ନୂଆ ଦିଲ୍ଲୀ ଆକାରରେ ଭାରତକୁ କବଜା କରିଛି ଚୀନ: ରାହୁଲ ଗାନ୍ଧି

ଆମର ପ୍ରଧାନମନ୍ତ୍ରୀ ସର୍ବସାଧାରଣରେ କହିଛନ୍ତି ଯେ କୌଣସି ଅନୁପ୍ରବେଶ ହୋଇନାହିଁ। କିନ୍ତୁ ଚୀନ ନୂଆଦିଲ୍ଲୀ ଆକାରରେ ଆମ ଭାରତକୁ କବଜା କରିଛି: ରାହୁଲ ଗାନ୍ଧି

ରାହୁଲ ଗାନ୍ଧି (ପ୍ରତୀକାତ୍ମକ ଛବି)

ରାହୁଲ ଗାନ୍ଧି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ସେନା ଗ୍ରହଣ କରିଛି ଯେ ଚୀନ୍ ସୈନ୍ୟମାନେ ଭାରତୀୟ ମାଟି ଦଖଲ କରିଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସର୍ବସାଧାରଣରେ ଅସ୍ୱୀକାର କରିଛନ୍ତି। ଆମର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ଅନୁପ୍ରବେଶ ହୋଇନାହିଁ। କିନ୍ତୁ ଚୀନ ନୂଆଦିଲ୍ଲୀ ଆକାରରେ ଭାରତୀୟ ମାଟିରେ କବଜା କରିଛି।

ରାହୁଲ ଅଭିଯୋଗ କରିଛନ୍ତି ଯେ ବିଜେପି ଦେଶର ଲୋକଙ୍କ ମଧ୍ୟରେ ଘୃଣା ଖେଳାଉଛି, ଯାହା ଦ୍ୱାରା ବିଦେଶୀ ସୈନ୍ୟମାନେ ଭାରତୀୟ ଅଞ୍ଚଳ ଦଖଲ କରିଛନ୍ତି। ଏର୍ନାକୁଲମ୍ ଜିଲ୍ଲା ସୀମାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଗାନ୍ଧି କହିଛନ୍ତି ଯେ ଯେଉଁମାନେ ଘୃଣା ବିସ୍ତାର କରନ୍ତି ଓ ସମାଜରେ ବିଭାଜନ ସୃଷ୍ଟି କରନ୍ତି ସେମାନେ ଭୁଲିଯିବେ। ସେ ଦାବି କରିଛନ୍ତି ଯେ ସମାଜରେ ସୃଷ୍ଟି ହୋଇଥିବା ବିଭାଜନ ଦେଶକୁ ଦୁର୍ବଳ କରିଦେଇଛି, ଫଳସ୍ୱରୂପ ଚୀନ୍ ଆମ ଅଞ୍ଚଳ ଦଖଲ କରିଛି।

ଭାରତରେ କଣ ଘଟୁଛି ଆମର ବିରୋଧୀମାନେ ଦେଖିପାରିବେ।  ସେମାନେ ଦେଖିପାରିବେ ଯେ ଭାରତ ବିଭାଜିତ, ଘୃଣାରେ ପରିପୂର୍ଣ୍ଣ ଓ ସେମାନେ ନେତୃତ୍ୱର ଅହଂକାରକୁ ସ୍ପଷ୍ଟ ଭାବରେ ଦେଖିପାରିବେ। ଆଜି ଆମେ ପ୍ରଥମ ଥର ପାଇଁ ଏପରି ସ୍ଥିତିରେ ଅଛୁ ଯେଉଁଠାରେ ଚାଇନିଜମାନେ ଆମର ହଜାର ହଜାର କିଲୋମିଟର ଜମି ଦଖଲ କରିଛନ୍ତି ବୋଲି କହିଛନ୍ତି ରାହୁଲ।

ଏହି ଦେଶରେ କ୍ରୋଧ, ଘୃଣା ଏବଂ ଅହଂକାର ବ୍ୟାପିବା ବେକାରୀ ତଥା ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଭଳି ଅନେକ ସମସ୍ୟା ଉପୁଜିଛି। ଯେଉଁମାନେ ଆଜି ଦେଶକୁ ଆଗେଇ ନେଉଛନ୍ତି ସେମାନଙ୍କ ଭାଷଣ ଘୃଣା ଓ କ୍ରୋଧରେ ପରିପୂର୍ଣ୍ଣ ଓ ଆପଣ ଗୋଟିଏ ବି ଭାଷଣ ପାଇବେ ନାହିଁ ଯେଉଁଥିରେ ସେମାନେ ସ୍ନେହ, ପ୍ରେମ କିମ୍ବା ନମ୍ରତା ପ୍ରଚାର କରନ୍ତି ବୋଲି କହିଛନ୍ତି ରାହୁଲ।
Published by:Soumya Das
First published: