News18 Odia Digital
ପାଟନା: ବିହାରରେ ବିଷାକ୍ତ ମଦ ପିଇ ୪୦ ଜଣ ଲୋକଙ୍କ ମୃତ୍ୟୁ (Bihar hooch tragedy) ହେବା ପରେ ଶାସକ ମେଣ୍ଟ ଏନ୍.ଡି.ଏ.ରେ ମୁଖ୍ୟ ମନ୍ତ୍ରୀ ନୀତୀଶ କୁମାରଙ୍କ (Bihar CM Nitish Kumar) ଦ୍ୱାରା ୨୦୧୬ଠୁ ରାଜ୍ୟରେ ଲାଗୁ କରାଯାଇଥିବା ମଦ ବ୍ୟାନ୍ ନୀତି ଉପରେ ତୀବ୍ର ମତଭେଦ ସାମନାକୁ ଆସିଛି । ଜନତା ଦଳ (ୟୁନାଇଟେଡ଼)ର ନେତା ନୀତିଶ କୁମାରଙ୍କୁ ତାଙ୍କ ଶାସକ ମେଣ୍ଟର ସହଯୋଗୀ ଦଳ ବିଜେପି ବିରୋଧୀଙ୍କ ପରି ସମାଲୋଚନା କରିବା ଆରମ୍ଭ କରିଦେଇଛି । ବିଜେପି କହିଛି ଯେ ରାଜ୍ୟର ମଦ ନିଷେଧ ନୀତିର ସମୀକ୍ଷା ହେବା ଉଚିତ।
ବିହାର ବିଜେପି ସଭାପତି ତଥା ଲୋକସଭା ସାଂସଦ ସଞ୍ଜୟ ଜୈସୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ମଦ ନିଷେଧ ନୀତିର ସମୀକ୍ଷା ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ବେଆଇନ ମଦ (illicit liquor) ବିକ୍ରି ପଛରେ ପୋଲିସର ପ୍ରଚ୍ଛନ୍ନ ସହଯୋଗ ରହିଛି । ନୀତିଶ କୁମାରଙ୍କ ପାଖରେ ରାଜ୍ୟର ଗୃହ ବିଭାଗ ଥିବାରୁ ଏହି ଆରୋପ ଜଦ(ୟୁ) ଦଳ ପାଇଁ ଆଘାତ ସୃଷ୍ଟିକାରୀ ହୋଇଛି ।
ଏହା ବି ପଢ଼ନ୍ତୁ | ‘‘ସରି… ଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀ‘‘ଏହି (ମଦ ବ୍ୟାନ୍) ନୀତିର ସମୀକ୍ଷା ହେବା ନିଶ୍ଚିତ ଭାବରେ ଆବଶ୍ୟକ । ଏହି ଘଟଣାକୁ (ବିଷାକ୍ତ ମଦପିଇ ମୃତ୍ୟୁ) କେବଳ ନିଷେଧାଦେଶ ସହ ଯୋଡି଼ବା ଠିକ୍ ହେବ ନାହିଁ । କିନ୍ତୁ ଯେଉଁଠି ପ୍ରଶାସନର ଭୂମିକା ସନ୍ଦେହଜନକ, ବିହାର ସରକାର ଏ ବିଷୟରେ ଚିନ୍ତା କରିବା ଆବଶ୍ୟକ,’’ କହିଛନ୍ତି ଜୈସୱାଲ । ସେ ଆହୁରି କହିଛନ୍ତି ଯେ ପରିସ୍ଥିତି ଭୟାନକ ରହିଛି । ପୋଲିସ ପ୍ରଶାସନର ସହଯୋଗରେ ପୂର୍ବ ଚମ୍ପାରାଣ ଅଞ୍ଚଳରେ ମଦ କାରବାର ଚାଲିଛି ବୋଲି ସେ କହିଛନ୍ତି ।

ବିହାର ମୁଖ୍ୟ ମନ୍ତ୍ରୀ ନୀତିଶ କୁମାର (ଫାଇଲ୍ ଫଟୋ)
ବିଷାକ୍ତ ମଦ ପିଇ ତିନି ଦିନ ମଧ୍ୟରେ ପ୍ରାୟ ୪୦ ଜଣ ଲୋକଙ୍କ ମୃତ୍ୟୁ ହେବା ପରେ ବିଜେପି ନେତା ଏହି ମନ୍ତବ୍ୟ ଦେଇଛନ୍ତି । ମୁଜାଫରପୁର, ଗୋପାଳଗଞ୍ଜ ଓ ବେତିୟା ଜିଲ୍ଲାରେ ଏହି ମଦ ମୃତ୍ୟୁ ଘଟଣା ଘଟିଛି। ଏହି ଘଟଣା ପଛରେ ଦାୟୀ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ମୁଖ୍ୟ ମନ୍ତ୍ରୀ ନୀତିଶ କୁମାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓ ମଦ୍ୟପାନ ବିରୋଧରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିଯାନ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋ’ରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ‘‘ଯଦି ଆପଣ ଭୁଲ୍ ଜିନିଷ ଖାଉଛନ୍ତି, ତେବେ ଆପଣ ମରିଯିବେ,’’ ମଦ ମୃତ୍ୟୁ ଘଟଣା ସାମନାକୁ ଆସିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ନୀତିଶ କୁମାର କହିଥିଲେ । ବିହାରର ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆର୍.ଜେ.ଡି.) ସେହି ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଥିଲା । ବିଧାନ ସଭାରେ ଦଳର ନେତା ତଥା ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ମୁଖ୍ୟ ମନ୍ତ୍ରୀଙ୍କୁ ରାଜ୍ୟର ଦାୟୀତ୍ୱ ନେବା ଓ ମଦ ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ କରିଥିଲେ ।
ଏହା ବି ପଢ଼ନ୍ତୁ | Mamita Meher Murder Case: ଜେଲ୍ ଗଲା ଗୋବିନ୍ଦ; ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ ହେଲା୨୦୧୬ ଏପ୍ରିଲରୁ ବିହାରରେ ଲାଗୁ ହୋଇଥିବା ମଦ ନିଷେଧ ନୀତି ନୀତିଶ କୁମାରଙ୍କ ଏକ ପ୍ରିୟ ଯୋଜନା । ସେ ଯୁକ୍ତି କରି ଆସୁଛନ୍ତି ଯେ ମଦ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ପରିବାରର କଲ୍ୟାଣ ପାଇଁ ଖର୍ଚ୍ଚ ହୋଇପାରିବ । ଏହି ନୀତି ଆରମ୍ଭ ହେବା ବେଳେ ତାଙ୍କୁ ନିର୍ବାଚନରେ ଭଲ ଲାଭ ହୋଇଥିଲା କାରଣ ତାଙ୍କ ଦଳ ବିହାରର ମହିଳାମାନଙ୍କର ଭରପୁର ସମର୍ଥନ ପାଇଥିଲା ଓ ଏକ ମହିଳା ଭୋଟ୍ ବ୍ୟାଙ୍କ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା ।
ଏହା ବି ପଢ଼ନ୍ତୁ | ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ବଲାଙ୍ଗିରର ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲାହେଲେ ସମୟ ଅତିବାହିତ ହେବା କ୍ରମେ ବିହାରରେ ମଦ ନିଷେଧ ନୀତିର କାର୍ଯ୍ୟାନ୍ୱୟନରେ ଦୁର୍ବଳତା ଦେଖାଦେଇଥିଲା ଓ ମଦ ମାଫିଆଙ୍କ ବୃଦ୍ଧି ଘଟିଥିଲା । ମଦ ନିଷେଧ ନୀତି (prohibition policy) ଯୋଗୁଁ ବିହାରରେ ବେଆଇନ୍ ମଦ ବ୍ୟବହାରରେ ବୃଦ୍ଧି ଘଟିଛି ଓ ବିଷାକ୍ତ ପାନୀୟ ଯୋଗୁଁ ଲୋକଙ୍କ ମୃତ୍ୟୁ ଘଟିଚାଲିଛି ।
ଏହା ବି ପଢ଼ନ୍ତୁ | ଭଦ୍ରକରେ ପିଶାଚ ବାପାର ନାରକୀୟ କାଣ୍ଡ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲାବିହାର ମୁଖ୍ୟ ମନ୍ତ୍ରୀ ନିକଟରେ ବିରୋଧୀ ଦଳମାନଙ୍କ ସହ ସ୍ୱର ମିଳାଇ କେନ୍ଦ୍ର ସରକାର ଜାତି ଜନ ଗଣନା ଓ ପେଗାସସ୍ ସ୍ପାଇୱେରର ଯାଞ୍ଚ କରନ୍ତୁ ବୋଲି ଦାବି କରିଥିଲେ । ଏବେ ନୀତିଶ କୁମାରଙ୍କ ମଦ ନିଷେଧାଦେଶ ନୀତିର ସମୀକ୍ଷା କରିବାକୁ ତାଙ୍କ ସହଯୋଗୀ ବିଜେପିର ପ୍ରସ୍ତାବ ତାଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।