News18 Odia Digital
ନୂଆ ଦିଲ୍ଲୀ: ବୁଧବାର ଦିନ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନୋଟରେ ଭଗବାନ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଫଟୋ ଲଗାଇବାକୁ ଦାବି କରିଛନ୍ତି। ଗୁଜୁରାଟ ଓ ହିମାଚଳ ନିର୍ବାଚନ ପୂର୍ବରୁ ତାଙ୍କ ଦଳର ହିନ୍ଦୁ ବିରୋଧୀ ଚେହେରା ଲୁଚାଇବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି।
ମନୋଜ ତିୱାରୀ କହିଛନ୍ତି ଯେ ହିନ୍ଦୁ ଦେବତାଙ୍କ ବିରୁଦ୍ଧରେ କହିଥିବାରୁ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଏବଂ AAP ର ଗୁଜୁରାଟ ୟୁନିଟ୍ ସଭାପତି ଗୋପାଳ ଇଟାଲୀଙ୍କୁ ଦଳରୁ ବହିଷ୍କାର କରିବା ଉଚିତ୍।
ବିଜେପି ସାଂସଦ କହିଛନ୍ତି ଯେ ଆପଣଙ୍କର କୌଣସି ଚିଠି ବିନା ଆମେ ମହାକାଳ କରିଡର ବିକାଶ ଓ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲୁ ଯାହାକୁ ଆପଣ ବିରୋଧ କରିଥିଲେ। ଯଦି ସନାତନ ଧର୍ମ ପ୍ରତି ସମ୍ମାନକୁ ଆପଣ ପ୍ରମାଣ କରିବାକୁ ଚାହୁଁଛନ୍ତି ତେବେ ଗୌତମ ଓ ଇଟାଲୀଙ୍କୁ AAPରୁ ବହିଷ୍କାର କରିଦିଅନ୍ତୁ।
ବୁଧବାର ଏକ ଗଣମାଧ୍ୟମ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋଟରେ ପ୍ରଭୁ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ରଖିବାକୁ ନିବେଦନ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଆମେ ଯଥାସମ୍ଭବ ଚେଷ୍ଟା କରିବା ସତ୍ତ୍ୱେ ଦେବତା ଏବଂ ଦେବୀମାନେ ଆମକୁ ଆଶୀର୍ବାଦ ଦେଉ ନାହାଁନ୍ତି, ତେବେ ଆମର ଉଦ୍ୟମ ସଫଳ ହୁଏ ନାହିଁ। ତେଣୁ ମୁଦ୍ରାରେ ଭଗବାନ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ରଖିବାକୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।