେଶର ଛବି ନେଇ କୌଣସି ଫରକ ପଡ଼ିନଥିଲା ।
ଶାହୀନ ବାଗରେ ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକତା ପଞ୍ଜୀକରଣ ବିରୋଧରେ ଜାରିରହିଛି । ମହିଳାମାନେ ଏହି ବିରୋଧର ନେତୃତ୍ବ ନେଉଥିବାବେଳେ ବିଗତ ଏକମାସ ଧରି ଏହି ବିରୋଧ ଜାରି ରହିଛି । ଫଳରେ ଦିଲ୍ଲୀରୁ ନୋଏଡା ମଧ୍ୟରେ ଯାତାୟାତ ଠପ୍ ହୋଇଥିବାବେଳେ ଏହାକୁ ନେଇ ଦିଲ୍ଲୀ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଛି ।
ଏହି ଘଟଣାର ସମାଧାନ ଉପରେ ଚର୍ଚ୍ଚା କରିବା ଲାଗି ଗତ ସପ୍ତାହରେ ଏକ ପ୍ରତିନିଧି ମଣ୍ଡଳ ଗତ ସପ୍ତାହରେ ଦିଲ୍ଲୀର ଲେଫ୍ଟନେଣ୍ଟ ଜେନେରାଲ ଅନିଲ ବୈଜଲଙ୍କୁ ଭେଟିଥିଲେ ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।